ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

ଢେଙ୍କାନାଳ:ତା.୦୧.୧୧.୨୦୨୫ ରିଖ: ରାଜ୍ୟରେ ତା. ୩୧.୧୦.୨୦୨୫ ରୁ ୧୪.୧୧.୨୦୨୫ ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ କରାଯାଉଅଛି।ଏହି ଉପଲକ୍ଷେ ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ,ଅର୍ଥ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ଢେଙ୍କାନାଳ ଜିଲ୍ଳା ପ୍ରଶାସନ ଏଵଂ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଜିଲ୍ଲା ପ୍ରଶାସନ,ଢେଙ୍କାନାଳର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଦିବା ୧୧ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢ଼େଙ୍କାନାଳର ସହ-ନିର୍ଦ୍ଦେଶକ ପ୍ରଜ୍ଞା ମିଶ୍ର ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଡ଼ାକଘରେ ଓ ବାଣିଜ୍ୟିକ ବ୍ୟାଙ୍କ୍ ମାନଙ୍କରେ ବରିଷ୍ଠ ନାଗରିକ ଓ ପେନ୍‌ସନ ଭୋଗୀମାନେ ନିଜର ଲବ୍ଧ ଅର୍ଥରାଶିକୁ ଜମା ରଖିଲେ ନିଜର ଜମାରାଶି ସୁରକ୍ଷିତ ରହିବ ବୋଲି କହିଥିଲେ।ସୁରକ୍ଷିତ ସଞ୍ଚୟ,ଠକାମିରୁ ବଞ୍ଚିବାର ଏକମାତ୍ର ଉପାୟ ବୋଲି ମତବ୍ୟକ୍ତ କରିଥିଲେ। ଅସ୍ବାଭାବିକ ଭାବେ ଉଚ୍ଚ ସୁଧହାର ପ୍ରଦାନର ପ୍ରତିଶ୍ରୁତି ତଥା ଖୁବ୍ କମ୍ ଦିନରେ ମୂଳଜମା ଦୁଇଗୁଣ ହୋଇଯିବାର ପ୍ରଲୋଭନ ଠକାମିର ପ୍ରଥମ ଲକ୍ଷଣ ବୋଲି କହିଥିଲେ। କେବଳ ଡାକଘର ଓ ବ୍ୟାଙ୍କ୍ ଭଳି ପ୍ରତିଷ୍ଠିତ ତଥା ନିର୍ଭର ଯୋଗ୍ୟ ପ୍ରତିଷ୍ଠାନରେ ନିଜର କଷ୍ଟଲବ୍ଧ ଅର୍ଥ ସଞ୍ଚୟ କରିବା ନିରାପଦ ବୋଲି ସୁପରାମର୍ଶ ପ୍ରଦାନ କରିଥିଲେ। ସେ ମହାଶୟା ବିଭିନ୍ନ ସ୍ଲୋଗାନ୍ ” ମିତବ୍ୟୟୀ ହୋଇ ଧନ ସଞ୍ଚିବା,ନିଜ ଭବିଷ୍ୟତ ତଥା ଦେଶ ଗଢ଼ିବା ” ; ” ଅତି ଲୋଭ ଅଟେ ବିପଦ କାରଣ, ଲୋଭେ ପଡ଼ି ନକର ବିପଦ ବରଣ ” ; ” ଡାକଘର ଅବା ବାଣିଜ୍ୟିକ ବ୍ୟାଙ୍କ୍ ରେ କରନ୍ତୁ ନିବେଶ,ସ୍ୱଳ୍ପ ସଞ୍ଚୟ ଧାରଣାକୁ ଧ୍ୟାନ ଦିଅନ୍ତୁ ବିଶେଷ “; “ପ୍ରଥମେ ସଞ୍ଚୟ,ଦ୍ବିତୀୟ ବ୍ୟୟ ,ସୁରକ୍ଷିତ ଜୀବନ,ନଥିବ ଭୟ” ଭଳି ଉଦାହରଣ ମାଧ୍ୟମରେ ନିଜର ମନଛୁଆଁ ସଚେତନତାଧର୍ମୀ ବକ୍ତବ୍ୟ ରଖିଥିଲେ।ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସିନିୟର୍ ପୋଷ୍ଟମାଷ୍ଟର ସତ୍ୟବାଦୀ ଦାଶ,ପୋଷ୍ଟ ଅଫିସରେ ଅର୍ଥ ରାଶି ଜମା କଲେ ଅଧିକ ଆୟ ହେବ,କୌଣସି ପ୍ରକାରର ଠକେଇଠାରୁ ସୁରକ୍ଷିତ ରହିବା ସହିତ ଅଧିକ ସୁଧରାଶି ପାଇପାରିବେ ବୋଲି ଜଣାଇଥିଲେ।ଏହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ମଧ୍ଯ ଅଧିକ ମଜବୁତ ହେବ ବୋଲି ମତବ୍ୟକ୍ତ କରିଥିଲେ।ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପୋଷ୍ଟ ଅଫିସର ଟ୍ରେନର୍ ଦୀପକ ଲେଙ୍କା ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଡ଼ାକଘରେ ଉପଲବ୍ଧ ସମସ୍ତ ପ୍ରକାରର ଅର୍ଥଜମା ଓ ସୁଧ ଆୟ ସଂପର୍କରେ ଅବଗତ କରାଇ ବିଭିନ୍ନ ସଞ୍ଚୟର ଉପଯୋଗିତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ପୋଷ୍ଟ ଅଫିସରେ ଜମା ସଂପର୍କିତ ସମସ୍ତ ପ୍ରକାରର ଅଧିକ ଲାଭଦାୟକ ସ୍ମିମ୍ ସଂପର୍କରେ ବୁଝାଇ କହିଥିଲେ।