ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ କୃଷି ଅଧିକାରୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଗାଁରେ ଶୋକର ଛାୟା

ଅବସର ପ୍ରାପ୍ତ କୃଷି ଅଧିକାରୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଗାଁରେ ଶୋକର ଛାୟା

କୋକସରା,୧୭/୩ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମର ଜଣେ ଅଵସର ପ୍ରାପ୍ତ କୃଷି ଅଧିକାରୀ ଅଶୋକ କୁମାର ପ୍ରଧାନୀ (୬୫) ଙ୍କ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଉଚ୍ଚ ରକ୍ତଚାପ, ମଧୁମେହ ରୋଗରେ ପୀଡିତ ରହିଥିବା ବେଳେ ଗତ କିଛିଦିନ ତଳେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶନିବାର ତାଙ୍କ ମୃତଦେହ ଗାଁ ରେ ପହଞ୍ଚିବା ପରେ ପରିବାର, ଆତ୍ମୀୟ ସ୍ୱଜନ ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀ ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ପରେ ଗାଁ ଶ୍ମଶାନରେ ଅନ୍ତିମ କୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଅବନୀ ରଞ୍ଜନ ପ୍ରଧାନୀ ମୁଖାଗ୍ନି ଦେଇଥିଲେ। ଶବଧାରରେ ଶତାଧିକ ଲୋକ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କୁସୁମି ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ବ୍ରାହ୍ମଣ ସମାଜ ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!