ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ନିର୍ବାଚନକୁ ଦୃଷ୍ଟିରେ ରଖି ଆମପାଣି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

କୋକସରା,୧୫/୪ // ନିର୍ବାଚନକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା, ନିରପେକ୍ଷ ଏବଂ ଅବାଧ ସହ ସାଧାରଣ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରି ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ କଳାହାଣ୍ଡି ପ୍ରଶାସନ ନିର୍ଦ୍ଦେଶ କ୍ରମେ କୋକସରା ବ୍ଲକ ଆମପାଣି ପୋଲିସ ପକ୍ଷରୁ କାଉଡୋଳା ଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆମପାଣି ଥାନା ଅଧିକାରୀ ଗଙ୍ଗାଧର ମେହେର ନେତୃତ୍ବରେ ସିଆରପିଏଫ୍ ଯବାନ ମାନେ ସାମିଲ ହୋଇ ଏହି ଫ୍ଲାଗ ମାର୍ଚ୍ଚ କରିଥିଲେ । ନିର୍ବାଚନ ସମୟରେ ଲୋକମାନେ କିଭଳି ଶାନ୍ତି ଶୃଙ୍ଖଳା ସହ ଏବଂ ନିର୍ଭୀକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତଦାନ କରିବେ।ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ ନକରିବା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି : ଇନ୍ଦ୍ରାବତୀ ପ୍ରକଳ୍ପରୁ ଜଳସେଚନ :ଏବେ ୪୫ ପ୍ରତିଶତରେ ଜଳ ଭଣ୍ଡାରର ଜଳସ୍ତର

masiha

କମାଲ କଲେ ସହିଦ୍ ଙ୍କ ପୁଅ  ୯୯.୨% ନମ୍ବର ରଖି ଜିଲ୍ଲାରେ ଟପ୍ପର… ଦକ୍ଷିଣୀ ଶୌଣ୍ଢିକ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧନା…

Sunil Chandra Nayak

ରାଇରଙ୍ଗପୁରରେ ବୀରଚକ୍ର ଶହୀଦ ନୁଦୂରାମ ସୋରେନଙ୍କ ତୃତୀୟ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!