ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡ଼ା ରେ ମା ଠାକୁରାଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

ଚିଲିଗୁଡ଼ା ରେ ମା ଠାକୁରାଣୀଙ୍କ ଚୈତ୍ର ପର୍ବ ଅନୁଷ୍ଠିତ

 ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗ୍ରାମରେ ଆଜି ମା ଠାକୁରାଣୀଙ୍କ ଚୈତ୍ର ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି ।ଚୈତ୍ର ପର୍ବ ଦିନରେ ପ୍ରଥମେ ଗୋନ୍ତିଆଙ୍କ ଘରୁ ମା ଠାକୁରାଣୀଙ୍କ ଘଟ ବାହାରି ଗ୍ରାମର ଗଣା ଘରକୁ ଆସି ବା ଏ ନ ଦେଲା ପରେ ଘଟ ଯାତ୍ରା ଆରମ୍ଭ ହୋଇ ଥାଏ ।ଗ୍ରାମର ପ୍ରତେକ ଘରକୁ ମା ଠାକୁରାଣୀଙ୍କ ଘଟ ଯାଇ ନଗର ପରିକ୍ରମା କରିଥାନ୍ତି ।ଗ୍ରାମର ଲୋକମାନେ ମା ଠାକୁରାଣୀଙ୍କ ଘାଟରେ ପୂଜାର୍ଚ୍ଚନା କରି ନିଜର ମାନସିକ କରିଥାନ୍ତି ।ଏହି ନଗର ପରିକ୍ରମା ରେ ଗ୍ରାମର ଶତାଧିକ ଲୋକ ସାମିଲ ହୋଇଥାନ୍ତି ।ନଗର ପରିକ୍ରମା ପରେ ସନ୍ଧ୍ୟାରେ ମା ଠାକୁରାଣୀଙ୍କ ଘଟ ଠାକୁରାଣୀଙ୍କ ପୀଠରେ ପହଞ୍ଚି ଥାଏ । ପରେ ପୀଠରେ ଗ୍ରାମର ପୁଝାରି ହିମାଞ୍ଚଳ ପୁଝାରି ଙ୍କ ନେତୃତ୍ୱରେ ସମସ୍ତ ପୂଜା ବିଧି ସମ୍ପାଦନ କରାଯାଇଥାଏ ।ଏହି ଚୈତ୍ର ପର୍ବ ଦିନରେ ମହୁଲ ,କାନ୍ଦୁଲ ,ଆମ୍ବ , ଚାହାର ,ନଡ଼ିଆ ଆଦି ପୂଜା କରାଯାଏ ।ପରେ ଗ୍ରାମର ଲୋକମାନେ ମାନସିକ ପୂରଣ ହୋଇଥିଲେ ପୀଠରେ ଗଡର। ,ବୋଦା ,କୁକୁଡ଼ା ଏବଂ ପାର। କୁ ବଳି ଦେଇ ମା ଆର୍ଶୀବାଦ ଲାଭ କରିଥାନ୍ତି ।ଚୈତ୍ର ପର୍ବ ଦିନରେ ଗ୍ରାମର ଗୋନ୍ତିଆ ,ପୁଝାରି ,ନରିଆ ତଥା ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ପ୍ରମୁଖ ଦାୟିତ୍ୱ ବହନ କରିଥାନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

 

Related posts

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରକଳ୍ପ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା -୨୦୨୬ ଅନୁଷ୍ଠିତ

Sunil Chandra Nayak

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

Sunil Chandra Nayak

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର

masiha

Leave a Comment

error: Content is protected !!