ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

ଡାବୁଗାଁ, ୫/୯ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରେ ଛାତ୍ରୀ ମାନେ ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ ଙ୍କ ପଦଧୌତ କରି ବନ୍ଦାପନା କରିଥିଲେ ପରେ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଆଜି କାର ଦିବସ ପାଳନ ଓ ଗୁରୁଶିଷ୍ୟ ସମ୍ପର୍କ ବିଷୟରେ ଛାତ୍ରୀ ମାନଙ୍କୁ କହିବା ସହିତ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ଛାତ୍ରୀ ମାନେ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ପୁଷ୍ପଗୁଛ ଓ ଉପହାର ପ୍ରଦାନ କରିଥିଲେ l ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦାସ ଗୁରୁଦିବସ ବିଷୟରେ ଛାତ୍ରୀ ମାନଙ୍କୁ କହିବା ସହିତ ଗୁରୁ ମାନଙ୍କୁ ଭକ୍ତି କରି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ | ଏଥିରେ ଶିକ୍ଷୟିତ୍ରୀ ଆରତୀ ବିଷୋୟୀ, ଅନୁଶ୍ରୀ ଗୋଲଦାର, ସିଗ୍ମା ସାହୁ, ସୁନାମଣି ପୂଜାରୀ, ସୁନୀତା କୁମାରୀ ତ୍ରିପାଠୀ, ସୁପ୍ରିୟା ମହାକୁଡ଼, ଶିକ୍ଷକ ମହେଶ୍ୱର ନାଥ, ସନ୍ତୋଷ କୁମାର ପଣ୍ଡା, ବିଭାସ ମହାପାତ୍ର, ମନୋଜ କୁମାର ବାଘ, ସୌମ୍ୟ ରଂଜନ ନାୟକ ଓ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ | ଏହା ସହ ବ୍ଲକ ଅଧୀନ ସମସ୍ତ ବିଦ୍ୟାଳୟରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

ସାପ କାମୁଡ଼ାରେ ନା ବାଳକ ମୃତ୍ୟୁ 

masiha

ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଜଙ୍ଗଲି ଭାଲୁ,ଅଞ୍ଚଳବାସୀ ଆତଙ୍କିତ

masiha

Leave a Comment

error: Content is protected !!