ଘରେ ବସି ନିଜର ମୋବାଇଲ ଦ୍ୱାରା କିପରି ବିଭିନ୍ନ ସ୍ମିମ୍ ରେ ଅର୍ଥ ଲଗାଣ ଓ ଉଠାଣ କରି ଲାଭାନ୍ୱିତ ହୋଇପାରିବେ,ସେ ସଂପର୍କରେ ବିଷଦଭାବେ ବର୍ଣ୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଡ଼ି.ଏସ. ପି.ସଂଧ୍ୟାରାଣୀ ବେଉରା ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସ୍ଵୀୟ ବକ୍ତବ୍ୟରେ ସଚେତନତା ହିଁ ସୁରକ୍ଷା ବୋଲି କହି ସମସ୍ତ ପ୍ରକାର ସାଇବର ଠକାମୀ ଓ ସେଥିରୁ ରକ୍ଷା ପାଇବା ପଇଁ ଅବଲମ୍ବନୀୟ ସାଇବର୍ ସୁରକ୍ଷା ବା ସାଇବର୍ ସିକ୍ୟୁରିଟି ପଦକ୍ଷେପଗୁଡ଼ିକ ସମ୍ପର୍କରେ ସବିଶେଷ ଧାରଣା ପ୍ରଦାନ କରିଥିଲେ।ସାଇବର୍ ଠକମାନେ କିଭଳି ଉପାୟରେ ଅର୍ଥ ହଡ଼ପ କରୁଛନ୍ତି,ସେ ସଂପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ସୂଚ଼ନା ଦେଇ ସଚେତନ କରାଇଥିଲେ।ଇଣ୍ଟରନେଟ୍ ବ୍ୟବହାର ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ସୁପରାମର୍ଶ ଦେଇଥିଲେ।ଏହି ବୈଠକରେ ଢ଼େଙ୍କାନାଳ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରହ୍ଲାଦ ତ୍ରିପାଠୀ,ସାଧାରଣ ସମ୍ପାଦକ କୃଷ୍ଣ ମୋହନ ସାହୁଙ୍କ ସମେତ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକଗଣ ଓ ପେନ୍‌ସନ୍ ଭୋଗୀମାନେ ଯୋଗ ଦେଇଥିଲେ।ବରିଷ୍ଠ ନାଗରିକ ସନ୍ତୋଷ କୁମାର ପାଣିଗ୍ରାହୀ,ରବି ନାରାୟଣ ରାଉତ ଓ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵଳ୍ପ ସଞ୍ଚୟର ଉପଯୋଗିତା ଓ ସାଇବର ଠକେଇ ସମ୍ପର୍କରେ ନିଜ ନିଜ ଜୀବନର ଅନୁଭୂତିକୁ ସର୍ବ ସମ୍ମୁଖରେ ଉପସ୍ଥାପନା କରି ଉଭୟ ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଆଜିର ବିତର୍କର ବିଷୟବସ୍ତୁ ନିୟମିତ ସଂଚୟର ଆବଶ୍ୟକତା,ଉପଯୋଗିତା ଓ ଅନ୍ ଲାଇନ୍ ଠକେଇ ସମ୍ପର୍କିତ ସତର୍କତାମୂଳକ ସଚେତନତା ସମ୍ପର୍କରେ ସବିଶେଷ ତଥ୍ଯଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରି ସଚେତନତା ସୃଷ୍ଟି କରିଥିଲେ।ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳଙ୍କ ସଫଳ ମାର୍ଗଦର୍ଶନ ,ନେତୃତ୍ୱ ଓ ସଫଳ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଭିଲିପ୍ ସା ବିଶ୍ବାଳ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ,ସଦର ଏବଂ ସ୍ୱର୍ଣ୍ଣପ୍ରଭା ବିରୁଆଁ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ କାମାକ୍ଷାନଗର,କନିଷ୍ଠ ରାଜସ୍ବ ସହାୟିକା ଅରୁନ୍ଧତୀ ବେହେରା,କାର୍ଯ୍ୟାଳୟ ସହକାରୀ ଦେବାଶିଷ ହୋତା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଚାରକ ତଥା ଅବୈତନିକ ପରାମର୍ଶଦାତା ଓ ସମ୍ବାଦ ଦାତା
ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ

 

Related posts

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

Sunil Chandra Nayak

ବନିକରଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଘଟଣା , ଘଟଣା ଚାପିବାକୁ ରାତି ଅଧିଆ ବୃକ୍ଷ ରୋପଣ, ଘଟଣା ରଫାଦଫା କରିବାକୁ ଚାଲିଛି ଉଦ୍ୟମ 

masiha

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!