ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କଲେ ସାଇରାମ ପଣ୍ଡା

କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କଲେ ସାଇରାମ ପଣ୍ଡା

ଶୁଭେଛା ଜଣାଇଲେ ବେଳତଳ ନୋଡାଲ ପ୍ରାଇମେରୀ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀ

ପଟ୍ଟାମୁଣ୍ଡାଇ ୦୬.୧୧.୨୦୨୫ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ସୁରଭି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗୀତା ରେ ସାଇରାମ ପଣ୍ଡା ଜିଲ୍ଲା ତରଫରୁ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତା କୁ ଉତ୍ତୀର୍ଣ୍ଣ ହୋଇଅଛି। ଏହି ସଫଳତା ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରୁ ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ର ଓ ଛାତ୍ରୀ, ଅଭିଭାବକ ,ପଟ୍ଟାମୁଣ୍ଡାଇ ବୁଦ୍ଧିଜୀବୀ ମହଲ ରୁ ଶୁଭେଛା ଓ ଆଶ୍ରିବାଦ ର ସୁଅ ଛୁଟିଥିଲା।ସାଇ ରାମ୍ ପଣ୍ଡା ପ୍ରଥମେ ପଟ୍ଟାମୁଣ୍ଡାଇ ବ୍ଳକ୍ ଶିକ୍ଷା ସୁରଭି ମଣ୍ଡଳ ପ୍ରତିଯୋଗିତା ରେ ବକ୍ତାରପୁର ୟୁ ଜି ୟୁ ପି ସ୍କୁଲ ପି ଏମ ପୋଷଣ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା କୁ ଉତ୍ତୀର୍ଣ୍ଣ ହୋଇ ଥିଲେ। ତା ପରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ପି ଏମ ପୋଷଣ ପାଇଁ ମହାବୀର ୟୁ କେ ମହାବିଦ୍ୟାଳୟ ରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସେଇ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପି ଏମ ପୋଷଣ ଡ୍ରଇଂ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କୁ ଉତ୍ତୀର୍ଣ୍ଣ ହୋଇ ସାରା ପଟ୍ଟାମୁଣ୍ଡାଇ ବ୍ଲକ କୁ ଗୌରବନିତ୍ଵ କରି ଛନ୍ତି। ତାଙ୍କର ଏହି ସଫଳତା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ର ସମସ୍ତ ସ୍କୁଲ ର ଛାତ୍ର ଓ ଛାତ୍ରୀ ଅଭିଭାବକ ,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶୁଭେଛା ଜଣାଇଛନ୍ତି।ସାଇରାମ୍ ପଣ୍ଡା ଆଗରୁ ବହୁ ଡ୍ରଇଂ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି ସବୁ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ବହୁ ଟ୍ରଫି ହାସଲ କରିଛନ୍ତି।ଆଜି ସୁରଭି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି ଏକ ପାହାଚ ସୋପାନ ଚଢ଼ି ଛନ୍ତି।ସାଇ ରାମ୍ ପଣ୍ଡା ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବ୍ଲକ୍ ର ବେଳତଳ ନୋଡାଲ ପ୍ରାଇମେରୀ ୟୁ ପି ସ୍କୁଲ ରେ ସପ୍ତମ ଶ୍ରେଣୀ ରେ ପାଠ ପଢନ୍ତି। ସାଇରାମ୍ ପଣ୍ଡା ସୁରଭି ଜିଲ୍ଲା ସ୍ତରୀୟ ପି ଏମ ପୋଷଣ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କୁ ଉତ୍ତୀର୍ଣ୍ଣ ହୋଇ ଥିବାର ଖବର ପାଇ ମୁଁ ବହୁତ୍ ଖୁସି ବୋଲି ସେଇ ସ୍କୁଲ ର ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି ,ସାଇ ରାମ୍ ର ସଫଳତା ପାଇଁ ସେଇ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ , ଛାତ୍ର ଓ ଛାତ୍ରୀ ମାନେ ଶୁଭେଛା ଜଣାଇଛନ୍ତି।ସାଇ ରାମ୍ ପଣ୍ଡା ର ଡ୍ରଇଂ ଶିକ୍ଷକ ସଞ୍ଜୟ ତ୍ରିପାଠୀ ମଧ୍ୟ ସାଇରାମ୍ ପଣ୍ଡା ଙ୍କୁ ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ମଧ୍ୟ ସାଇରାମ ପଣ୍ଡା ର ସଫଳତା ପାଇଁ ଶୁଭେଛା ସହିତ ସିଏ ଆଗକୁ ଥିବା ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ପୁଣି ପ୍ରଥମ ସ୍ଥାନ ଅଧିକାର କରିବ ସେଥି ପାଇଁ ମଧ୍ୟ ଶୁଭକାମନା କରିଛନ୍ତି। ଏହି ସୁରଭି କାର୍ଯ୍ୟକ୍ରମ ଟି କେନ୍ଦ୍ରାପଡ଼ା ଜିଲ୍ଲା ସାଂସ୍କୃତିକ ଭବନ ରେ ଅନୁଷ୍ଠିତ ହୋଇ ଥିଲା ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ଓ ସମସ୍ତ ବ୍ଲକ୍ ର ଶିକ୍ଷାଧିକାରୀ ଓ ଜିଲ୍ଲା ର ବହୁ ଅଧିକାରୀ ସଭମଞ୍ଚ ରେ ଅଧିଷ୍ଠିତ ଥିଲେ।ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟ କ୍ରମ ରେ ବହୁ ବିଭାଗ ରେ ସଫଳତା ପାଇ ଥିବା ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ଦେଇ କୃତି ଛାତ୍ର ଓ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି କୃତି ଛାତ୍ର ଓ ଛାତ୍ରୀ ମାନେ ହେବାକୁ ଥିବା ଆଗାମୀ ରାଜ୍ୟ ସ୍ତରୀୟ ସୁରଭି ପ୍ରତିଯୋଗିତା ରେ ଭାଗ ନେବେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଜିଲ୍ଲାରେ ୫,୯୫,୯୦୭ ବା ୬୯.୪୨ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ 

ମାଁ ଙ୍କ ନାମରେ ୧୪୦୦୦ ବୃକ୍ଷରୋପଣ, ସ୍ବଚ୍ଛତା ପଦଯାତ୍ରା ଓ ସ୍ବଚ୍ଛତା ଉତ୍ସବ ପାଳିତ 

Sunil Chandra Nayak

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!