ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହସ୍ଥୀ ଉଦ୍ୟୋଗରେ ହର୍ଷୋଲ୍ଲାସର ସହିତ ଧନତେରାସ ପୂଜା ସମ୍ପନ୍ନ

ଗୃହସ୍ଥୀ ଉଦ୍ୟୋଗରେ ହର୍ଷୋଲ୍ଲାସର ସହିତ ଧନତେରାସ ପୂଜା ସମ୍ପନ୍ନ

ରାଉରକେଲା: ଓଡ଼ିଶାର ଅନ୍ୟତମ ସୁପ୍ରସିଦ୍ଧ ମସଲା ଉତ୍ପାଦନକାରୀ ସଂସ୍ଥା ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପରିସରରେ ପବିତ୍ର ଧନତେରସ ପର୍ବ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। କାରଖାନା ପରିସରରେ ଅବସ୍ଥିତ ଦରବାରରେ ସର୍ବପ୍ରଥମେ ଗୋମାତା, ଗୁରୁମାତା ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯିବା ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ଧନ ଓ ସମୃଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ପବିତ୍ର ପୂଜାକାର୍ଯ୍ୟ ବିଶ୍ରାର ଗୁରୁଜୀ ଶ୍ରୀ ଜନାର୍ଦ୍ଦନ ବଶିଷ୍ଠ ଜୀଙ୍କ ଦ୍ୱାରା ବୈଦିକ ରୀତିନୀତି ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ସମ୍ପନ୍ନ କରାଯାଇଥିଲା। ପୂଜାରେ ମୁଖ୍ୟ ଯଜମାନ ଭାବେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗୋକୁଳ ଆନନ୍ଦ ବାଗଡ଼ିଆ ଯୋଗଦେଇ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ନିର୍ଦ୍ଦେଶିକା ମଞ୍ଜୁ ଦେବୀ ବାଗଡ଼ିଆ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହି ମା’ ଲକ୍ଷ୍ମୀଙ୍କ ଆରତି କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ।

ପୂଜା ସମାପ୍ତି ପରେ ସଂସ୍ଥାର ସମସ୍ତ ସଦସ୍ୟ ଓ କର୍ମଚାରୀ ଏକତ୍ରିତ ହୋଇ ସାମୂହିକ ଆରତିରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସମଗ୍ର କାରଖାନା ପରିସର ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶରେ ପରିଣତ ହୋଇଥିଲା। ଗୃହସ୍ଥୀ ଉଦ୍ୟୋଗ କେବଳ ନିଜର ଉତ୍କୃଷ୍ଟ ଗୁଣବତ୍ତାସମ୍ପନ୍ନ ମସଲା ଉତ୍ପାଦନ ପାଇଁ ନୁହେଁ, ବରଂ ଭାରତୀୟ ସଂସ୍କୃତି, ପରମ୍ପରା ଓ ପାରିବାରିକ ମୂଲ୍ୟବୋଧକୁ ସମ୍ମାନ ଦେଇ ସମସ୍ତ ପର୍ବପର୍ବାଣୀକୁ ଏକ ପରିବାର ଭଳି ପାଳନ କରିବା ପାଇଁ ମଧ୍ୟ ପରିଚିତ। ସଂସ୍ଥାର ପ୍ରତ୍ୟେକ ଉତ୍ସବରେ କର୍ମଚାରୀମାନଙ୍କ ସକ୍ରିୟ ଅଂଶଗ୍ରହଣ, ପାରସ୍ପରିକ ସ୍ନେହ, ଏକତା ଓ ସୌହାର୍ଦ୍ଦ୍ୟର ନିଆରା ନିଦର୍ଶନ ଦେଖିବାକୁ ମିଳିଥାଏ।

ଏହି ସଫଳ ଆୟୋଜନରେ ସି.ଇ.ଓ. ଅମିତ ଅଗ୍ରୱାଲ, ସୀତାରାମ ବାଗଡ଼ିଆ, ପ୍ରଫୁଲ୍ଲ ପାତ୍ର, ଅଭିନାଶ ମିଶ୍ର,ମୁକେଶ ଠାକୁର, ମାନବ ସମ୍ବଳ ବିଭାଗର ସଙ୍ଗୀତା କୁଣ୍ଡୁ, ଅଞ୍ଜଳି ସାହୁ, ସୁଶ୍ରୀ ସୁଭାଶ୍ରୀ ରାୟ ଏବଂ ଟି. ପୁରୁଷୋତ୍ତମ ପ୍ରମୁଖଙ୍କ ବିଶେଷ ଅବଦାନ ରହିଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଟପାଡ଼ ଠାରେ ବିଜେଡି ଯୁବ ଓ ଛାତ୍ର ସାଙ୍ଘଠାନିକ ବୈଠକ

Sunil Chandra Nayak

ଓଲଟିଲା ଡମ୍ଫର, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର

masiha

କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କଲେ ସାଇରାମ ପଣ୍ଡା

Sunil Chandra Nayak

Leave a Comment

error: Content is protected !!