ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହସ୍ତାନ୍ତର ପ୍ରକ୍ରିୟା ନୋହିଲା :ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ପରିଚାଳନା ଦ୍ବନ୍ଦ୍ୱ ମଧ୍ୟରେ 

ତେନ୍ତୁଳିଖୁଣ୍ଟି ୧୬/୦୬/୨୩-//    ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କ ସହ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ଭତ୍ରା ,ନିର୍ବାହୀ ଯନ୍ତ୍ରୀ ସରୋଜ କାନ୍ତ ଦାସ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀନିବାସ ପାତ୍ର ପତ୍ରାଳ।ପ ପରେ ଭେଟି ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହସ୍ତାନ୍ତର ନେଇ ଅଲୋଚନା କରିଥିଲେ। ଉକ୍ତ ଦିନ ହିଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଙ୍କ ସହ ଆଲୋଚନା କରିଥିଲେ ,ଜିଲ୍ଲା ଶିକ୍ଷା ଅଧିକାରୀ ନାଗ ୧୬ତାରିଖ ହସ୍ତାନ୍ତର ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। ଇନ୍ଦ୍ରାବତୀ ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଦ୍ବାରା ପରିଚାଳିତ ଆଠ ଗୋଟି ବିଦ୍ୟାଳୟ ଗୁଡିକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କୁ ହସ୍ତାନ୍ତର ହେବା ନେଇ ରାଜ୍ୟ ସରକାର ଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ରୁ ପତ୍ର ବାହାରିଥିଲା। ଉକ୍ତ ପତ୍ର ପ୍ରକାରେ ଉଭୟ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ଓ ନିର୍ଦେଶକ ବିଦ୍ୟଳୟ ଓ ଗଣ ଶିକ୍ଷା ବିଭାଗ ମଧ୍ୟରେ ପତ୍ରାଳ।ପ ହୋଇଥିଲା। ପରେ ଦୀର୍ଘ ଏକ ବର୍ଷ ପରେ ମଧ୍ୟ ବିଦ୍ୟାଳୟ ହସ୍ତାନ୍ତର ନେଇ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କୁ ଅଭିଯୋଗ ଶୁଣାଣି ରେ ମଧ୍ୟ ଅଭିଯୋଗ କରାଯାଇଛି। ପରିଶେଷରେ ଗଣ ମାଧ୍ୟମ ରେ ଶିକ୍ଷକ ସମସ୍ୟା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା ବ୍ୟାହତ ହେଉଛି। କିଏ ଶିକ୍ଷକ ନିଯୁକ୍ତି କରିବ ? ଆଦି ଖବର ପ୍ରକାଶ ପରେ ପ୍ରକଳ୍ପ ଓ ପ୍ରଶାସନ କିଛିଟା ସକ୍ରିୟ ହୋଇଥିଲେ। କିନ୍ତୁ ଆଜି ଜିଲ୍ଲା ଶିକ୍ଷାଅଧିକାରୀ ସଦଳ ବଳ ସହ ଇନ୍ଦ୍ରାବତୀ ଡ୍ୟାମ ସର୍କଲ କାର୍ଯ୍ୟାଳୟ ଆସି ଯେଉଁ ଭାଷା ରେ ନାସ୍ତିବାଣୀ ଶୁଣାଇ ଲେ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳ ବାସୀ ନିରାଶ ହୋଇଛନ୍ତି। ବିଦ୍ୟାଳୟ ର ଭବିଷ୍ୟତ ଯେଉଁ ତିମିରେ ଥିଲା ସେହି ତିମିରେ ରହିଗଲା। ଜିଲ୍ଲାପାଳଙ୍କ ନିର୍ଦେଶ ପରେ ହସ୍ତାନ୍ତର ତାରିଖ ଧାର୍ଯ୍ୟ ପରେ ଆଶା ସଂଚାର ହୋଇଥିଲା , ବହୁ ଆଡମ୍ବରେ ଲଘୁକ୍ରିୟା ସଦୃଶ ହୋଇଗଲା। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ କହିଲେ ଜିଲ୍ଲାପାଳ ଆମ ବିଭାଗ ର ଅଥୋରୀଟି ନୁହନ୍ତି ,ତାଙ୍କ ନିର୍ଦେଶ ସ୍ଥିତି ସମୀକ୍ଷା କରିଛୁ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୁ ନିର୍ଦେଶନାମା ଆସିଲେ ଆମ ବିଭାଗ ଇନ୍ଦ୍ରାବତୀ ପ୍ରକଳ୍ପ ପରିଚାଳିତ ବିଦ୍ୟାଳୟ ହାତକୁ ନେବୁ।ସ୍ଥଳ ବିଶେଷ ରେ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ପାଇଁ କିଛିଷ୍ଟାଫ ଯୋଗାଇ ଦେବୁ ବୋଲି ଏକମାତ୍ର ଆସ୍ୱସ୍ତି ଦେବା ଭଳି ବାକ୍ୟ କହିଛନ୍ତି। 

