ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତି ସାରା ଗଛ ଉପରେ ୧୪ ଶ୍ରମିଜ

ରାତି ସାରା ଗଛ ଉପରେ ୧୪ ଶ୍ରମିଜ

ବ୍ରିଜ୍ ନିର୍ମାଣ କାମ କରୁ ଥିଲେ, ହଠାତ୍ ନଦୀରେ ବନ୍ୟା ପାଣି ଚାଲି ଆସିଲା l ଶ୍ରମିକମାନେ ରହୁ ଥିବା ଅସ୍ଥାୟୀ କୁଡ଼ିଆ ବନ୍ୟା ପାଣିରେ ଭାସିଗଲା l ଜୀବନ ବଞ୍ଚାଇବା ପାଇଁ ୧୪ ଶ୍ରମିକ ରାତି ସାରା ଏକ ଗଛ ଉପରେ ଚଢି ଯାଇଥିଲେ l ଏପରି ଏକ ଅଭାବନୀୟ ଘଟଣା ଘଟିଛି ଓଡ଼ିଶା ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଛୁରା ଥାନା ବିଜୟପାଲ ଗାଁରେ l ଓଡ଼ିଶା ଛତିଶଗଡ ସୀମାନ୍ତ ଏହି ବିଜୟପାଲ ଗାଁ ନିକଟରେ ଛତିଶଗଡ ସରକାରଙ୍କ ପକ୍ଷରୁ ବଗନଇ ନଦୀରେ ଏକ ବ୍ରିଜ୍ ନିର୍ମାଣ କାମ ଚାଲୁ ଥିଲା l ଗରିଆବନ୍ଧ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏହି ବଗନଇ ନଦୀରେ ବନ୍ୟା ପାଣି ଚାଲି ଆସି ଥିଲା l ସେଠାରେ କାମ କରୁଥିବା ୧୪ ଶ୍ରମିକଙ୍କ ଅସ୍ଥାୟୀ କୁଡ଼ିଆ ନଦୀରେ ଓହଳି ଯାଇ ଥିଲା l ଜୀବନ ବଞ୍ଚାଇବା ପାଇଁ ୧୪ ଜଣ ଶ୍ରମିକ ଏକ ଗଛରେ ରାତି ସାରା ରହି ଯାଇ ଥିଲେ l ସୂଚନା ପାଇ ଗରିଆବନ୍ଧ ଜିଲ୍ଲାପାଳ ଭଗବାନ ସିଂହ ଉଇକେ ଓ ଏସପି ଦେବବ୍ରତ ସିରମୋର ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାର ଏସଡିଆରଏଫ୍ ଟିମ୍ ପହଞ୍ଚି ସମସ୍ତ ୧୪ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ l ସମସ୍ତେ ସୁରକ୍ଷିତ ଥିବା ଗରିଆବନ୍ଧ ଡିଏସପି ଲିତେଶ ସିଂହ ଜଣାଇଛନ୍ତି l

ସୁଜିତ କୁମାର ପ୍ରଧାନ  ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ସମାରୋହ

masiha

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

ଓଡ଼ିଶାର ବିଶିଷ୍ଟ ଖବର କାଗଜ ବିତରକ ଭୋଳାନାଥ ଶର୍ମା ଆରପାରିରେ

Leave a Comment

error: Content is protected !!