ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ

ନବରଙ୍ଗପୁର ତା ୦୧/୦୧ /୨୦୨୩(ମସିହା) ଓଡ଼ିଶା ଆନ୍ତର୍ଜାତିକ ହକି ମହା ସଂଘ ଦ୍ଵାରା ଆୟୋଜିତ ପୁରୁଷ ହକି ବିଶ୍ଵ କପ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଓ ଓଡ଼ିଶାର ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ରେ ଆସନ୍ତା ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ହକି ବିଶ୍ଵ କପ୍ ଟ୍ରଫି ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା ଅବସରରେ ବର୍ଷର ଶେଷ ଦିନ ତା ୩୧.୧୨ ୨୦୨୨ ରିଖ ସନ୍ଧ୍ୟାରେ ନବରଙ୍ଗପୁର ଜିଲ୍ଲା ରେ ଆସି ପହଞ୍ଚି ଥିଲା । ହକି ପୁରୁଷ ବିଶ୍ଵ କପ୍ ଟ୍ରଫି କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ନବବର୍ଷର ଉତ୍ସାହର ସହିତ ଭବ୍ୟ ସ୍ଵାଗତ ପାଇଁ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ସାଂସ୍କୃତିକ ଦଳ, ସ୍ଵଚ୍ଛା ସେବୀ ଙ୍କୁ ନେଇ ଏକ ବିରାଟ ସାଂସ୍କୃତିକ ଶୋଭା ଯାତ୍ରା ର ଆୟୋଜନ କରାଯାଇଥିଲା । ଏଥିରେ ମାନ୍ୟବର ସାଂସଦ ଲୋକ ସଭା,ନବରଙ୍ଗପୁର,ଶ୍ରୀ ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ବିଧାୟକ ଡାବୁ ଗାଁ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ମନୋହର ରନ୍ଧାରୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ରଧାନି, ମାନ୍ୟବର ଅଧକ୍ଷ ଜିଲ୍ଲାପରିଷଦ ଶ୍ରୀ ମୋତି ରାମ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଏସ୍, ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀମତୀ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ର ଇ ତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଅଧକ୍ଷ ପୌରପାଳିକା ନବରଙ୍ଗପୁର, କୁନୁ ନାୟକ ବିଶ୍ବ ହକି ଟ୍ରଫିକୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସ୍ଵାଗତ କରିଥିଲେ। ଏଥିରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଜିଲ୍ଲାର ପାରମ୍ପରିକ ନାଚ,ଗୀତ,ବାଦ୍ୟ ସହିତ ସାଂସ୍କୃତିକ ଶୋଭା ଯାତ୍ରା ରେ ବାହାରି ମାଝୀ ଗୁଡ଼ା ଛକ ପର୍ଯ୍ୟନ୍ତ ପରିକ୍ରମା କରାଯାଇ କଳାହାଣ୍ଡି ଜିଲ୍ଲା ପରିକ୍ରମା ନିମନ୍ତେ ବିଦାୟ ଦିଆଯାଇଥିଲା। ଜିଲ୍ଲାରେ ହକି ବିଶ୍ଵ କପ୍ ର ପ୍ରସାର ପ୍ରଚାର ପାଇଁ ଗ୍ରାମ ପଞ୍ଚାୟତ ସ୍ତରରରେ ଗ୍ରାମ ସଭା,ବ୍ଲକ୍ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି। ତା୧୫,୧୬,୧୭.୦୧.୨୦୨୩ ତିନି ଦିନ ପର୍ଯ୍ୟନ୍ତ ସର୍କିଟ ହାଉସ ପାଖ ପଡ଼ିଆରେ ଏକ ମିନି ପଲ୍ଲୀ ଶ୍ରୀ ମେଳା ଅନୁଷ୍ଠିତ ହେବ। ଏଥିରେ ପୁସ୍ତକ ମେଳା, କୃଷି ଯନ୍ତ୍ରପାତି, ଲୋକଙ୍କ ର ମନୋରଞ୍ଜନ ପାଇଁ ମିନା ବଜାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଏବଂ ପ୍ରୋଜେକ୍ଟ ଟର ମାଧ୍ୟମରେ ହକି ଖେଳର ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯିବ। ବିଶ୍ବ ହକି ଟ୍ରଫି ପରିକ୍ରମା ର ଭବ୍ୟ ସ୍ବାଗତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହନିର୍ମାଣ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ, ବେଣୁଧର ଶବର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର କୁମାର ଆଚାର୍ଯ୍ୟ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା କ୍ରୀଡ଼ାବି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ,ଓଡିଶା ରାଜସ୍ଵ ଅମଲା ସଂଘ ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଡି ପି ଓ, ହିମାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍ 

Related posts

ବୃତ୍ତି ପରୀକ୍ଷାରେ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

masiha

Medha Patkar Detained by Police at Rayagada Railway Station

masiha

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ 

masiha

Leave a Comment

error: Content is protected !!