ରାଇରଙ୍ଗପୁର ରେ ରଥଯାତ୍ରା ପ୍ରସ୍ତୁତି ବୈଠକ.
ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପାଦନ ପାଇଁ ଉପଜିଲ୍ଲlପାଳ ଙ୍କ ଗୁରୁତ୍ୱlରୋପ.
ମୟୂରଭଞ୍ଜ ତା. ୨୧-୦୬-୨୦୨୪ ରିଖ ( ମସିହା)ଚଳିତ ବର୍ଷ ରାଇରଙ୍ଗପୁର ରଥ ଯାତ୍ରା କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଉପଖଣ୍ଡ ପ୍ରଶାସନ ତତ୍ତ୍ୱlବଧାନ ରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ସରୋଜ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକ ରେ ରାଇରଙ୍ଗପୁର ର ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ ଓ ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିଲେ.।
ବୈଠକ ପ୍ରାରମ୍ଭ ରେ ଉପଜିଲ୍ଲାପାଳ ଶ୍ରୀ ଦାଶ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ଚଳିତ ବର୍ଷ ରାଇରଙ୍ଗପୁର ରଥ ଯାତ୍ରା ପ୍ରତି ବର୍ଷ ଭଳି ଠାକୁର ଙ୍କ ନୀତିକାନ୍ତି ଅନୁଯାୟୀ ଯଥା ରୀତି ରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ.।
ଏହାପରେ ରାଇରଙ୍ଗପୁର ଦେବତ୍ତର ବିଭାଗ ତତ୍ୱାବଧାନ ରେ ଚଳିତ ୨୦୨୪ ମସିହା ରଥଯାତ୍ରା ପାଳନ ସମ୍ପର୍କିତ ପ୍ରସ୍ତୁତ ପ୍ରସ୍ତାବିତ କାର୍ଯ୍ୟସୂଚୀ ର ବିଶଦ ବିବରଣୀକୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା.।
ବୈଠକ ରେ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।. ମୁଖ୍ୟତଃ ଦେବତ୍ତର ବିଭାଗ ସହିତ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ତଥା ସେବାୟତ ଙ୍କ ମଧ୍ୟରେ ସମନ୍ୱୟ ରଖି ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ନିର୍ଧାରିତ ସମୟ ରେ ସୁଚାରୁ ରୂପେ ସମ୍ପାଦନ ପୂର୍ବକ ବ୍ୟବସ୍ଥିତ ଢଙ୍ଗରେ ସୁପରିଚାଳନା ପାଇଁ ପରାମର୍ଶ ଦିଆଯାଇଥିଲା.।
କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ ୨୨ ତାରିଖ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନ,ସନ୍ଧ୍ୟା ରେ ଗଜାନନ ବେଶ ଦର୍ଶନ, ରାତ୍ର ୧୦ ଘଟିକା ସମୟ ରେ ଶ୍ରୀ ଜୀଉ ମାନଙ୍କ ଅଣସର ପିଣ୍ଡିକୁ ଯାତ୍ରା,ଆସନ୍ତା ଜୁଲାଇ ମାସ ୨ ତାରିଖ ରେ ମହାପ୍ରଭୁ ଶ୍ରୀଅଙ୍ଗେ ଖଳି ଲାଗି ବିଧାନ, ଜୁଲାଇ ୭ ତାରିଖ ସକାଳ ଘ ୭-୩୦ ମି. ସମୟେ ନବଯୌବନ ଦର୍ଶନ, ପରେ ପରେ ନେତ ଉଠା, ରଥ ପ୍ରତିଷ୍ଠା,ସକାଳ ୧୧ ଘଟିକାରେ ପ୍ରଭୁଙ୍କ ପହଣ୍ଡି ଯାତ୍ରା ଓ ରଥାରୁଢ଼, ୭ ଓ ୮ ତାରିଖ ଦୁଇଦିନ ଅପରାହ୍ନ ରେ ରଥ ଟଣା, ୦୯ ତାରିଖ ରେ ଶ୍ରୀଗୁଣ୍ଡିଚା ମନ୍ଦିର ରେ ବିପଦ ତାରିଣୀ ବ୍ରତ,୧୧ ତାରିଖ ରେ ହେରାପଞ୍ଚମୀ ନୀତି , ୧୫ ତାରିଖ ପୂର୍ବାହ୍ନ ରେ ବାହୁଡା଼ ଯାତ୍ରା ର ପହଣ୍ଡି ଓ ରଥାରୁଢ଼, ୧୫ ଓ ୧୬ ତାରିଖ ଦୁଇଦିନ ଅପରାହ୍ନ ରେ ବାହୁଡା଼ ଯାତ୍ରା ର ରଥ ଟଣା, ୧୭ ତାରିଖ ରେ ଏକାଦଶୀ ନୀତି, ଅଧରପଣା ଲାଗି ଓ ସୁନାବେଶ ଦର୍ଶନ , ୧୮ ତାରିଖ ଅପରାହ୍ନ ରେ ନୀଳାଦ୍ରି ବିଜେ ଇତ୍ୟାଦି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିର ସୁଚାରୁ ସମ୍ପାଦନ ପାଇଁ ନିର୍ଦେଶ ଦିଆଯାଇଛି. ।
