ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳୀଖୁଣ୍ଟି ବ୍ଲକ ପରେ ମୈଦଲପୁର ଅଞ୍ଚଳରେ ହାତୀ

ପାପଡାହାଣ୍ଡି,12/7, ମନିସ —- ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଅଂଚଳରେ ଜଙ୍ଗଲୀ ହାତୀ ତାର ଉପଦ୍ରଵ ଦେଖାଇବା ପରେ ମଙ୍ଗଳବାର ମଇଦଳପୁର ଅଂଚଳରେ ହାତୀ ଦେଖିବାକୁ ମିଳିଛି | ହାତୀଟି ଗାଦବା କତରା ପଂଚାୟତ ନିକଟରେ ଥିବା ଜଙ୍ଗଲ ରେ ଦେଖାଯାଇଛି | ଖବର ସଂଗ୍ରହ ପର୍ଯ୍ୟନ୍ତ ହାତୀ ଜଙ୍ଗଲ ଭିତରେ ବିଶ୍ରାମ ନେଉଥିବା ସୂଚନା ଦେଇଛନ୍ତି ମଇଦଳପୁର ବନବିଭାଗ ଅଧିକାରୀ ମଧୁସୂଦନ ପାତ୍ର | ଜଙ୍ଗଲ ପାଖରେ ଡାବୁଗାଁ ରେଞ୍ଜର ସେତୁରଞ୍ଜନୀ ଗମାଙ୍ଗ,ମଇଦଲପୁର ବନବିଭାଗ ର ସମସ୍ତ କର୍ମଚାରୀ ଏବଂ ୱାଇଲଡ ଲାଇଫ ର ସମସ୍ତ ଟିମ ଜଙ୍ଗଲରେ ହାତୀ କୁ ନଜର ରଖିଛନ୍ତି ଏବଂ ଗାଁ ଭିତରେ ହାତୀ ପ୍ରବେଶ ନ କରିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି ଏବଂ ଲୋକଙ୍କୁ ମଧ୍ୟ ଜଙ୍ଗଲ ଭିତରକୁ ନ ଯିବା ପାଇଁ ପ୍ରୟାସ ଜାରି ରହିଛି | ହାତୀ ଉଠିଲା ପରେ ଅତି ଘଞ୍ଚଜଙ୍ଗଲ ଭିତରକୁ ଘଉଡ଼ାଇବା ବ୍ୟବସ୍ତା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି | ରାତିରେ ହାତୀ ଯାନୀ ଗୁଡା ମଧ୍ୟରେ ଥୀବା କମଳ ଲୋଚନ ଯାନୀ ଙ୍କ ଧାନ ଚାଷ ଉପରେ ଚାଲିଥିବାରୁ ଧାନ ମଧ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି | ନିକଟସ୍ଥ ତେନ୍ତୁଳୀଖୁଣ୍ଟି ଗ୍ରାମରେ ଜଣକୁ ଉକ୍ତ ହାତୀ ଟି ମାରିଥିବା ସୂଚନା ପରେ ଏହି ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଖେଳିଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଜିଲ୍ଲାରେ ଶୁଭାରମ୍ଭ 

masiha

ବିଭାଗ ଚୁପ୍, ଚାଷୀ କଲେ ଘାଇ ମରାମତି

masiha

Leave a Comment

error: Content is protected !!