ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ଙ୍କ ଉଦ୍ଦେଶ୍ୟରେ ଦୀପଟିଏ କାର୍ଯ୍ୟକ୍ରମ

ସହିଦ୍ ଙ୍କ ଉଦ୍ଦେଶ୍ୟରେ ଦୀପଟିଏ କାର୍ଯ୍ୟକ୍ରମ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସହିଦ୍ ଉଦ୍ଦେଶ୍ୟରେ ଦୀପଟିଏ ( ୧୨ ତମ ଦୀପାବଳୀ କା ଏକ ଦିୟା ସହିଦୋ କି ନାମ୍) କାର୍ଯ୍ୟକ୍ରମ ସେକ୍ଟର ୧୬ ସ୍ଥିତ ଡିଏଭି ପବ୍ଲିକ ସ୍କୁଲ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ତଥା ସଂଯୋଜନା ସ୍କୁଲ ର ଅଧ୍ୟକ୍ଷ ରାଜେଶ କୁମାର ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ୍ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରଫେସର ଗୋଲକ ବିହାରୀ ଦଳବେହେରା, ସମାଜସେବୀ କମଲ ଅଗ୍ରୱାଲ,ଜର୍ଣ୍ଣାଲିଷ୍ଟସ ଆସୋସିଏସନ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ତଥା ଉପଦେଷ୍ଟା କୁଞ୍ଜବିହାରୀ ରାଉତ, ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ୩୦୭ ର ଅଧ୍ୟକ୍ଷ ସିନ୍ ଆନନ୍ଦ, ଇନର ହୁଇଲ କ୍ଲବ୍ ର ସଭାପତି ଶିକ୍ଷାବିତ ଅଞ୍ଜଳି ହୋତା, ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ସୁନିତା ପ୍ରଧାନ ପ୍ରମୁଖ ଯୋଗଦେଇ ଦେଶପାଇଁ ପ୍ରାଣବଳି ଦେଇଥିବା ସହିଦ୍ ଙ୍କ ସଙ୍ଘର୍ଷ ମୟ ଜୀବନ,ଦେଶ ମାତୃକା ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସହିଦ୍ ଙ୍କ ଉଦ୍ଦେଶ୍ୟରେ ଅତିଥି ଓ ଛାତ୍ରଛାତ୍ରୀମାନେ ଦୀପ ପ୍ରଜ୍ବଳନ ସହ ସମସ୍ତଙ୍କ ମଧ୍ୟରେ ଏକତା ଭାଇଚାରା ବଜାୟ ରଖିବା ପାଇଁ ଶପଥ ପାଠ କରିଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ସରୋଜା ଇନ୍ଦୁମତୀ ବାରା ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନ ତରଫରୁ କାର୍ଯ୍ୟକ୍ରମରେ ସମସ୍ତ ଅତିଥିଙ୍କୁ ଉତ୍ତରୀୟ, ମେମୋଣ୍ଟୋ ଓ ପୁଷ୍ପଗୁଛ ଦିଆଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖାତିଗୁଡା ରେ ପାଳନ ହେଲା ମା ଶ୍ୟାମାକାଳୀ ପୂଜା

masiha

ବିଳରେ ରହିଛି ଧାନ ବର୍ଷା କୁ ଦେଖି ଚାଷୀ ଙ୍କ ଚିନ୍ତା 

masiha

ରାଇରଙ୍ଗପୁରରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ସଙ୍ଗୀତ ପ୍ରତିଯୋଗିତା

masiha

Leave a Comment

error: Content is protected !!