କାମାକ୍ଷାନଗର (ମସୀହା) ସମ୍ଭବ ଚାରିଟେବୁଲ ଟ୍ରଷ୍ଟ , ଢେଙ୍କାନାଳ ଶାଖା ତରଫରୁ ନୂଆ ବର୍ଷ ପାଳନ ଉପଲକ୍ଷେ-୨୦୨୩ କମ୍ବଳ ବଣ୍ଟନର ତୃତୀୟ ଥର ସେବା କାର୍ୟ୍ଯ ହୋଇଛି,ଢେଙ୍କାନାଳ ଜିଲ୍ଲାର ଦୁଇଟି ଆଦିବାସୀ ବସ୍ତିରେ ସଦର ବ୍ଲକ କଙ୍କଡ଼ା ହାଡ ପଞ୍ଚାୟତର ସତଶଯ୍ୟା ସ୍ଥିତ ଆଦିବାସୀ ବସ୍ତି ମାଝୀ ସାହି ଓ ମଧୁସାପାଟଣାର ସାନ ନଟାକଣ୍ଟା ଗାଆଁରେ ବାସ କରୁଥିବା ଗୁରୁଜନ ସମ୍ମାନୀୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ ଓ ଛୋଟ ପିଲାଙ୍କୁ ବିସ୍କୁଟ ଚକେଲେଟ ବଣ୍ଟନ କରାଯାଇ ନୂଆ ବର୍ଷକୁ ସ୍ୱାଗତ କରି ବସ୍ତିର ଲୋକ ମାନଙ୍କ ସହିତ ଖୁସି ବାଣ୍ଟିବାକୁ ଛୋଟ ପ୍ରୟାସ କରିଥିଲେ l ସେବା କାର୍ଯ୍ୟ ରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ଟ୍ରଷ୍ଟର କୋଷାଧ୍ୟକ୍ଷ ସୁଶ୍ରୀ ସୁମିତ୍ରା ସାହୁ,ସମାଜସେବୀ ବିଜୟୀଲକ୍ଷ୍ମୀ ବେହେରା,ପ୍ରୀତି ରଞ୍ଜନ ସାହୁ,ଅନିଲ କୁମାର,ଟିକିନା ପୃଷ୍ଟି ସେବା କାର୍ଯ୍ୟ ରେ ଯୋଗ ଦେଇ ଉପସ୍ଥିତ ଥିଲେ l ସେବା ହଁ ଧର୍ମ ମାନବିକତା ହଁ କର୍ମ ମାଧବ ସେବା ହଁ ମାନବ ସେବା,ଶୀତ ଋତୁର ପ୍ରବାହ ଥିବା ପର୍ଯ୍ୟନ୍ତ ଏମିତି କମ୍ବଳ ବଣ୍ଟନ ସେବା କାର୍ଯ୍ୟ ଜାରି ରହିବ ବୋଲି ପ୍ରମିଳା ସିଂହ ମତ ପ୍ରକାଶ କରିଛନ୍ତି l