ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦେଦର ଠାରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ବିଳନୀ

ଦେଦର ଠାରେ ବ୍ଲକ ସ୍ତରୀୟ କଂଗ୍ରେସର କର୍ମୀ ସମ୍ବିଳନୀ

 ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ଆମ୍ବ ଗଛ ତୋଟା ଠାରେ କଂଗ୍ରେସର ବ୍ଲକ ସ୍ତରୀୟ କର୍ମୀ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କଂଗ୍ରେସ ଦଳର ଜୁନାଗଡ଼ ବ୍ଲକ ସଭାପତି ପରମେଶ୍ୱର ମୋଟେଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ତୁଲେଶ୍ୱର ନ।ଏକ ଙ୍କ ଆହ୍ୱାନ କ୍ରମେ ବ୍ଲକର ୩୪ ଗୋଟି ଗ୍ରାମ ପଞ୍ଚାୟତ ର ସଭାପତି ,ୱାର୍ଡ ଠାରୁ ବ୍ଲକ ପ୍ରଯ୍ୟନ୍ତ ସମସ୍ତ କମିଟିର କର୍ମ କର୍ତ୍ତା ଏବଂ ବୁଥ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।ଆଜିର କର୍ମୀ ସମ୍ବିଳନୀର ମୁଖ୍ୟ ଉଦେଶ୍ୟ ହେଉଛି ଆଗ।ମୀ ନିର୍ବାଚନ ରେ ତୃଣମୂଳ ସ୍ତରରୁ କଂଗ୍ରେସ ଦଳ କୁ ମଜବୁତ କରିବା ପାଇଁ ଏହି କର୍ମୀ ସମ୍ବିଳନୀର ଆୟୋଜନ କରାଯାଇଥିଲା ।ଏପରିକି ଆଗାମୀ ଦିନରେ ୧୦ ଗୋଟି ଗ୍ୟା ରେଣ୍ଟିକୁ ଲୋକଲୋଚନକୁ ଆଣି ବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା ।ଏହି ସଭାରେ ଦୁନ୍ଦେଲମାଲ ର ପୂର୍ବତନ ସରପଞ୍ଚ ଦୁର୍ଯୋଧନ ପଟେଲ ,ବକ୍ସି ତୁଳସୀ ପାଳି ନ।ଏ ବ ସରପଞ୍ଚ ମଧୁଯ୍ୟ ତାଣ୍ଡି ଏବଂ ବେଳଗୁଡାର ପୁରୁନ୍ଦର ଶବର କଂଗ୍ରେସ ଦଳ ରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ,ହାବସପୁର ଯୋନ ସଭାପତି ନୀଳମଣି ପୁଞ୍ଜି ,ଦାସି ଗାଁ ଯୋନ ସଭାପତି ଲାକ୍ସ ମନ ଭୋଇ ,ନାନ୍ଦୋଳ ଯୋନ ସଭାପତି ଫିରୋଜ ମାଝି ଏବଂ ଆଟି ଗାଁ ଯୋନ ସଭାପତି ଏ କା ରାମ ସୁନାନୀ ,ନବୀନ ଟ।କରି ଏବଂ ଦେବେନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ , ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

Sunil Chandra Nayak

ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

masiha

ରାଇରଙ୍ଗପୁରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ

masiha

Leave a Comment

error: Content is protected !!