ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହର୍ଷି ଗୁରୁକୂଳ ର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ,ପିଲାଙ୍କ ସଫଳତା ପଛରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ମହର୍ଷି ଗୁରୁକୂଳ ର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ,ପିଲାଙ୍କ ସଫଳତା ପଛରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଗୁଣପୁର ୫/୯  ମହର୍ଷି ଗୁରୁକୂଳ ର +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ଗୁଣୁପୁର ପଗଡ଼ବିଲି ଠାରେ ମହର୍ଷି ଗୁରୁକୂଳ କଲେଜ ରେ +୨ ପ୍ରଥମ ବାର୍ଷିର ନବାଗତ ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଙ୍କ ଦ୍ଵାରା ସ୍ୱାଗତ କରାଯାଇଥିଲା। ଏହି ଅଵସରରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ପାଠପଢା ଓ ଭବିଷ୍ୟତ ଜୀଵନରେ କୃତକାର୍ଯ୍ୟ ପାଇଁ ସଫଳତା ର ମନ୍ତ୍ର ଦେଇଥିଲେ। ନିଜ ମସ୍ତିଷ୍କ ର ସ୍ଥିରତା ,ଶୃଙ୍ଖଳା ଓ ଆଗ୍ରହ ସହ ପଢ଼ିଲେ ନିଶ୍ଚିତ ଭାବେ ଭବିଷ୍ୟତ ରେ ନିଜର ଲକ୍ଷ ହାସଲ କରିପାରିବେ ବୋଲି ଶ୍ରୀ ଜମାଡାର ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ରୂପେ ଗୁଣୁପୁର କଲେଜ ର ଅବସର ପ୍ରାପ୍ତ ଅଧକ୍ଷ ଶଶୀଭୂଷଣ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଏକାଗ୍ରତା ଦେଇ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇ ଉଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଉତ୍ତମ ଛାତ୍ର ଗଠନରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପରିଶ୍ରମ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ଅବସରରେ କଲେଜର ଟ୍ରଷ୍ଟ ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ , ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର, ଡୀନ ପ୍ରିୟବ୍ରତ ବିଷୋୟୀ ଓ ପ୍ରିନସିପାଲ ରାମକୃଷ୍ଣ ରଥ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ଇତ୍ୟାଦି ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋପାଳ ବେହେରା, ପାର୍ଥ ସାରଥୀ, ମୋନିକା, ପୂଜା ପାଢ଼ୀ, ଶୁଭଶ୍ରୀ ଓ କାଳିନ୍ଦୀ ସଂଯୋଜନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରାଜ ମିସ୍ତ୍ରୀ ସଂଘ ପକ୍ଷରୁ ଜିଲ୍ଲା ଆପ୍ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Leave a Comment

error: Content is protected !!