ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତାରାତାରିଣୀ ଏଣ୍ଟରପ୍ରାଇଜସ ଫେକ୍ଟ୍ରିରେ ଭୟାବହ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ମା ତାରାତାରିଣୀ ଏଣ୍ଟରପ୍ରାଇଜସ ଫେକ୍ଟ୍ରିରେ ଭୟାବହ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ହିଞ୍ଜିଳିକାଟୁ,ତା ୧୩/୦୫ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଆଙ୍କୋରଡ଼ା ଗ୍ରାମ ସ୍ଥିତ ଜାନି ନଗରରେ ଥିବା ମା ତାରାତାରିଣୀ ଏଣ୍ଟରପ୍ରାଇଜସ ଫେକ୍ଟ୍ରିରେ ସଟସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ବୁଧବାର ସକାଳ ପ୍ରାୟ ୪ ଘଣ୍ଟ ସମୟରେ ଫେକ୍ଟ୍ରି ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ସାହି ପଡିଶା ଲୋକେ ଫେକ୍ଟ୍ରି ମାଲିକଙ୍କୁ ଜଣାଇ ଥିଲେ । ସେ ଆସି ଦେଖିବା ବେଳକୁ ନିଆଁ ଅଣାୟତ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଫୋନ କରିବା ପରେ ହିଞ୍ଜିଳି ଅଗ୍ନିଶମ ବାହିନୀ ସହ ବ୍ରହ୍ମପୁର ଓ ଆସ୍କା ଛତ୍ରପୁର ଶେରଗଡ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ତିନି ଘଣ୍ଟାର କସରତ ପରେ ନିଆଁ କୁ ଆୟତ କରା ଯାଇଥିବା ବିଷୟ ଫାୟର ଅଫିସର ମତ ପ୍ରକାଶ କରିଥିଲେ l ତେବେ କେଉଁ କାରଣରୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି । ଉକ୍ତ କାରଖାନାରେ ବିଭିନ୍ନ ପ୍ରକାର କେମିକାଲ , ଫିନାଇଲ ,ପ୍ଲାଷ୍ଟିକ ପାଇପ ସାମଗ୍ରୀ ସହ ଦୁଇଟି ଟାଟା ଏସି ଗାଡ଼ି ନମ୍ବର ଓଡ଼ି ୩୨ କେ ୭୦୭୦ ଓ ଅନ୍ୟଟି ଗାଡି ନଂ ଓଡ଼ି ୦୭ କେ ୭୦୭୦ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡିଛି । ମାଲିକଙ୍କ କହିବା ଅନୁଯାୟୀ ପ୍ରାୟ ୨୫ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଇଛି। ଏହି ଭୟାବହ ଅଗ୍ନିକାଣ୍ଡ କିପରି ଘଟିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଭୟାବହ ଅଗ୍ନିକାଣ୍ଡ ଯାହା ଜଣାପଡିଛି ସର୍ଟସର୍କିଟ ଯୋଗୁଁ ଏହିଭଳି ଘଟଣା ଘଟିଥିବା ଅନୁମାନ କରାଯାଉଥିବା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଥିବା ଜଣାପଡିଛି ।

Related posts

ଶହୀଦ ଭଗତ ସିଂ ଙ୍କ ୯୪ ତମ ଶହୀଦ ଦିବସ ପାଳନ 

masiha

ରାଜସ୍ବ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ 

Sunil Chandra Nayak

୧- ଵିଜାତଳା ତହସିଲ ; ଵନ୍ଧଗାଁର ବାଲେଇମୁଣ୍ଡା ଘର ବର୍ଷାରେ ଭୁଷୁଡିଲା  , ୨- ତିରିଂ ତହସିଲ ! କାନ୍ଥ ପଡ଼ି ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!