ପୁଣି ଝୁଲି ରହିଲା ପରିଚାଳନା , ରାଜ୍ୟ ରେ 5 ଟି ଶାସନ ଚାଲିଥିବା ବେଳେ ଦୁଇ ବର୍ଷ ପରେ ମଧ୍ୟ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନି ? ଆଜି ଜିଲ୍ଲାଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଏ ଡି ଇ ଓ ବିଶ୍ଵନାଥ ସାହୁ ଓ ରେଶମ ଲାଲ ନାୟକ ସାଇନ୍ସ ସୁପରଭାଇଜର ଚିତ୍ତ ରଞ୍ଜନ ପଟ୍ଟନାୟକ ତଥା ତେନ୍ତୁଳିଖୁଣ୍ଟି ବି ଇ ଓ ସୌମେନ୍ଦ୍ର ଭୌମିକ ଆସିଥିବା ବେଳେ ଆଲୋଚନା ବେଳେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସଂଜୀବ ଭତ୍ରା ,ନିର୍ବାହୀ ଯନ୍ତ୍ରୀ ଏସ କେ ଦାସ ଓ ଶ୍ରୀନିବାସ ପାତ୍ର ଉପସ୍ଥିତ ଥିଲେ।

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସଂଜୀବ ଭତ୍ରା ଙ୍କୁ ପଚାରିବାରୁ କହିଲେ ଆମେ ଆଶା କରିଥିଲୁ ବିଦ୍ୟାଳୟ ହସ୍ତାନ୍ତର ପ୍ରକ୍ରିୟା ଆଜିସମ୍ପନ୍ନ ହୋଇଯିବ ଓ ଛାତ୍ରଛାତ୍ରୀ ଙ୍କ ପାଠ ପଢା ସମସ୍ୟା ସମାଧାନ ହୋଇଯିବ କିନ୍ତୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ବାଣୀ ଆମକୁ ନିରାଶ କରିଛି । ତଥାପି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କାର୍ଯ୍ୟାଳୟ କୁ ଆମେ ଆଜିର ନିଷ୍କର୍ଷ ନେଇ ଜଣାଇବୁ । ପରବର୍ତ୍ତୀ ପଦକ୍ଷେପ ଉପରୁ ନିର୍ଦେଶ ଆସିଲେ କାର୍ଯ୍ୟକାରୀ କରିବୁ। ବର୍ତ୍ତମାନ ଛାତ୍ର ଛାତ୍ରୀ ଙ୍କ ଶିକ୍ଷାଦାନ ର ବାଧା ଦୂର କିପରି ହୋଇପାରିବ ସେଥିପାଇଁ ଅନୁରୋଧ କରିଛୁ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୁନାଗଡ ସିଡ଼ିପିଓ ଙ୍କ ପରଲୋକ

Sunil Chandra Nayak

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

15th Bharat Muni Saman Samaroh has started in Odisha.

masiha

Leave a Comment

error: Content is protected !!