ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

ବୁଧବାର ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ” ଆୟୋଜିତ ହେଇଯାଇଛି। କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଏବଂ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର୍ ଡ଼ ସ୍ବର୍ଗତ ସଞ୍ଜୟ ଶତପଥୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,ମୁଖ୍ୟ ବକ୍ତା ଭାବରେ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କଳାହାଣ୍ଡି ର ଅଧ୍ୟକ୍ଷ ଡ଼ ଶୁଭ୍ରାଂଶୁ ଶେଖର ଦାସ, ସମ୍ମାନିତ ଅତିଥି ଭାବରେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡ଼ ନିବେଦିତା ନାଥ, ସହିଦ ରେଣ୍ଡୋ ମାଝି ଭେଷଜ ମହାବିଦ୍ୟାଳୟ ଡିନ୍ ବସନ୍ତ କୁମାର ପ୍ରଧାନ, ବିଶ୍ଵବିଦ୍ୟାଳୟ କୁଳସଚିବ ପିତାମ୍ବର ସାହୁ, ବିଶ୍ଵବିଦ୍ୟାଳୟ ଉପ କୁଳସଚିବ ଡ଼ ଜୟଦେବ ସାହୁ ମୁଖ୍ୟ ମଞ୍ଚାସିନ ହେଇଥିଲେ। ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅନେକ ରାଜ୍ୟ ତଥା ରାଜ୍ୟ ବାହାରେ ଜାତୀୟ ସ୍ତରରେ ଜିଲ୍ଲାର ନା ରଖିଛନ୍ତି, ଏହା ପଛରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନଙ୍କର କଠିନ ପରିଶ୍ରମ ରହିଛି। ବର୍ତ୍ତମାନ ସମୟରେ ଆଗକୁ ବଢ଼ିବାକୁ ହେଲେ ଟେକ୍ନୋଲୋଜି କୁ ମଧ୍ୟ ନିଜ ଜୀବନରେ ସଦୁପଯୋଗ କରିବାକୁ ପଡ଼ିବ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରଖିଥିଲେ। ଶିକ୍ଷାବିତ୍ ପ୍ରଫେସର୍ର ଜନୀକାନ୍ତ ବେହେରା, ଶିକ୍ଷା ବିକାଶ ସମିତିର ଶ୍ରୀ କୃଷ୍ନବତାର ଦେଓ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ପଞ୍ଚାୟତ ସମିତି ମହାବିଦ୍ୟାଳୟ କର୍ଲାପଡ଼ାର ଅଧ୍ୟକ୍ଷ ଡ଼ ତପନ କୁମାର ରଥଙ୍କୁ ସମ୍ମାନିତ କରା ଯାଇଥିଲା। 

ବିଶ୍ଵବିଦ୍ୟାଳୟର ଏନ୍.ସି.ସି ର ସଫଳତା ପାଇଁ ମେଜର ଡ ଜୟଦେବ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ ଉତ୍ସବ ପାଇଁ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଏବଂ ବିଶ୍ଵବିଦ୍ୟାଳୟ ପାଇଁ ସମ୍ମାନ ଆଣିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା। ସଭାକାର୍ଯ୍ୟ ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଯୁକ୍ତ ୨ ବିଜ୍ଞାନ ପରିକ୍ଷା ରେ ଛାତ୍ରୀ ମାନଙ୍କ ସଫଳତା

ଯୈାତୁକ ନିର୍ଯ୍ୟାତନା ରେ ବଧୁ ହତ୍ୟାକୁ ନେଇ ପରିବାର ଲୋକେ ଏବଂ ସର୍ବଦଳୀୟ ନେତାଙ୍କ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!