ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧା ଯୋଜନା କାମକୁ ନାହିଁ, ଚୁଆ ପାଣି ଭରସାରେ ଜନ ସାଧାରଣ

ସରକାର ଦେଉଛନ୍ତି ଲୋକ ପାଉ ନାହାଁନ୍ତି, ପାଉଛି କିଏ ? କାହିଁକି ପାଉ ନାହାଁନ୍ତି ଗରିବ ଅସହାୟ ଜନ ସାଧାରଣ ? ଦାୟିତ୍ଵ ରେ ଥିବା ବିଭାଗୀୟ ଅଧିକାରୀ ଙ୍କ ପ୍ରହସନ ପାଲଟିଛି ବସୁଧା ଯୋଜନା , ପାଣିରେ ପଡୁଛି କୋଟି କୋଟି ଟଙ୍କା ,ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକଙ୍କ ନିକଟରେ ବିଶୁଦ୍ଧ ପାନିୟ ଜଳ ପହଞ୍ଚାଇବା ପାଇଁ, କିନ୍ତୁ ପ୍ରଶାସନର ଉଦାଶିନତା ଓ ଠିକାଦାରଙ୍କ ମଧୁର ସମ୍ପର୍କ ପାଇଁ ସରକାର ଙ୍କ ଯୋଜନାସବୁ ପାଣିରେ ପଡ଼ୁଛି ଓ ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ନାଳ ପାଣି ଓ ଚୁଆ ପାଣି ଉପରେ ନିର୍ଭର କରି ଆସୁଛନ୍ତି ଜନ ସାଧାରଣ ।

ଏହିପରି ଏକ ଘଟଣା ଦେଖିବା ପାଇଁ ମିଳିଛି ରାଜକୋଷ କୁ ସିଂହଭାଗର ରାଜସ୍ଵ ଯାଉଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ହାଣ୍ଡି ଭଙ୍ଗା ଗାଁ ରେ,ବସୁଧା ଯୋଜନାର ପାଣି ପାଇପ୍ ଅପହଞ୍ଚ, ଅନେକଙ୍କ ଦାଣ୍ଡ କୁ ସଂଯୋଗ ହୋଇଥିବା ବେଳେ ଆହୁରି ଅନେକ ଘରକୁ ପାଣି ପାଇପ୍ ବର୍ତ୍ତମାନ ସୁଦ୍ଧା ପହଞ୍ଚି ପାରିନାହିଁ ଫଳରେ ଚୁଆ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଏକ କିଲୋମିଟର ଦୂରକୁ ଚାଲି ଚାଲି ଯାଇ ପାଣି ଆଣିବା ପାଇଁ ବହୁତ କଷ୍ଟ ଅନୁଭବ କରୁଛନ୍ତି, ବିଶୁଦ୍ଧ ପାନୀୟ ଜଳ ସମସ୍ତଙ୍କ ଦୁଆର ମୁହଁକୁ ପହଞ୍ଚାଇବାର ପାଇଁ ବସୁଧା ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ହାଣ୍ଡି ଭଙ୍ଗା ଗାଁ ର ଗୋପାଳ ସାହିରେ ଏହି ଯୋଜନା ବିଫଳ ହୋଇଥିବା ଦେଖିବାକୁ ମିଳିଛି, ଆଖପାଖ ଅଞ୍ଚଳବାସୀଙ୍କ ପାଣି ସମସ୍ୟା ନ ଦେଖିଲେ ବିଶ୍ୱାସ କରି ହେବନି । ଏଠିକାର ବାସିନ୍ଦା ପ୍ରଥମରୁ ଖଣି କମ୍ପାନୀ ଓ କାରଖାନା ମାଲିକମାନଙ୍କ ଦ୍ବାରା ସବୁ ସମୟରେ ପ୍ରତାରିତ ହେଉ ଥିବା ବେଳେ ଏବେ ସରକାରଙ୍କ ଯୋଜନା ସ୍ଥାନୀୟ ବାସୀନ୍ଦାଙ୍କ ପାଇଁ ଆକାଶ କୟାଁ ଚିଲିକା ମାଛ ସାଜିଛି । ଏଠାରେ ବସୁଧା ଯୋଜନା ପାଲଟିଛି ପ୍ରହସନ । ଏଠାକାର ବାସିନ୍ଦା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଫଳ ଶୂନ , ତେଣୁ ବସୁଧା ଯୋଜନା ରେ ଯଥାଶିଘ୍ର ପାନିୟ ଜଳ ସମସ୍ୟା କୁ ଦୁର କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

ବିଜେଡିର କାର୍ଯ୍ୟକାରିଣି ବୈଠକ

masiha

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

Sunil Chandra Nayak

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

masiha

Leave a Comment

error: Content is protected !!