ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପରମ୍ପରା ଓ ଧର୍ମବିଶ୍ଵାସ…  ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା ଶେଷ….

ପରମ୍ପରା ଓ ଧର୍ମବିଶ୍ଵାସ… 

ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା ଶେଷ….

ଆଜି ଧର୍ମଗଡ ର ଅଧିଷ୍ଠାତ୍ରୀଦେବୀ ମା ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ଶେଷ ହୋଇ ଯାଇଛି। ଚାରିଦିନ ଧରି ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଥିଲା।

ଧର୍ମଗଡ ର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଭଣ୍ଡାର ଘରଣୀ । ମା ଭଣ୍ଡାର ଘରଣୀ ଙ୍କ ଉପରେ ଅଂଚଳ ବାସୀଙ୍କ ରହିଛି ଆସ୍ଥା ଓ ବିଶ୍ୱାସ ।ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜ ମନ୍ଦିର ରେ ଦର୍ଶନ ଦେଉଥିବା ବେଳେ ମା ଙ୍କ ଚୈତ୍ର ପର୍ବ ସମୟରେ କିନ୍ତୁ ମା ଙ୍କ ପ୍ରତିମା ସ୍ଵରୂପ ଘଟ (କଳସୀ)ମନ୍ଦିର ରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୂହଁ ରେ ଦର୍ଶନ ଦେଇଥାନ୍ତି ମା ଭଣ୍ଡାରଘରଣୀ । ଏହିପର୍ବ ସମୟରେ ଦୁଇ ଜଣ କିଶୋରୀ ମାନଙ୍କ ଦ୍ଵାରା ମା ଭଣ୍ଡାର ଘରଣୀ ଓ ମାଁ ଠାକୁରାଣୀ ଙ୍କ ଘଟ ବୁହା ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରାଯାଇଥାଏ । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା ଙ୍କ ଯାତ୍ରା ର ଦିନେ ପୂର୍ବରୁ ମାଙ୍କ ଘଟ(କଳସୀ)କୁ କେଉଁ କୁମାରୀ କନ୍ୟା ଧାରଣ କରିବେ ତାହା ଉପରେ ମୂଖ୍ୟ ପୂଜକଙ୍କୁ ସ୍ଵପ୍ନାଦେଶ ହୋଇ ଥାଏ।ଭଣ୍ଡାରଘରଣୀ । ତାପରେ ପୂଜକସେହି ଘରକୁ ଯାଇ କିଶୋରୀମାନଙ୍କୁ ମନ୍ଦିର କୁ ନେଇ ଆସନ୍ତି ।ଏହା ପରେ ମା’ଙ୍କ ମନ୍ଦିରରେ ସ୍ଥାନୀୟ କିଛି ମହିଳା ଏବଂ ପୁରୁଷଙ୍କ ଦେହରେ କାଳିଶି ରୂପରେ ମା ଙ୍କ ଆବିର୍ଭାବ ହୋଇଥାଏ। ଏହା ପରେ ମା ଙ୍କ ଘଟ ସହର ଅଭିମୁଖେ ବାହାରି ଥାଏ । ଏହି ସମୟରେ ମାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଯେକୌଣସି ଶୁଭ କାମ ଆରମ୍ଭ କରିବା ପୁର୍ବରୁ ପ୍ରଥମେ ମା ଙ୍କ ମନ୍ଦିର କୁ ଦର୍ଶନ କରି ମା ଙ୍କ ଆର୍ଶିବାଦ ଗ୍ରହଣ କରିଥାନ୍ତି ଅଂଚଳବାସୀ । ଯାହା ଫଳରେ କି ସମସ୍ତ କାମରେ ସଫଳତା ମିଳିଥାଏ ବୋଲି ବିଶ୍ୱାସ ରହିଛି ବୋଲି କହିଛନ୍ତି ମୂଖ୍ୟ ପୂଜକ ଧନବଲ ମାଝୀ । ଚଳିତ ବର୍ଷ ପ୍ରଶାସନିକ କଟକଣା ସତ୍ତ୍ବେ ମା ଙ୍କ ଏହି ଚୈତ୍ର ଯାତ୍ରାରେ ରକ୍ତ ରଂଜିତ ହୋଇଥିଲା ଭଣ୍ଡାରଘରଣୀଙ୍କ ପୀଠ। ବହୁ ସଂଖ୍ୟାରେ ମାନସିକ ଧାରୀ ମାନେଏଠାକୁ ଆସି ପଶୁ ଓ ପକ୍ଷୀ ବଳିଦେବାର ପରମ୍ପରା ରହି ଆସିଛି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

ଶଙ୍କଟ ମୋଚନ ଶ୍ରୀ ଶ୍ରୀ ହନୁମାନ ଦେବଙ୍କ ପଂଚଦଶ ଜନ୍ମବାର୍ଷିକୀ ଉତ୍ସବ

Sunil Chandra Nayak

ଐତିହାସିକ ପୋଡ଼ାଗଡପୀଠ ଠାରେ ପ୍ରାକ ଦଶହରା ପାଳିତ 

masiha

Leave a Comment

error: Content is protected !!