ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

ନବରଂଗପୁରଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ 

ନବରଂଗପୁର:( ତା ୧.୧୧.୨୦୨୫)(ମ.ନି. ସ)ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ସମ୍ମାନୀତ ଅତିଥି ରୂପେ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଏବଂ ମୁଖ୍ୟବକ୍ତା ରୂପେ ଡ ବିଜୟ କୁମାର ମିଶ୍ର ଯୋଗ ଦେଇଥିଲେ।ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରିଥିଲେ । ସଭାରେ ସମସ୍ତ କର୍ମଚାରୀମାନଙ୍କୁ ବୃତ୍ତିଗତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା, ଅସଦ ଉପାୟରେ ଧନ ଅର୍ଜନ କରିବାକୁ ବର୍ଜନ,ଆଇନ ଶାସନକୁ ଅନୁପାଳନ,ନିଜର ଦାୟିତ୍ୱ କୁ ସାଧୁତା ଓ ସ୍ୱଚ୍ଛତା ସହ ସମ୍ପାଦନା କରିବା, ଉତ୍କୋଚ ଗ୍ରହଣ ନ କରିବା ଏବଂ ନ ଦେବା,ଜନସାଧାରଣଙ୍କ ହିତ ପାଇଁ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଓ ଅନ୍ୟ ଅତିଥି ମାନେ ନିଜ ବକ୍ତବ୍ୟ ରେ ଲାଞ୍ଚ ଦେଇ ଶୀଘ୍ର କାର୍ଯ୍ୟ କରିବାର ମାନସିକତାକୁ ପରିହାର କରିବା , ନିଜ ଜୀବନରେ ସାଧୁତା ଓ ସ୍ୱଚ୍ଛତା କୁ ବଜାୟ ରଖିବା, ଯୁବସମାଜ ର ଚରିତ୍ର ଗଠନ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ,ଦୁର୍ନୀତି ବିଭାଗର କାର୍ଯ୍ୟଦକ୍ଷତା କୁ ପ୍ରଶଂସା କରି ସମସ୍ତେ ସ୍ୱଚ୍ଛତା ଓ ସାଧୁତା କୁ ଆୟୁଧ କଲେ ଦୁର୍ନୀତିମୁକ୍ତ ସମାଜ ଗଠନରେ ସହାୟକ ହୋଇପାରିବା ବୋଲି କହିଥିଲେ।ଏହି ଅବସରରେ ସକାଳ ଘ୯.୩୦ ମୀ ସମୟରେ ସ୍ଥାନୀୟ ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ବିଶାଳ ଶୋଭାଯାତ୍ରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି, ଅଙ୍ଗନବାଡି କର୍ମୀ ,ନବରଙ୍ଗପୁର ସହରର ବିଭିନ୍ନ କଲେଜର ଛାତ୍ର ଛାତ୍ରୀ, ଏନ୍ ସି ସି ଓ ଏନ୍ ଏସ୍ ଏ ଛାତ୍ର ଛାତ୍ରୀ,ବିଭାଗୀୟ ଅଧିକାରୀଙ୍କ ଏକ ସଚେତନତା ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ , ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସଚେତନତା ସୃଷ୍ଟି ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇ ମିଶନ ଶକ୍ତି ସମ୍ମିଳନୀ ଗୃହ ପର୍ଯ୍ୟନ୍ତ ଯାଇଥିଲା।ସପ୍ତାହ ପାଳନ ଅବସରରେ ଗତ ୨୭.୧୦.୨୦୨୫ରେ ଜିଲ୍ଲାର ସମସ୍ତ ବ୍ଲକ୍,ତହସିଲ,ଜିଲ୍ଲା କାର୍ଯ୍ୟାଳୟ ମାନଙ୍କ ରେ କର୍ମଚାରୀମାନେ ଶପଥ ପାଠ କରିଥିଲେ ଏବଂ ସମସ୍ତ ବ୍ଲକରେ ସପ୍ତାହ ବ୍ୟାପି ସଚେତନତା ଗ୍ରାମସଭା,ପ୍ରତିଯୋଗିତା,ସଭା କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା।ଗତ ୩୧.୧୦.୨୦୨୫ରିଖ ରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ପୁରସ୍କୃତ କରିଥିଲେ।ଡି ଆଇ ପି ଆର୍ ଓ ସଭାକୁ ପରିଚାଳନା କରିଥିଲେ। ଶେଷରେ ଉପ ଆରକ୍ଷୀ ଅଧିକ୍ଷକ, (ଦୁର୍ନୀତି ନିବାରଣ ବିଭାଗ) ନବରଙ୍ଗପୁର ଜୟଶ୍ରୀ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଏଫ୍ ଓ ଶୁଭେନ୍ଦୁ ପ୍ରସାଦ ବେହେରା,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ସି ଡି ଏମ ଓ ଡ ସନ୍ତୋଷ କୁମାର ପଣ୍ଡା,ଏସ ଇ, ଆର୍ ଏଣ୍ଡ ବି ଜେ କନ୍ଧପାଣି,ଡି ଇ ଓ ଛତ୍ରପତି ସାହୁ, ପି ଏ,ଆଇ ଟି ଡି ଏ ରାଜୀବ ଲୋଚନ ସାହୁ,ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର, ଓକିଲ ସଂଘ ସଭାପତି ସିରାଜ୍ ଅହମ୍ମଦ,ଇ ଓ ମ୍ୟୁନିସିପାଲଟି ଅଶୋକ କର୍ଣ୍ଣ, ବି ଡି ଓ ନବରଙ୍ଗପୁର ସୁନିଲ ଖୁରା , ଡି ସି ଓ ଘାଷିଆ ହରିଜନ,ଡି ପି ସି, ମିଶନଶକ୍ତି ନିରଞ୍ଜନ ଟାଙ୍ଗା ରଙ୍ଗା,ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି,ଭିଜିଲାନ୍ସ ବିଭାଗ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭିକ୍ଷା ପିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ 

Sunil Chandra Nayak

ପାଣି ପାଇଁ ଡାହକ ବିକଳ ମାଟିଆଭଟା ଗ୍ରାମବାସୀ 

masiha

କଳାହାଣ୍ଡି ଉତ୍ସବ ଘୁମୁରା ସାଂସ୍କୃତିକ ଉପ କମିଟି ର ବୈଠକ

masiha

Leave a Comment

error: Content is protected !!