ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ ଖୋ ଓ କବାଡି ପ୍ରତିଯୋଗିତା -୨୦୨୫-୨୬ 

ନବରଙ୍ଗପୁର:(ତା ୨.୧୧.୨୦୨୫)(ମ.ନି ସ)ଗତ କାଲି ୧/୧୧/୨୦୨୫ ରିଖ ସକାଳ ୧୧.୦୦ ଘ ସମୟରେ ୧୨ ତମ ଜିଲ୍ଲା ବିଦ୍ୟାଳୟ ସମୂହ( ୧୪ ବର୍ଷରୁ କମ୍ ବାଳକ ବାଳିକାଓ ୧୭ ବର୍ଷରୁ କମ୍ ବାଳକ ବାଳିକା)ଖୋଖୋ ଓ କବାଡି ପ୍ରତିଯୋଗିତା ୨୦୨୫-୨୬ ର ଉଦ୍ ଘାଟନ ଉତ୍ସବ ପିଏମ୍ ଶ୍ରୀ ରାଜା ଚୈତନ୍ୟ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି।୧୦ ଗୋଟି ବ୍ଲକର ମୋଟ ୫୮୩ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ ଏବଂ ୫୭ ଜଣ ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଉକ୍ତ ଖେଳ କୁ ପରିଚାଳନା କରିଥିଲେ। ଜିଲ୍ଲାର ସ୍ବେଚ୍ଛାସେବୀ ଓ ଜେଆର୍ ସି ଦଳ ଆବଶ୍ୟକୀୟ ସେବା ଯୋଗାଇ ଥିଲେ।ଉକ୍ତ କାର୍ଯ୍ୟକ୍ରମ ର ସଭାପତି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ ଖୁଣ୍ଟିଆ ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ , ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶାନ୍ତ କୁମାର ନାୟକ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଭାତ ପଟ୍ଟନାୟକ ଯୋଗଦେଇ ଥିଲେ। ଉକ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ମଞ୍ଚାସୀନ ଅତିଥିବୃନ୍ଦ ନିଜ କରକମଳରେ ଦ୍ଵୀପ ପ୍ରଜ୍ଵଳନ ଓ କ୍ରୀଡ଼ା ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କ୍ରୀଡ଼ା ଶିକ୍ଷକ କିଶୋର ସିଲ୍, ମନୋରଞ୍ଜନ ପ୍ରହରାଜ, କିଶୋର ତ୍ରିପାଠୀ, ଗୋପାଳ କୃଷ୍ଣ ପଟ୍ଟନାୟକ,ମନୋଜ ପୂଜାରୀ, ହେମନ୍ତ ସାମଲ,ଜାତୀୟ ହୁସେନ,ଏ ବାଲାଜୀ,ସପନ ବୈରାଗୀ ଏବଂ ଜିଲ୍ଲା ରୁ ଆସିଥିବା ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରମିକ ଦିବସ ଲାଗି ଜାଭିୟର୍ସ ହାଇସ୍କୁଲ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରମିକଙ୍କୁ ଅଂଶୁଘାତ ନେଇ ସଚେତନା ସହ ଛତା ବଣ୍ଟନ 

Sunil Chandra Nayak

ଜାତୀୟ ପ୍ରେସ ଦିବସ ପାଳନ ନେଇ ଓୟୁଜେ ସଙ୍ଘ କଳାହାଣ୍ଡି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଗଙ୍ଗାଧର ବେହେରାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା -୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!