ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ମୟ ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ

ଚିନ୍ମୟ ପବ୍ଲିକ ସ୍କୁଲର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ 

ରାଉରକେଲା: ସାରନଗରୀ ସ୍ଥିତ ଚିନ୍ମୟ ପବ୍ଲିକ ସ୍କୁଲର ପଞ୍ଚମ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ବିରେନ୍ଦ୍ର ସିଂହ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ମଲ୍ଲିକ ଓ ଶିକ୍ଷୟିତ୍ରୀ ଇରା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସ୍କୁଲର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀ, ସମ୍ପାଦକ ପ୍ରତିଭା ଦାଶ ମୋହିନୀ,ଉପ ନିର୍ଦ୍ଦେଶକ ରାଜେଶ ଚନ୍ଦ୍ର ଦାଶ ମୋହିନୀ, ଶିକ୍ଷାବିତ ଶାନ୍ତନୁ ମୁଦାଲି, ଜଗନ୍ନାଥ ସଂସ୍କୃତିର ଆବାହକ ସୁବାସ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଗତ ୬ ତାରିଖରୁ ୧୨ ତାରିଖ ଯାଏ ଚାଲିଥିବା ଏହି ଶିବିରରେ ତୃତୀୟ ରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ସନ୍ତରଣ,ଘୋଡା ଚଢା, ସଂଗୀତ, ନୃତ୍ୟ, ଯୋଗ, ଆତ୍ମରକ୍ଷା କୌଶଳ, ଚିତ୍ରାଙ୍କନ, ପେଣ୍ଟିଂ, ବୃକ୍ଷରୋପଣ, ଆଧ୍ୟାତ୍ମିକ ଗଳ୍ପ କଥନ,ଗୃହ ଭିତରର ଖେଳ ଆଦିରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଶ୍ରୀ ରାଉତ ଓ ଅନ୍ୟ ସମସ୍ତ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବୈ।ଦ୍ଧିକ, ମାନସିକ ଓ ଶାରିରୀକ ଦୃଷ୍ଟିରୁ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ସହ ଉତ୍ସାହିତ କରିଥିଲେ। ଏହି ଅବସରରେ ଛାତ୍ରୀ ଆରାଧ୍ୟା,ସାହିବା,ସୋନାଲ ପ୍ରମୁଖ ନୃତ୍ୟ , ପିୟାଂଶ, ପ୍ରେମ ପ୍ରକାଶ ପ୍ରମୁଖ ବକ୍ତବ୍ୟ ଓ ଶିଶୁ ଛାତ୍ର ଛାତ୍ରୀ ମାନେ ଗୃପ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଉପସ୍ଥିତ ଅଭିଭାବକଙ୍କ ମଧ୍ୟରେ ଶୁଭଦର୍ଶନୀ ଜେନା, ରଶ୍ମିରଞ୍ଜନ ନାୟକ, ଶ୍ୟାମସୁନ୍ଦର ପରିଡ଼ା,ଦୀପାଳୀ ପଟ୍ଟନାୟକ,ସବିତା ଟୁଡୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅଭିଭାବିକା ଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶୁଭଦର୍ଶନୀ ଜେନା, ସବିତା ଟୁଡୁ ଓ ଭାନୁମତୀ ସିଂ ଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ସିଂହ ସ୍ବାଗତ ଭାଷଣ ରଖିଥିବାବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ମଧୁସ୍ମିତା ମାର୍ଥା,ଇରା ମହାନ୍ତି,ପ୍ରତିମା ଦେଓ, ରଶ୍ମି ରାଜଗୁରୁ,ରବର୍ଟ ହାଇଫିଲ, ସାଗରିକା ନାୟକ,ସୁମତୀ ସାହୁ, କଳ୍ପନା ଭୁଜବଳ, ପ୍ରତିମା ରାୟ, ରଶ୍ମି ବଢେଇ,ସୀମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଗତି ଉତ୍କଳ ସଂଘରେ ବାର୍ଷିକ ସାଧାରଣ ସଭା ସହ ପଖାଳ ଦିବସ ପାଳନ

Sunil Chandra Nayak

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

Sunil Chandra Nayak

Leave a Comment

error: Content is protected !!