ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ ଉପଖଣ୍ଡସ୍ତରୀୟ ସମସ୍ୟା ଉପରେ ପ୍ରଶାସନ ସହିତ ସିଟିଜେନ କମିଟି ର ଆଲୋଚନା

ପାଟଣାଗଡ ତା 17.04 ପାଟଣାଗଡ ସହର ର ପ୍ରତ୍ୟେକ ପଡ଼ା କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ସହିତ ପାଟଣାଗଡ ବ୍ଲକ, ବେଲପଡା ବ୍ଲକ ଏବଂ ଖପ୍ରାଖୋଲ ବ୍ଲକ ର ସମସ୍ତ ଗାଁ କୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା, ପାଟଣାଗଡ ସହର ର ବାସିନ୍ଦା ପାଇଁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ର ସ୍ଥାୟୀ ସମାଧାନ ପାଇଁ ଶୁକ୍ତେଲ ନଦୀ ରୁ ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ପାଟଣାଗଡ ସହର ର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଉଲବା ତେଣ୍ଡାପଦର ରାମପୁର ରାମପାଲି ବଥର୍ଲା ମଧ୍ୟରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଆସନ୍ତା ମଇ ମାସ ଠାରୁ ଆରମ୍ଭ କରିବା, ପାଟଣାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ, କରିବାକୁ ଆଲୋଚନା କରାଯାଇଥିଲା l ଏହାସହିତ ହରିଶଙ୍କର ଠାରେ ୧ ମଇ ରୁ ୫ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନବ୍ୟାପି ହେବାକୁ ଥିବା ରାଜ୍ୟସ୍ତରୀୟ ହରିଶଙ୍କର ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ପାଇଁ ପୋଲିସ,ପ୍ରଶାସନ, ମନ୍ଦିର ପରିଚାଳନା କମିଟି, ସଚେତନ ନାଗରିକ, ସ୍ବେଛାସେବୀ ସହଯୋଗ କରିବାକୁ ପ୍ରସ୍ତାବ ଗୃହୀତ କରାଯାଇଥିଲା l ପାଟଣାଗଡ ସହର ପାଖରେ ପ୍ରବାହିତ ମାୟାବତୀ ନଦୀ ଏବଂ ସ୍ବର୍ଣ୍ଣଭଦ୍ରା ନଦୀ ରେ ଜଳ ସଂରକ୍ଷଣ ପାଇଁ ବ୍ୟାରେଜ ଏବଂ ଚେକ ଡ୍ୟାମ ନିର୍ମାଣ ପାଇଁ ମଧ୍ୟ କମିଟି ତରଫରୁ ପ୍ରସ୍ତାବ ଦିଆଯାଇଥିଲା l ପାଟଣାଗଡ ଉପଜ଼ିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ତହସିଲଦାର ଲକ୍ଷ୍ମଣ ମାଝି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ,ଏସଡ଼ିଓ ବିଦ୍ୟୁତ ବିଭାଗ, ଏସଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ,ଏସଡ଼ିଓ ପବ୍ଲିକ ୱାର୍କ୍ସ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ର ଯନ୍ତ୍ରୀ,ଯନ୍ତ୍ରୀ ଜନ ସ୍ୱାସ୍ଥ୍ୟ ବିଭାଗ,ଉପସ୍ଥିତ ଥିବାବେଳେ ସିଟିଜେନ କମିଟି ତରଫରୁ ସଭାପତି ଘନଶ୍ୟାମ ମେହେର, ସମ୍ପାଦକ ସବ୍ୟସାଚୀ ମାଝି , ଡମ୍ବରୁ ପାଣିଗ୍ରାହୀ, ଅରକ୍ଷିତ ଯୋଶୀ, ରାଧେଶ୍ୟାମ ମିଶ୍ର, ମହାଦେବ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related posts

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ୱାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

masiha

ରାଇରଙ୍ଗପୁରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୪୪୧ ଜଣ ଆଶାୟୀ

masiha

850 କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ହଡପ, ତିର୍ତ୍ତୋଲରେ ବ୍ଲକ ଦୁର୍ନୀତିର ନଗ୍ନ ଚିତ୍ର

Sunil Chandra Nayak

Leave a Comment

error: Content is protected !!