ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନବରଙ୍ଗପୁର:(୧|୪)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ସାରା ରାଜ୍ୟରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୯୦ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପୋଲିସ କର୍ମଚାରୀ ମାନଙ୍କୁ ନେଇଁ ରିଜର୍ଭ ପୋଲିସ ପଡିଆରେ ପ୍ୟାରେଡ ଅନୁଷ୍ଠିତ ହେଇଥିଲା l ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏଥି ସହିତ ୫ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ଓ ଦୁଇ ଜଣ ଅବସରଗ୍ରହଣ କରିଥିବା ପୋଲିସ କର୍ମଚାରୀ ଙ୍କୁ ବି ପୁରସ୍କୃତ କରାଯାଇଥିଲା। ଅପରପକ୍ଷେ ସହରରେ ପୋଲିସର ସକ୍ରୀୟତା ଯୋଗୁଁ ଶାନ୍ତି ବଜାୟ ରହୁଥିବା ଏବଂ ସମାଜରେ ପୋଲିସର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥି ସହିତ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ସହିତ ନବରଙ୍ଗପୁର ପୋଲିସ କର୍ମଚାରୀ ପରିବାର ଙ୍କୁ ଉତ୍କଳ ଦିବସ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ର ଶୁଭେଚ୍ଛା ଜଣାଇଛନ୍ତି ଏସ. ପି l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ,ସମେତ ବରିଷ୍ଠ ପୋଲିସ ବିଭାଗ ବିଭିନ୍ନ ଅଧିକାରୀ ମାନେ ଯୋଗ ଦେଇଥିଲେ l   

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପବିତ୍ର ଉତ୍କଳ ଦିବସରେ ଶିକ୍ଷକ ଙ୍କ ନିଆରା କାର୍ଯ୍ୟକ୍ରମ

masiha

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

Sunil Chandra Nayak

ସୁବର୍ଣ୍ଣରେଖା ର ବାର୍ଷିକ କ୍ରୀଡା ଦିବସ ଉଦଯାପିତ

masiha

Leave a Comment

error: Content is protected !!