ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିପା ର ବଡଦିନ ଉତ୍ସବ ପାଳନ     

ନିପା ର ବଡଦିନ ଉତ୍ସବ ପାଳନ                   

 ନବରଙ୍ଗପୁର:(୮|୧୨)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଏଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନ (ନିପା ) ତରଫରୁ ବଡ଼ଦିନ ଉତ୍ସବ ୨୦୨୪ ଜବାଗୁଡାସ୍ଥିତ ଲାଇଟ ହାଉସ୍ ବାଷ୍ଟିସ ଚର୍ଚ୍ଚରେ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଡାବୁଗାଁ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ମନୋହର ରନ୍ଧାରୀ ଓ ମୁଖ୍ୟ ବକ୍ତା ଭବାନୀପାଟଣା ରୁ ଆଗତ ରେଭ ସୁବୋଧ କୁମାର ଜେନା ଯୋଗ ଦେଇ ବଡ଼ଦିନ ଉପଲକ୍ଷେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କିଛି ଅଂଶ ପାଠ କରି ସମସ୍ତ ପାଳକ ମାନଙ୍କୁ ବାକ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ। ନିପାର ପ୍ରତିଷ୍ଠାତା ରେଭ ଡ଼ଃ ପ୍ରମୋଦ କୁମାର ନାଗ ପ୍ରଦୀପ ପ୍ରଜ୍ଜଳନ କରି ଏକତା ଓ ବଡ଼ଦିନ ବିଷୟରେ ଆଲୋକ ପାତ କରିଥିଲେ lଡ଼ଃ ଖ୍ରୀଷ୍ଟଦାନ ନାଗ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ରେଭ ଗାବ୍ରିଏଲ ସେନାପତି ମଞ୍ଚ ପରିଚାଳନା କରିଥିଲେ lନିପାର ସଭାପତି ରେଭ ପ୍ରଦୀପ କୁମାର ନନ୍ଦ ଉପସ୍ଥିତ ସମସ୍ତ ଅତିଥି ଓ ପାଳକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ମାହେର କୁମାର ହିଆଲ ଉପ ସଭାପତି,ରେଭ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ତେଜବିନ୍ ନାୟକ ସହ ସମ୍ପାଦକ, ରେଭ ସୁଜିତ କୁମାର ବାଘ କୋଷାଧକ୍ଷ,ରେଭ ଗାବ୍ରିଏଲ ସେନାପତି ପ୍ରୋଗ୍ରାମ ସମ୍ପାଦକ, ରେଭ ସରୋଜ କର୍କରା ଅର୍ଗାନାଇଜର, ରେଭ ଡ଼ଃ ସାମୁଏଲ ଲିମା ସଂଯୋଜକ,ଓରେଭ ବିରାଜ ମୋହନ କନ୍ଦପାନ ତାଲିମ୍ ସମ୍ପାଦକ ,ରେଭ ଯେପସେନ୍ ସୁନା ମିଶନ ଓ ଏଭାଞ୍ଜେଲିମ୍ ସମ୍ପାଦକ, ରେଭ ଜୀବନ କୁମାର ସୋସିଆଲ କନ୍ସେର୍ଣ ସମ୍ପାଦକ, ରେଭ ପି. ଡି. ହିଆଲ ଲିଟେରଚର ସମ୍ପାଦକ, ରେଭ ଡ଼ଃ ବାବୁଲା ନାଗ ପବ୍ଲିକ ରିଲେସନ୍ ସମ୍ପାଦକ,ରେଭ ବିପିନ୍ ବିହାରୀ ଡଙ୍ଗରି ଷ୍ଟାଟିସଟିକ୍ ସମ୍ପାଦକ,ସୁବାଷ ରନ୍ଧାରୀ ରିଲିଫ୍ ସମ୍ପାଦକ,ରେଭ ଜାବେଶ ଜୁନାଥନ ଖୁରା ୟୁଥ ସମ୍ପାଦକ,ରେଭ ନିକୁଞ୍ଜ କର୍କରା କମନିକେସନ୍, ରେଭ ଏନ୍. କେ. ଖୋସଲା ଓ ରେଭ ଯୁନସ କୁଲଦୀପ, ରେଭ ସାଲେମ୍ ରାଜୁ ଖୁରା ଉପଦେଷ୍ଟା,ଉମରକୋଟ ବ୍ଲକର ନେତା ରେଭ ବେନ୍ୟାମୀନ ଉପାସି ଓ ଦଶଟି ବ୍ଲକର ପ୍ରାୟ ୨୧୬ ଜଣ ପାଳକ ଉପସ୍ଥିତ ଥିଲେ ।ନିପା ସଂଘ ଦ୍ଵାରା ପ୍ରତ୍ୟେକ ପାଳକ ମାନଙ୍କୁ ସୁନ୍ଦର ଉପହାର ପ୍ରଦାନ କରାଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

masiha

ମାଆ ଓ ପୁଅଙ୍କ ପରିବେଶ ଚିନ୍ତା

Sunil Chandra Nayak

Leave a Comment

error: Content is protected !!