ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ଢେଙ୍କାନାଳ ଶାଖା ତରଫରୁ ନୂଆ ବର୍ଷ ରେ କମ୍ବଳ ବଣ୍ଟନ

କାମାକ୍ଷାନଗର (ମସୀହା) ସମ୍ଭବ ଚାରିଟେବୁଲ ଟ୍ରଷ୍ଟ , ଢେଙ୍କାନାଳ ଶାଖା ତରଫରୁ ନୂଆ ବର୍ଷ ପାଳନ ଉପଲକ୍ଷେ-୨୦୨୩ କମ୍ବଳ ବଣ୍ଟନର ତୃତୀୟ ଥର ସେବା କାର୍ୟ୍ଯ ହୋଇଛି,ଢେଙ୍କାନାଳ ଜିଲ୍ଲାର ଦୁଇଟି ଆଦିବାସୀ ବସ୍ତିରେ ସଦର ବ୍ଲକ କଙ୍କଡ଼ା ହାଡ ପଞ୍ଚାୟତର ସତଶଯ୍ୟା ସ୍ଥିତ ଆଦିବାସୀ ବସ୍ତି ମାଝୀ ସାହି ଓ ମଧୁସାପାଟଣାର ସାନ ନଟାକଣ୍ଟା ଗାଆଁରେ ବାସ କରୁଥିବା ଗୁରୁଜନ ସମ୍ମାନୀୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ ଓ ଛୋଟ ପିଲାଙ୍କୁ ବିସ୍କୁଟ ଚକେଲେଟ ବଣ୍ଟନ କରାଯାଇ ନୂଆ ବର୍ଷକୁ ସ୍ୱାଗତ କରି ବସ୍ତିର ଲୋକ ମାନଙ୍କ ସହିତ ଖୁସି ବାଣ୍ଟିବାକୁ ଛୋଟ ପ୍ରୟାସ କରିଥିଲେ l ସେବା କାର୍ଯ୍ୟ ରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ଟ୍ରଷ୍ଟର କୋଷାଧ୍ୟକ୍ଷ ସୁଶ୍ରୀ ସୁମିତ୍ରା ସାହୁ,ସମାଜସେବୀ ବିଜୟୀଲକ୍ଷ୍ମୀ ବେହେରା,ପ୍ରୀତି ରଞ୍ଜନ ସାହୁ,ଅନିଲ କୁମାର,ଟିକିନା ପୃଷ୍ଟି ସେବା କାର୍ଯ୍ୟ ରେ ଯୋଗ ଦେଇ ଉପସ୍ଥିତ ଥିଲେ l ସେବା ହଁ ଧର୍ମ ମାନବିକତା ହଁ କର୍ମ ମାଧବ ସେବା ହଁ ମାନବ ସେବା,ଶୀତ ଋତୁର ପ୍ରବାହ ଥିବା ପର୍ଯ୍ୟନ୍ତ ଏମିତି କମ୍ବଳ ବଣ୍ଟନ ସେବା କାର୍ଯ୍ୟ ଜାରି ରହିବ ବୋଲି ପ୍ରମିଳା ସିଂହ ମତ ପ୍ରକାଶ କରିଛନ୍ତି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ 

Related posts

ରୋଟ୍ରାକ୍ଟ କ୍ଲବ୍ ସମୁହର ମିଳିତ ଆନୁକୂଲ୍ୟରେ ଆର.ଜି.ଏଚ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ 

masiha

ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ

masiha

ଉତ୍କେଲା ରେ କଲ୍ୟାଣ ମଣ୍ଡପ ଏବଂ ଖୋଲା ବ୍ୟାୟାମଶାଳା ଜମି ଚି଼ହ୍ନଟ ପାଇଁ କେସିଙ୍ଗା ବିଡ଼ିଓ ଙ୍କୁ ବିକାଶ ମଞ୍ଚ ର ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!