ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱକପ ହକିକୁ ଆମପାଣି ଠାରେ ସ୍ୱାଗତ କଲେ କଳାହାଣ୍ଡି ପ୍ରଶାସନ

କୋକସରା,୨/୧-ଓଡିଶାର ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱ କପ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଓଡିଶା ରାଜ୍ୟ ସରକାର ଆୟୋଜନ କରିଥିବା ବେଳେ ହକି ବିଶ୍ୱ କପକୁ ଆଦୃତ କରିବା ପାଇଁ ବିଶ୍ୱକପର ଟ୍ରଫିକୁ ରାଜ୍ୟ ବ୍ୟାପି ପରିକ୍ରମା କରାଯାଉଛି। ରବିବାର ଏହି ଟ୍ରଫି ଶୋଭାଯାତ୍ରା ନବରଙ୍ଗପୁର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ସୀମା ଆମପାଣି ବୁଢ଼ାରଜା ମନ୍ଦିର ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଉପ ଜିଲ୍ଲାପାଳ ବେଦ ଭୂଷଣ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଆମପାଣି ପଞ୍ଚାୟତ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଆତ୍ମା ଅଧ୍ୟକ୍ଷ ୠତୁରାଜ ମାଝୀ ସମେତ କୋକସରା ବ୍ଲକ ପ୍ରଶାସନର କର୍ମଚାରୀ, ସମାଜସେବୀ, ମିଶନ ଶକ୍ତି ଓଏଲଏମ ମହିଳା କର୍ମଚାରୀ ଓ ଆମପାଣି ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପରେ ଟ୍ରଫିକୁ ଏକ ବିରାଟ ଶୋଭାଯାତ୍ରାରେ ଘୁମୁରା ଓ ସାଂସ୍କୃତିକ କଳାକାର ଓ ଅତିଥିଙ୍କ ଗହଣରେ ବୁଢ଼ାରଜା ମନ୍ଦିରରୁ ବୁଢ଼ାରଜା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣି ସେଠାରେ ଉପ ଜିଲ୍ଲାପାଳ ଟ୍ରଫିକୁ ମଞ୍ଚକୁ ଆଣିଥିଲେ। ପରେ ଉପସ୍ଥିତ ଅତିଥି ଅଧିକାରୀ କର୍ମଚାରୀ ଓ ଜନସାଧାରଣ ଟ୍ରଫି ସହ ଫୋଟୋ ପର୍ଵରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ସମେତ ଆମପାଣି ଅଞ୍ଚଳର ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ। ଏହାପରେ ମୋଟେର ଛକରେ ପୁଣିଥରେ ମୋଟେର ପଞ୍ଚାୟତ ସରପଞ୍ଚ ବାସନ୍ତି ନାଏକଙ୍କ ନେତୃତ୍ବରେ ଟ୍ରଫି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ହକି ଟ୍ରଫିକୁ ସ୍ୱାଗତ କରି ଜୁନାଗଡ ଓ ପରେ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଅଭିମୁଖେ ରଥ ଯାଇଥିଲା ।

ମସିହା ନିଉଜ ସର୍ଭିସ୍ 

Related posts

“ଥର୍ମୋ-ଇଲେକ୍ଟ୍ରୋ-ଯାନ୍ତ୍ରିକ ଶକ୍ତି ପରିବର୍ତ୍ତନ” ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳା

masiha

ବାଙ୍ଗାଲୋରରେ ସିକ୍ଯୁରିଟି ଗାର୍ଡ ରୂପେ ନିୟୋଜିତ ରାଇରଙ୍ଗପୁର ଅଂଚଳର ଯୁବକର ସ୍ବାସ୍ଥ୍ୟ ଜନିତ ମୃତ୍ୟୁ           

Sunil Chandra Nayak

୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

masiha

Leave a Comment

error: Content is protected !!