ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତର ଓଡିଶା ରେଳ ସମନ୍ବୟ ସମିତିର ଦାବି..

ରାଉରକେଲା/ ଉତ୍ତର ଓଡ଼ିଶା ରେଳ ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ବନ୍ଧମୁଣ୍ଡା ସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ରାଜକିଶୋର ମହାନ୍ତିଙ୍କୁ ସାକ୍ଷାତ କରି ରାଉରକେଲାରୁ ବାଲେଶ୍ଵର ଭାୟା ଚକ୍ରଧରପୁର ବଡ଼ବିଲ ଯାଜପୁର ଭଦ୍ରକ ବାଲେଶ୍ବର ଇଣ୍ଟରସିଟି ଚଳାଚଳ ପାଇଁ ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ। ଏନେଇ ଅନୁଷ୍ଠାନ ତରଫରୁ ରାଉରକେଲା ଷ୍ଟେସନ ମାଷ୍ଟର ପ୍ରଭାସ ଦାସଙ୍କୁ ଭେଟି ଡିଭିଜନାଲ ପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଡିଭିଜନ ସ୍ତରୀୟ ବୈଠକରେ ଏହାକୁ ଆଲୋଚନା କରିବା ପାଇଁ ଏଆରଏମ ପ୍ରତିଶ୍ରୁତି ଦେଇଥିଲେ। ସଂସଦର ଆଗାମୀ ଅଧିବେଶନରେ ଏକ ପ୍ରତନିଧି ଦଳ ମାନ୍ୟବର ରେଳମନ୍ତ୍ରୀଙ୍କୁ ଦିଲ୍ଲୀରେ ସାକ୍ଷାତ କରି ଅଗ୍ରଗତି ସମ୍ପର୍କରେ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହି ସାକ୍ଷାତକାରରେ ସଭାପତି ଉପେନ୍ଦ୍ର କୁମାର ନାୟକ, ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ସହିତ ଜଗନ୍ନାଥ ରାଉତ, ଶଶଧର ପାତ୍ର, ଅମୂଲ୍ୟ ବରାଳ, ଶମ୍ଭୁନାଥ ପରିଡ଼ା, ସଦାନନ୍ଦ ସାହୁ ଓ ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଧାୟକଙ୍କ ପ୍ରଚେଷ୍ଟାରେ ଆସିକାରେ ଦୁଇ ଦିନ ଉପଜିଲ୍ଲାପାଳଙ୍କ କ୍ୟାମ୍ପ କୋର୍ଟ ବିଧାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ 

masiha

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

masiha

ତେନ୍ତୁଳିଖୁଣ୍ଟି ନିକଟରେ ବେଆଇନ କାଠ ପରିବହନ ଗାଡ଼ି ଜବତ

Sunil Chandra Nayak

Leave a Comment

error: Content is protected !!