ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ବ୍ରାହ୍ମଣୀଦେବୀ

ମା ବ୍ରାହ୍ମଣୀଦେବୀ

ଢେଙ୍କାନାଳ – ଢେଙ୍କାନାଳ ସ‌ହରର ଉତ୍ତର ପାର୍ଶ୍ଵ ବାଜିଚୌକ ନିକଟସ୍ଥ ପୁରୁଣା ଡାକ୍ତରଖାନା ପାଚେରୀ ବାହାରେ ମୁଖ୍ୟରାସ୍ତା କଡ଼ରେ ବିଶ୍ବ ଜନନୀ ମା ବ୍ରାହ୍ମଣୀ ଦେବୀଙ୍କର ଆସ୍ଥାନ। ମା ଏଠି ବିରାଜମାନ । ଏଠାରେ ମା ବ୍ରାହ୍ମଣୀ ଦେବୀ ପ୍ରତ୍ୟକ୍ଷ ଦେବୀ। ସର୍ବ ପ୍ରଥମେ ଢେଙ୍କାନାଳର କନ୍ତିୟ ମଠସାହି ବ୍ରହ୍ମଚାରୀମାନଙ୍କ ଦ୍ବାରା ପୂଜିତ ହୋଇଥ‌ିବାରୁ ସେ ବ୍ରାହ୍ମଣୀ ଦେବୀ ନାମରେ ପରିଚିତ । କେଉଁ କାଳରୁ ଏଠାରେ ମା ବିରାଜିତ ତାହା ଅଦୟାବଧିଜଣା ପଡିନାହିଁ। ଶତାଧି ଶତାଧି ଧରି ଏଠାରେ ଢେଙ୍କାନାଳବାସୀ ମାଙ୍କୁ ପୂଜାକରି ଆସୁଛନ୍ତି। ଏବେ ବ୍ରାହ୍ମଣୀ ଦେବୀଙ୍କର ଆସ୍ଥାନ ଚାରିପାଖେ ଅଞ୍ଚଳର ଘନ ଜନବସତି ପରିଣତ ହୋଇଛି। ସ୍ଥାନୀୟ ଅଧିବାସୀମାନଙ୍କ ଦ୍ବାରା ଉଦ୍ୟମ ମା ବ୍ରାହ୍ମଣୀ ଦେବୀଙ୍କ ପୀଠଟି ବହୁତ ଉନ୍ନତୀ ଘଟିଛି। ଦେବୀଙ୍କର ନିତ୍ୟ ନୈମିତ୍ତ ବାର୍ଷିକ ଯଜ୍ଞ,ପାଲା ଅନୁଷ୍ଠିତ ହୁଏ। ଢେଙ୍କାନାଳ ସହରର ମୁଖ୍ୟଦେବୀ ହିସାବରେ ମାନ୍ୟତା ଲାଭ କରିଛନ୍ତି ମା। ପ୍ରତିଦିନ ଶହ ଶହ ଭକ୍ତ ଦର୍ଶନ କରିବାକୁ ଆସୁଛନ୍ତି। ବିଶେଷ କରି ବ୍ରାହ୍ମଣୀ ଦେବୀଙ୍କର ସଂଧ୍ୟା ଆଳତୀ ଦର୍ଶନ କରିବାକୁ ବହୁତ ଲୋକ ଏକତ୍ରିତ ହୁଅନ୍ତି। ଅନେକ ଭକ୍ତି ମାନସିକ ରଖ୍ ଦେବୀଙ୍କର ସ୍ବତନ୍ତ୍ର ମାଜଣା ମଧ୍ୟ କରିଛନ୍ତି। ପୀଠଟି ବର୍ଷ ସାରା ଚଳଚଞ୍ଚଳ ବିଶେଷ କରି ରଜ,ଧନୁ ସଂକ୍ରାନ୍ତି,ମକର ସଂକ୍ରାନ୍ତି,ପଣା ସଂକ୍ରାନ୍ତି,ସବୁ ପୂର୍ଣ୍ଣିମା,ଦଶହରା ପର୍ବ ମହା ସମାରୋହରେ ପାଳନ କରାଯାଏ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମୋକ୍ଷଦା ଏକାଦଶୀରେ ଶ୍ରୀ ଶ୍ଯାମଙ୍କୁ ପୂଜାର୍ଚ୍ଚନା ଓ ଭଜନ କାର୍ଯ୍ୟକ୍ରମ

masiha

ବାହାରପୁର ରେ ମା ଶ୍ୟାମା କାଳୀ ପୂଜା 

Sunil Chandra Nayak

ସିଦ୍ଧ ହନୁମାନଜୀଉ ଙ୍କ ର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ 

Sunil Chandra Nayak

Leave a Comment

error: Content is protected !!