ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର:(୧|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସାରା ରାଜ୍ୟରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୯୦ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପୋଲିସ କର୍ମଚାରୀ ମାନଙ୍କୁ ନେଇଁ ରିଜର୍ଭ ପୋଲିସ ପଡିଆରେ ପ୍ୟାରେଡ ଅନୁଷ୍ଠିତ ହେଇଥିଲା l ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏଥି ସହିତ ୫ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ଓ ଦୁଇ ଜଣ ଅବସରଗ୍ରହଣ କରିଥିବା ପୋଲିସ କର୍ମଚାରୀ ଙ୍କୁ ବି ପୁରସ୍କୃତ କରାଯାଇଥିଲା। ଅପରପକ୍ଷେ ସହରରେ ପୋଲିସର ସକ୍ରୀୟତା ଯୋଗୁଁ ଶାନ୍ତି ବଜାୟ ରହୁଥିବା ଏବଂ ସମାଜରେ ପୋଲିସର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥି ସହିତ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ସହିତ ନବରଙ୍ଗପୁର ପୋଲିସ କର୍ମଚାରୀ ପରିବାର ଙ୍କୁ ଉତ୍କଳ ଦିବସ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ର ଶୁଭେଚ୍ଛା ଜଣାଇଛନ୍ତି ଏସ. ପି l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ,ସମେତ ବରିଷ୍ଠ ପୋଲିସ ବିଭାଗ ବିଭିନ୍ନ ଅଧିକାରୀ ମାନେ ଯୋଗ ଦେଇଥିଲେ l   

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର କୋର୍ଟ ପରିସରରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

କଳାହାଣ୍ଡି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୭୩ ଟି ଉଚ୍ଚ ବିଦ୍ୟାଳୟ କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

masiha

ସିଂହପୁର ନବଘନ ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସରପଞ୍ଚ ଙ୍କ ତତ୍ତ୍ୱାବଧାନରେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!