ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର:( ତା ୧.୧୧.୨୦୨୫)(ମ.ନି. ସ)ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମତିଥି ରେ ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରୀତି ର ବାର୍ତ୍ତା ପ୍ରସାର ପାଇଁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଜିଲ୍ଲାରେ “ଏକତା ପଦଯାତ୍ରା”ର ଭବ୍ୟ ଆୟୋଜନ ନିମନ୍ତେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ମଡ଼କର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ,ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସର୍ବ ସମ୍ମତି କ୍ରମେ ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ ଠାରେ ପଦଯାତ୍ରା ଆୟୋଜନ ହେବ।ନଭେମ୍ବର ୧୨ ତାରିଖ ରେ ବିଶାଳ ଏକତା ପଦଯାତ୍ରା ( ୧୦୦୦ ରୁ ୧୫୦୦ ) ଅଂଶଗ୍ରହଣକାରୀ ପାପଡ଼ାହାଣ୍ଡି ସ୍ଥିତ ସହିଦ ସ୍ତମ୍ବ ଠାରୁ ବାହାରି ପ୍ରାୟ ୧୨ କିମି ଯାତ୍ରା କରି ନବରଙ୍ଗପୁର ସର୍କିଟ ହାଉସ ସମ୍ମୁଖ ପଡ଼ିଆରେ ସମାବେଶ ହେବେ ଏବଂ ସେଭଳି ଉମରକୋଟ ବ୍ଲକ ବଡଭରଣ୍ଡିସ୍ଥିତ ବଗାପୂଜାରୀ ସହିଦସ୍ତମ୍ବ ଠାରୁ ପ୍ରାୟ ୧୦ କିମି ଯାତ୍ରା କରି ଡି ଏନ୍ କେ ପଡିଆ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହେବ।ସରକାରଙ୍କ ଦ୍ଵାରା ଦିଆଯାଇଥିବା ମାର୍ଗଦର୍ଷିକା ଅନୁଯାୟୀ “ଏକ ଭାରତ ଆତ୍ମନିର୍ଭର ଭାରତ”ର ସଫଳ ପ୍ରସାର ପାଇଁ ଗତ ୩୦ ଅକ୍ଟୋବର ରୁ ୨୫ ନଭେମ୍ବର ମଧ୍ୟରେ ରାଜ୍ୟର ସବୁ ଜିଲ୍ଲାରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ।” ସର୍ଦ୍ଦାର ପଟେଲ ଏବଂ ଦେଶର ଏକତା”ଏହି ଉପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା,ସ୍ଲୋଗାନ,ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଵତନ୍ତ୍ର ସଫେଇ ଅଭିଯାନ,ପଦଯାତ୍ରା ପାଇଁ ନିର୍ଦ୍ଧାରିତ ରୁଟ ର ବ୍ୟାପକ ବ୍ୟବସ୍ତା ଓ ସୁରକ୍ଷା,ସାଂସ୍କୃତିକ କାର୍ଯ୍ୟକ୍ରମ,ରୁଟ ରେ ଭିଡ ନିୟନ୍ତ୍ରଣ,ପ୍ରଦର୍ଶନୀ ଷ୍ଟଲ,ପାନୀୟ ଜଳ,ଖାଦ୍ୟ ବ୍ୟବସ୍ଥା, ଆମ୍ବୁଲାନ୍ସ, ମାଇ ଭାରତ କିଓସ୍କ, ସଭାର ଆୟୋଜନ,ଆତ୍ମନିର୍ଭର ଭାରତ ଓ ନିଶା ମୁକ୍ତି ଉପରେ ଶପଥ ପାଠ,ଆବର୍ଜନା ସଫା ପାଇଁ ଯୁବ ସ୍ବେଛାସେବୀ ଏଭଳି ଅନେକ କାର୍ଯ୍ୟକ୍ରମ ରହିଛି ଏବଂ ଏହି ଦାୟିତ୍ଵ ବିଭିନ୍ନ ସଂପୃକ୍ତ ବିଭାଗୀୟ ଅଧିକାରୀ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ମାନ୍ୟବର ଲୋକସଭା ସାଂସଦ ,ନବରଙ୍ଗପୁର ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଙ୍କ ପରାମର୍ଶ ଅନୁସାରେ ଏହି ବିଶାଳ ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୈଠକ ରେ ଡି ଇ ଓ ଛତ୍ରପତି ସାହୁ, ଡି ଡବ୍ଲୁ ଓ ରବୀନ୍ଦ୍ର ପାଲକା, ଡି ଆଇ ପି ଆର୍ ଓ ମନୋଜ ବେହେରା,ନିର୍ବାହୀ ଅଧିକାରୀ ପୌରପାଳିକା ଅଶୋକ କର୍ଣ୍ଣ ,ଡି ସି ଓ ଘାଷିଆ ହରିଜନ ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଡ଼ଦିନ ପାଇଁ ଟିକାବାଲି ପୋଲିସର ପକ୍ଷରୁ ଫ୍ଲାଗ ମାର୍ଚ୍ଚ

Sunil Chandra Nayak

ମାତୃଶକ୍ତିର ସମାହାର ମିଶନ ସକ୍ତି ହିଁ ସମାଜକୁ ଅଗ୍ରଗତି କରିପାରିବ , ବ୍ଲକ ସ୍ତରୀୟ ମିଶନ ଶକ୍ତି ଫେଡରେସନ୍ ସମାବେଶ

masiha

ସମ୍ବିଧାନ ଦିବସ ଉପଲକ୍ଷେ ପଦଯାତ୍ରା

masiha

Leave a Comment

error: Content is protected !!