ରାଧାମୋହନ ମନ୍ଦିର,ମାଉସୀମା ବାଡ଼ି ଏବଂ ରଥ ରେ ରଙ୍ଗ ଦେବା ଆଦି ଅlନୁସଙ୍ଗିକ କାର୍ଯ୍ୟକ୍ରମ ନିର୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଇଛି. ସେହିପରି ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ଯୋଗାଇଦେବା ପାଇଁ ଟାଟା ପାୱାର କତୃପକ୍ଷ , ରାସ୍ତା ଓ ଗୃହ ନିର୍ମାଣବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଇରଙ୍ଗପୁରଙ୍କୁ ନିର୍ଦେଶ ଦିଆଯାଇଛି . ଠାକୁର ଙ୍କ ଲାଗିହେବା ପାଇଁ ଆବଶ୍ୟକ ପଡୁଥିବା ଫୁଲ ଏବଂ ଫୁଲ ମାଳ ଯୋଗାଇ ଦେବା ନିମନ୍ତେ ଉଦ୍ୟାନ କୃଷି ଅଧିକାରୀ, ରାଇରଙ୍ଗପୁର ଙ୍କୁ ନିର୍ଦେଶ ଦିଆଯାଇଛି.ରଥ ଯାତ୍ରା ସମୟରେ ରଥଦlଣ୍ଡ ଏବଂ ସହର ର ବିଭିନ୍ନ ସ୍ଥାନ ରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୃତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥ ଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନ ର ଯୁବ ସ୍ବେଛାସେବୀ ଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକ ରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ର ମାନ, ଗୁଣବତ୍ତା କୁ ସ୍ୱାସ୍ଥ୍ୟ ବିଭାଗ ଓ ରାଇରଙ୍ଗପୁର ପୌରପାଳିକା ଙ୍କ ତରଫରୁ ମିଳିତ ତତ୍ୱାବଧାନ ରେ ନିୟମିତ ଯାଞ୍ଚ ଓ ତଦାରଖ ପାଇଁ ପଦକ୍ଷେପ ନେବା, ଜନଗହଳି କାରଣରୁ ଉପୁଜୁଥିବା ଅସ୍ୱାଭାବିକ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବା ତଥା ଆକସ୍ମିକ ଅଗ୍ନି କାଣ୍ଡ ଜନିତ ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ସହର ଓ ବଡଦାଣ୍ଡ ଅଂଚଳ ର ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ରଥ ଯାତ୍ରା ସମୟରେ ରଥ ଦାଣ୍ଡ ରେ ଆମିଷ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଯିବା, ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖାଯିବା ଓ ନିୟମିତ ତଦାରଖ ତଥା ଚଢ଼ାଉ କରାଯିବା ଆଦି ଦିଗ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଇତ୍ୟାଦି ସମସ୍ତ କାର୍ଯ୍ୟ ସୁପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି . ରଥ ଯାତ୍ରା ସମୟ ରେ ରଥ ଦାଣ୍ଡ ରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଓ ସନ୍ଧ୍ୟା ରେ ରାଜ୍ୟ ତଥା ସ୍ଥାନୀୟ ଅଂଚଳ ର କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ ପାଇଁ ନିଷ୍ପତି ନିଆଯାଇଛି. ରଥ ଯାତ୍ରା ଉପଲକ୍ଷେ ବାହାରୁ ଆସୁଥିବା ମିନାବଜାର ପାଇଁ ଏନଓସି ପ୍ରଦାନ କରାଯିବା ରେ ନିୟମ କୁ କଡାକଡ଼ି ପାଳନ କରାଯିବା ସହିତ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକିୟ ଜାଗା ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ତତ୍ୱାବଧାନ ରେ ଆବଣ୍ଟନ କରାଯିବା ପାଇଁ ପରାମର୍ଶ ଦିଆଯାଇଛି. ଏଥି ସହିତ ଅନ୍ୟାନ୍ୟ ପ୍ରସଙ୍ଗ କ୍ରମେ ରଥ ଦାଣ୍ଡ ର ଉଭୟ ପାର୍ଶ୍ଵ ରେ ଅବରୋଧ କରିଥିବା ଜାଗା ଖାଲି କରାଯିବା ଓ ନାମ ଫଳକ ଗୁଡିକ ହଟାଇବା ପାଇଁ ନିଷ୍ପତି ନିଆଯାଇଛି. ।ପାରମ୍ପରିକ ରୀତି ଅନୁଯାୟୀ ତା ୦୯-୦୭-୨୦୨୪ ରିଖ ରୁ ତା ୧୪-୦୭-୨୦୨୪ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହାପ୍ରଭୁ ମାନଙ୍କ ବିଭିନ୍ନ ବେଶ ଦର୍ଶନ ହେବ.।
