ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ନଗର ବଡ଼ପଡ଼ାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା

ଭବାନୀପାଟଣା,୧୪/୦୬(ମନିସ)- ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ଶାଖା ତରଫରୁ ଆଜି ଭବାନୀପାଟଣାସ୍ଥିତ ଗୋପବନ୍ଧୁ ନଗର ବଡ଼ପଡ଼ାସ୍ଥିତ ଜୟ ଜବାନ ସାଂସ୍କ୍ରୁତିକ ଅନୁଷ୍ଠାନ ପରିସରରେ ସ୍ଥାନୀୟ ମହିଳାମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉପସ୍ଥିତ ମହିଳାମାନଙ୍କୁ ବାବାସାହେବ ଡ. ବି.ଆର୍ ଆମ୍ବେଦକର ସମ୍ବିଧାନରେ ମହିଳାମାନଙ୍କ ପାଇଁ ଦେଇଥିବା ଅଧିକାର, ଶିକ୍ଷାର ଜନନୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ବିଷୟରେ ଅବଗତ କରାଯାଇଥିଲା । ପରିଶେଷରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ଗୋପବନ୍ଧୁ ନଗର ପାଇଁ ଏକ କମିଟି ଗଠନ କରାଯାଇଥିଲା ।ଏଥିରେ ସର୍ଵ ସମ୍ମତି କ୍ରମେ ମାୟା ନାଏକଙ୍କୁ ସଭାନେତ୍ରୀ ଏବଂ ବନ୍ଦନା ପାଲଙ୍କୁ ସମ୍ପାଦିକା ଭାବରେ ମନୋନୀତ କରାଯାଇଥିଲା ।ବୈଠକଟିକୁ ଉଷାରାଣୀ ବାଗ ଶୃଙ୍ଖଳିତ ଭାବରେ ପରିଚାଳନା କରିଥିଲେ । ଏହି ସଭାରେ ଫେଡେରେସନର ସଦସ୍ୟା ଆରତୀ ନାଏକ ଓ ଉପଦେଷ୍ଟା ଏସ୍. ସୁଜାତା ପ୍ରମୁଖ ଉପସ୍ଥିତ ଥିଲେ !

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି ଭବନୀପାଟଣା ପୌରପାଳିକା ପକ୍ଷରୁ ଘୋଳ ଦହି ବଣ୍ଟନ

ନବରଙ୍ଗପୁର ଠାରେ ଆଇନଜୀବୀ ଦିଵସ ପାଳିତ 

Sunil Chandra Nayak

ଶିକ୍ଷକ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ,.ଡାକ୍ତରଖାନରେ ଭର୍ତ୍ତି

masiha

Leave a Comment

error: Content is protected !!