ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

ଝଡବାତ୍ୟାରେ ଘର ଉପରେ ଗଛ ପଡି ଭିନ୍ନକ୍ଷମ ଙ୍କ ଘର ଭାଙ୍ଗିଗଲା

ରାଇଘର 7/5ଗତକାଲି ରାତିର କାଳବୈଶାଖୀ ପ୍ରଭାବରେ ଗଛ ଉପୁଡି ଘର ଉପରେ ପଡିଯିବାରୁ ସୁବ୍ରତ ମଲ୍ଲିକ ନାମକ ଜଣେ ଭିନ୍ନକ୍ଷମ ବାସହରା ହୋଇଯାଇଥିବା ଜଣାପଡିଛି | ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର କୁମ୍ଭାରପାରା ସାହି ର ନିଖିଲ ମଲ୍ଲିକ ଙ୍କ ୧0 ବର୍ଷ ପୂର୍ବେ ମୃତ୍ୟୁ ଘଟିବାପରେ ତାଙ୍କ ଭିନ୍ନକ୍ଷମ ପୁଅ ଏବଂ ବିଧବା ସ୍ତ୍ରୀ ରାହୁଥିଲେ କୁମ୍ଭାରପାରା ସାହି ରେ,ନିଜେ ଭଲଭାବେ କଥା କହି ପାରୁନଥିବା ଏବଂ ଠିକ ଭାବେ ଚାଲି ପାରୁନଥିବା ସୁବ୍ରତ ଦୀର୍ଘ ଦଶ ବର୍ଷ ତଳୁ ନିଜ ପିତାଙ୍କୁ ହରାଇ ରାଇଘର ବଜାରରେ ପରିବା ବ୍ୟବସାୟ କରି ଚଳି ଆସୁଥିବା ସହିତ ଏକ ଜରାଜୀର୍ଣ୍ଣ ଘରେ ରହୁଥିଲେ | କେବଳ ସେତିକି ନୁହେଁ ନିଜେ ସ୍ୱାବଲମ୍ବୀ ହେବା ସହିତ ବିଧବା ମା’ଙ୍କ ଭରଣ ପୋଷଣ ଦାୟିତ୍ୱ ନେଇଥିବା ସୁବ୍ରତଙ୍କର ଏବେ ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନାହିଁ |ରାତି ୪ ଟା ବେଳେ ଘର ଭାଙ୍ଗି ଯିବା ଫଳରେ ଗତକାଲି ଠାରୁ ଅତ୍ୟନ୍ତ ଦୁଃଖରେ ରହିଥିବା ସୁବ୍ରତଙ୍କର ସରକାରୀ ସହାୟତା ଛଡା ଅନ୍ୟ କୌଣସି ରାହା ନଥିବାରୁ ସ୍ଥାନୀୟ ପ୍ରଶାସନକୁ ଘରଟିଏ ଯୋଗାଇ ଦେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି |ସକାଳ ସମୟରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟି ସଫା କରିବା ସହ ରାଇଘର ରାଜସ୍ବ ନିରୀକ୍ଷକ ଅଧିକାରୀ ମୁନା ସମରଥ ପହଞ୍ଚି ତହସିଲଦାର କାର୍ଯ୍ୟାଳୟ ରୁ କିଛି ବ୍ୟାବସ୍ଥା କରାଯିବ ବୋଲି କହିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ ସମ୍ପନ୍ନ 

୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ ସ୍ୱ-ଗଣନା ସ୍ୱ-ଗଣନାରେ ସାମିଲ ହେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!