ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଭାଲୁପିଆକୁ ହରାଇ ଗଜବାହାଲ ଚାମ୍ପିଅନ

ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭାଲୁପିଆକୁ ହରାଇ ଗଜବାହାଲ ଚାମ୍ପିଅନ

କର୍ଲାମୁଣ୍ଡା,୨୭/୦୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ସ୍କୁଲ ପଡ଼ିଆଠାରେ ଚାଲିଥିବା ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ଭାଲୁପିଆ କୁ ହରାଇ ଗଜବାହାଲ ଦଳ ଚାମ୍ପିଅନ ହୋଇଥିଲା। ମ୍ୟାଚଟିକୁ ଅଟଳ ପଧାନ ଓ ଦେବାଶିଷ ନାଏକ ପରିଚାଳନା କରିଥିଲେ। ଖେଳାଳୀ ଜିତେନ୍ଦ୍ରିୟ ଭୋଇ ଓ ବିଜେ ରାଜେଶ କୁମାର ଭୋଇ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ତେରେସିଂହା ଗ୍ରା.ପ. ସରପଞ୍ଚ ପ୍ରମୋଦ ସୁନା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ, ବିଜେଡ଼ି ବ୍ଲକ ସଭାପତି ଯଶୋବନ୍ତ ସାହୁ, ବିଶ୍ୱମ୍ବର ଭୋଇ, ପ୍ରମୋଦ ପଧାନ, ବିରେନ୍ଦ୍ର ନାଏକ, ଶଙ୍କର୍ଷଣ ବାଗ, ସତ୍ୟବାନ ପଧାନ, ରାଜବିହାରୀ ଭୋଇ, ମନୋଜ କୁମାର, ଶରତ ପଧାନ, ସୁମନ୍ତ ମାଝୀ, ଚରଣ ବାଗ, ସୁରେଶ ଘିଭେଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟ ର ଉଭୟ ବିଜେତା ଓ ଉପବିଜେତା ଦଳକୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କ୍ରିକେଟ୍ କ୍ଲବ ର ସଭାପତି ପ୍ରଶାନ୍ତ ଘିଭେଲା, ସମ୍ପାଦକ କିଶୋର ପଧାନ, କୋଷାଧ୍ୟକ୍ଷ ଅନଙ୍ଗ ଭୋଇ ଓ କିଶୋର ପଧାନଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Related posts

ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

କାଲୋପଳା ମହିଚଲା ରାସ୍ତାରେ ମର୍ମନ୍ତୁ ଦୁର୍ଘଟଣା ,୧ ମୃତ

Sunil Chandra Nayak

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

masiha

Leave a Comment

error: Content is protected !!