ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଜି ସକାଳ ୧୦ଟା ସମୟରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଲାଞ୍ଜିଗଡ ରୋଡ ଠାରେ ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ ବ୍ଲକ ସିଟି ପ୍ରାଥମିକ ଶିକ୍ଷକ ସଂଘ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ର ସମସ୍ତ ବ୍ଲକ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷକ ସେବା ପୁସ୍ତିକାକୁ ତ୍ୱରାନ୍ୱିତ କରିବା, ଶ୍ରେଣୀଗୃହ, ପାନୀୟ ଜଳ, ଶୌଚାଳୟ ଏବଂ ବିଦ୍ୟୁତ୍ ଯୋଗାଣ ସୁବିଧା, ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଜଣାଇବା ନିମନ୍ତେ ଆଲୋଚନା କରାଯାଇଥିଲା। ତତ୍ ସହିତ ବ୍ଲକ ରେ ଥିବା ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟ ଗୁଡିକରେ ଶୀଘ୍ର ଶିକ୍ଷକ ପ୍ରଦାନ ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜଣାଇବା ପାଇଁ ସଭାରେ ମତପ୍ରକାଶ ପାଇଥିଲା। ଏହି ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ବ୍ଲକ ସଭାପତି ଅନିଲ କୁମାର ତ୍ରିପାଠୀ, ବ୍ଲକ ସମ୍ପାଦକ ମନୋଜ କୁମାର ମହାକୁଡ, କାର୍ଯ୍ୟକାରୀ ସଭାପତି ପ୍ରଭାତ ପାଠୀ, କୋଷାଧ୍ଯକ୍ଷ ରାଘବ ଗହୀର, ଲକ୍ଷ୍ମୀପ୍ରିୟା ନାୟକ, ଲୋକନାଥ ହରିଜନ ଦିବାକର ବିଭାର, ଦନାର୍ଦ୍ଦନ ମିଶ୍ର, ମୀନକେତନ ତାଣ୍ଡି, ରାଧାମାଧବ ରଥ, ଦାମୋଦର ସା, ରଞ୍ଜିତ ରାୟ ପ୍ରମୂଖ ଅଂଶଗ୍ରହଣ କରିଥିଲେ। ଶେଷରେ ଦନାର୍ଦ୍ଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁକ୍ ସର୍ଭିସ୍ 

Related posts

ପିଚୁପ୍ଲାଣ୍ଟ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ

masiha

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

masiha

ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଭରତ ବାଇ 

Sunil Chandra Nayak

Leave a Comment

error: Content is protected !!