ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଲେନିନ୍ ଜୟନ୍ତୀ ପାଳନ

ରାଉରକେଲା /ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ବ ରେ ଲେନିନ୍ ଙ୍କ ସ୍ମୃତି ଚାରଣ ଓ ବୈଶାଖୀ କାବ୍ୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି।

ସମାଜତତ୍ତ୍ବବିତ୍ ତଥା ହେତୁବାଦୀ ବିଶ୍ଲେଷକ ଗଗନ ବିହାରୀ ଧଳ ମୁଖ୍ୟ ଆଲୋଚକ ଏବଂ କେଦାରନାଥ ପ୍ରଧାନ, ପଶୁପତିନାଥ ଚାଟାର୍ଜୀ ସମ୍ମାନିତ ବକ୍ତା ରୂପେ ବିଶ୍ବ ପ୍ରେକ୍ଷାପଟରେ ବୈଜ୍ଞାନିକ ସମାଜବାଦର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା ରଖି ଲେନିନ୍ ଙ୍କୁ ମାର୍କ୍ସବାଦର ବିଜ୍ଞ ପ୍ରବକ୍ତା, ନୂତନ ତତ୍ତ୍ଵ ପ୍ରଣେତା , ବୈଜ୍ଞାନିକ ସମାଜବାଦର ସଫଳ ରୂପାୟନକାରୀ , ଅପ୍ରତିହତ ସଂଗ୍ରାମୀ, ସୁବକ୍ତା ଓ ସୁଶାସକ ରୂପେ ଅଭିହିତ କରି ସମାଜବାଦ ର ତାତ୍ତ୍ବିକ ଦିଗ ଉପରେ ଆଲୋକପାତ କରିଥିଲେ। 

ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଲେନିନ୍ ଙ୍କ ଜୀବନାୟନ ଓ ଦର୍ଶନ ଉପରେ ଏକ ସଂକ୍ଷିପ୍ତ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ତାଙ୍କର ସମଗ୍ର ଜୀବନକାଳ ମଧ୍ୟରେ ରଚିତ ଚଉବନ ଖଣ୍ତ ପୁସ୍ତକ ଉପରେ ସମାଜବାଦୀ ବିପ୍ଳବ ର କ୍ରମ ବିକଶିତ ବୈଶ୍ବିକ ଧାରା ସମ୍ପର୍କରେ ଆଲୋଚନା ରଖିଥିଲେ।

ସଭାପତି ଶ୍ରୀ ପତି ଆଲୋଚକ ମାନଙ୍କର ଆଲୋଚନା ର ସଂକ୍ଷିପ୍ତ ନିର୍ଯ୍ୟାସକୁ ତାଙ୍କ ସଭାପତିୟ ଅଭିଭାଷଣ ରେ ପ୍ରଦାନ ପୂର୍ବକ ମାର୍କ୍ସବାଦର କାଳୋପଯୋଗୀ ବାସ୍ତବ ରୂପାୟନ କିପରି ମୁକ୍ତିକାମୀ ଜନତାର ଅବ୍ୟର୍ଥ ଓ ଅଭ୍ରାନ୍ତ ପଥ ପ୍ରଦର୍ଶକ ହୋଇ ଏକ ଅଲିଭା ପ୍ରଦୀପ ରୂପେ ଆଗାମୀ ଭବିଷ୍ୟତର କାଳଖଣ୍ଡକୁ ପ୍ରଚୋଦିତ କରୁଥିବ ଏବଂ ବିପ୍ଳବ ପରିଚାଳନା ରେ ଜଣେ ଦକ୍ଷ ବୈଜ୍ଞାନିକ ରୂପେ ମାର୍କ୍ସବାଦର ସଠିକ୍ ପରିବର୍ତ୍ତନ ଓ ପରିବର୍ଦ୍ଧନର ସେ କିପରି କର୍ଣ୍ଣଧାର ଥିଲେ ତାଙ୍କ ବକ୍ତବ୍ୟରେ ସୂଚନା ପ୍ରଦାନ କରିଥିଲେ।

ସାହିତ୍ୟ ସଂଧ୍ୟାର ଦ୍ବିତୀୟ ପ୍ରସ୍ଥ ବରିଷ୍ଠ କବି ବଳରାମ ରାଉଳ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ସର୍ବଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା, ଅର୍ଚ୍ଚନା ପାତ୍ର, ଅଧ୍ୟାପକ ବିଜୟ ରାୟ, ଧୋବେଇ ବେହେରା, କାଶୀନାଥ ପାତ୍ର, ବଳରାମ ରାଉଳ ପ୍ରମୁଖ ବହୁ କବି ପ୍ରଗତିଶୀଳ କବିତା ପାଠ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ଶିକ୍ଷାବିତ ଓ ବୁଦ୍ଧିଜୀବୀ ପ୍ରମୁଖ ଭୂପେନ ମହାପାତ୍ର, ବିଚିତ୍ରାନନ୍ଦ ସାହୁ, କାଶୀନାଥ ନନ୍ଦୀ, ବସନ୍ତ ନାୟକ, ଗଙ୍ଗାଧର ପୁହାଣ, ରମେଶ ଚନ୍ଦ୍ର ସେଠୀ, ନରେନ୍ଦ୍ର ଗୋପ୍, ଡଃ ନଗେନ ଦାସ, ପ୍ରବୋଧ କୁମାର ନାୟକ, ସନ୍ତୋଷ ବାରିକ, ବିକାଶ ରାଉତ, ସବ୍ୟସାଚୀ ନାୟକ, ପଞ୍ଚାନନ ସୁନା, ସଦାନନ୍ଦ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ।ପରିଶେଷରେ କବି ଚନ୍ଦ୍ର ଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଥିପାଖୋଲ ପର୍ଯ୍ୟଟନ ସ୍ଥଳି ରେ ମର୍ମନ୍ମୁଦ ଅଘଟଣ: ପାଣିରେ ବୁଡ଼ି ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

ଉମରକୋଟଠାରେ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ବାର୍ଷିକୋତ୍ସବ ଓ କଳାକାର ମହାସମାବେଶ ନେଇ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!