ପ୍ରକାଶ ଥାଉକି ରଥ ଟଣା କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିବସ ଗୁଡ଼ିକରେ କେବଳ ମହିଳା ମାନଙ୍କ ଦ୍ୱାରା ରଥ ଟଣା ଯିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ଏଥି ପାଇଁ ଇନର କର୍ଡନ ରେ ଆବଶ୍ୟକ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ନିୟୋଜିତ କରାଯାଇ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀ ତଥା ଦେବତ୍ତର ବିଭାଗ ର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି.।
ଆଜିର ଅନୁଷ୍ଠିତ ବୈଠକ ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ପରିଚାଳକ ଶ୍ରୀ ଆଲୋକ କୁମାର ଗୋଛାୟତ , ରାଇରଙ୍ଗପୁର ପୌରପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ,।
ରାଇରଙ୍ଗପୁର ର ସହକାରୀ ଅଗ୍ନିଶମ ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ସାମଲ, ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ କୁମାର ତୀର୍କୀ, ଟିପିଏନଓଡିଏଲ କତୃପକ୍ଷ ଙ୍କ ସମେତ ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ ତ୍ରିପାଠୀ,ଅଧ୍ୟାପକ ବିଜୟ କୁମାର ରାମ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଓ ଓକିଲ ତଥା ବରିଷ୍ଠ ନାଗରିକ ଶ୍ରୀ ରସାନନ୍ଦ ଲେଙ୍କା, କୃଷ୍ଣ ବିହାରୀ ମହାନ୍ତି,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦିଲୀପ କୁମାର ମହାନ୍ତି, ଶ୍ରୀ ତିମିର ରଞ୍ଜନ ପଣ୍ଡା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପୂଜକ ପଣ୍ଡିତ ଦେବବ୍ରତ ରଥ ମହାପାତ୍ର, ରଥ କମିଟି ର ସଦସ୍ୟ,ସେବାୟତ, ରଥ ମହାରଣା, ରଥ ମହାପାତ୍ର, ସହର ର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇ ରଥ ଯାତ୍ରା ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜ ର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
ଶେଷରେ ଉପଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତଙ୍କ ସହଯୋଗ କାମନା କରି ରାଇରଙ୍ଗପୁର ରେ ମହାପ୍ରଭୁଙ୍କ ଘୋଷ ଯାତ୍ରାର ସଫଳ ସମ୍ପାଦନ ପାଇଁ ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହାକୁ ସମ୍ପୃକ୍ତ ବିଭାଗ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଯତ୍ନବାନ ହେବେ ବୋଲି ଆଶା ପୋଷଣ କରିବା ସହ ବୈଠକ ରେ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ


