ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବିଦ୍ୟୁତ୍ କର୍ମଚାରୀଙ୍କ ୧୧ ଦଫା ଦାବି ନେଇ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ପ୍ରତିବାଦ ସଭା

ମୟୂରଭଞ୍ଜ -୧୬/୬ (ମସିହା)ଟାଟା ପାଓ୍ବାରର ଶ୍ରମିକ ମାରଣ ନୀତିରେ ବିଦ୍ଯୁତ ବିଭାଗ ଏବଂ ଗ୍ରାହକ ସେବା ପାଇଁ ସମର୍ପିତ ଅହରହ କାମ କରୁଥିବ ବିଦ୍ୟୁତ କର୍ମଚାରୀ ଅତିଷ୍ଠ ହୋଇ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୂନିୟନ ରାଇରଙ୍ଗପୁର ଶାଖା ତରଫରୁ ଅସହଯୋଗ ଆନ୍ଦୋଳନ ଓ ପ୍ରତିବାଦ ସଭା କରିଛନ୍ତି । ପୂର୍ବରୁ ଗତ ୭ ତାରିଖରେ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ୧୧ ଦଫା ଦାବ ସମ୍ବଳିତ ଏକ ଦାବିପତ୍ର ଅଧୀକ୍ଷକ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ବିଦ୍ୟୁତ ବିଭାଗ ତରଫରୁ କୌଣସି ପଦକ୍ଷେପ ନ ନିଆଯିବା ଫଳରେ ବାଧ୍ୟ ହୋଇ ଶହ ଶହ କର୍ମଚାରୀ ଆଜି ରାଇରଙ୍ଗପୁରସ୍ଥ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେମାନଙ୍କ ମୁଖ୍ୟ ଦାବି ହେଲା ସାମୁହିକ ବଦଳି ବାତିଲ କରିବା, ମିଟର ରିଡର୍ ଙ୍କୁ ରାଜ୍ୟ ସରକାର ଶ୍ରମ ବିଭାଗ ନିର୍ଦେଶ ଅନୁଯାୟୀ କୁଶଳୀ ବର୍ଗରେ ପରିଣତ କରିବା,ଶ୍ରମ ବିଭାଗ ଅନୁସାରେ ୮ ଘଣ୍ଟା କାର୍ଯ୍ୟ କରିବା ସହ କାର୍ଯ୍ୟ ନିର୍ଘଣ୍ଟ ପ୍ରଦାନ ଏବଂ ଅଧିକ ସମୟ କାମ କଲେ ଅଧିକ ପ୍ରାପ୍ୟ ଦେବା, ବରିଷ୍ଠତା ଭିତ୍ତିରେ ଦରମା ବୃଦ୍ଧି କରିବା, ଲାଇନମ୍ଯାନଙ୍କୁ ରକ୍ଷଣାବେକ୍ଷଣ ଓ ଅପରେସନ ଛଡ଼ା ଅନ୍ୟ କାମରେ ନିୟୋଜିତ ପାଇଁ ଚାପ ପ୍ରୟୋଗ ବନ୍ଦ କରିବା,ପଦୋନ୍ନତି ସର୍ତ୍ତ ପୂରଣ କରିବା,, ମାସର ୧୦ ତାରିଖ ମଧ୍ୟରେ ଦରମା ପ୍ରଦାନ,ଦରମା,ଇପିଏଫ,ଇଏସଆଇ ,ବିଧିସମତ୍ତ ଆବଶ୍ୟକତା ଚୁକ୍ତିରେ ଖିଲାପ କରୁଥିବା ଏଜେନ୍ସିକୁ କଳା ତାଲିକାଭୁକ୍ତ କରିବା, କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସଠିକ ମାନର ବୈଦ୍ୟୁତିକ ସରଞ୍ଜାମ ପ୍ରଦାନ ଓ ସୁରକ୍ଷା ଉପକରଣ,,କର୍ମଚାରୀଙ୍କ ବକେୟା ଦେୟ ପ୍ରଦାନ କରିବା, ଆବଶ୍ୟକୀୟ କର୍ମଚାରୀ ପଦବୀ ପୂରଣ କରିବା ଇତ୍ୟାଦି ।ଟାଟା ପାଓ୍ବାର ଦାୟିତ୍ଵ ନେବାଠାରୁ ତୃଣମୂଳ ସ୍ତରରେ କାର୍ଯ୍ୟରତ ସ୍ଥାୟୀ ଓ ଅସ୍ଥାୟୀ ଲାଇନମ୍ଯାନ ନିଷ୍ପେସିତ ଓ ପ୍ରତାରିତ ହେଉଛନ୍ତି । ଏହାକୁ ନେଇ ନେସ୍କୋ ପାଓ୍ବାର ଏମ୍ପଲୟଜ ୟୂନିୟନ ତରଫରୁ ସଂଘ ସଭାପତି ଆର୍ତ୍ତବନ୍ଧୁ ବିଶ୍ବାଳ,ସର୍କଲ ସଂପାଦକ ଅଶ୍ବିନୀ ପଣ୍ଡା,ଡିଭିଜନ ସଂପାଦକ ରାମ ଦୁଲାଲ ରାୟ,,ସହ ସଂପାଦକ ଦୀପକ ମହାନ୍ତ, କୋଷାଧ୍ୟକ୍ଷ ବିଜୟ କୃଷ୍ଣ ସାଇତି, ରାଜେନ୍ଦ୍ର ମହାନ୍ତି,ଅମିୟ ସ୍ବାଇଁ,ଚନ୍ଦନ ରାଉତ,ଉଦୟଭାନୁ ବେହେରା,ବୀର ସିଂ ମାରାଣ୍ଡି, ଭଗବାନ ରାଉତ,ବୁଲୁ ବଗଲ, ଜଗନ୍ନାଥ ମହାକୁଡ଼,ଦେବାଶଷ ସାହୁ,ଜ୍ୟୋତି ପ୍ରକାଶ ପଣ୍ଡା, ଗୋପିନାଥ ଗିରି,ପରମେଶ୍ଵର ମହାନ୍ତ,ସଂଜୟ ନାଏକ,ସରୋଜ ମହାନ୍ତ ଙ୍କ ସମେତ ଶତାଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।ଆଗାମୀ ୧୯ ତାରିଖସ୍ଥ ବାଲେଶ୍ଵର ର ଟାଟା ପାଓ୍ଵାର କର୍ପୋରେଟ ଅଫିସ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭ କରିବେ ବୋଲି ସଂଘ ନେତା ଆର୍ତ୍ତବଂନ୍ଧୁ ବିଶ୍ବାଳ , ଅଶ୍ବିନୀ ପଣ୍ଡା ,ରାମଦୁଲାଲ ରାୟ ପ୍ରମୁଖ ଇଣ ମାଧ୍ୟମକୁ ସୂଚାଇଥିଲେ ।ଗ୍ରାହକ ସମେତ କ୍ଷେତ୍ରରେ ଯେଉଁ ଅସୁବିଧା ଉପୁଜିବା ସେଥିପାଇଁ ବିଦ୍ୟୁତ ବିଭାଗ ଦାୟୀ ରହିବେ ବୋଲି କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅନୁଷ୍ଠିତ ହେଲା ୯ମ ପଞ୍ଚାୟତ ସମିତି ଅଧିବେଶନ, ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ପାଇଁ ନିର୍ଦ୍ଦେଶ

masiha

ଉତ୍କଳ ଆଲୁମିନାରେ ବିଶ୍ଵ ଏଡ୍‌ସ୍ ଦିବସ ପାଳିତ

masiha

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!