ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଖାରିଗୁମ୍ମା ଘଟଣା ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି ଦଳ 

ଧରାକୋଟ ଖାରିଗୁମ୍ମା ଘଟଣା

ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି ଦଳ 

 ଆସିକା,୨୪/୦୬/୨୫ — ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମା ଗ୍ରାମରେ ଗତ ରବିବାର ଅପରାହ୍ନ ରେ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ କେତେକ ବ୍ୟକ୍ତି ଗୋ ଚାଲାଣ ନେଇ ନିର୍ଯାତନା ଦେଇଥିଲେ l ଏହି ଘଟଣା ଜିଲ୍ଲା, ପ୍ରଶାସନର ନଜରକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଏହାରି ଉପରେ ତ୍ବରିତ ପଦକ୍ଷେପ ନେଇଛି।ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ନେତୃତ୍ୱରେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ,ବିଡ଼ିଓ ଶୁସିଲ ପଟ୍ଟନାୟକ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ବ୍ଲକ ମଙ୍ଗଳ ଅଧିକାରୀ ଅନନ୍ୟା ପଣ୍ଡା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ବାଇଁ, ରାଜସ୍ବ ନିରୀକ୍ଷକ ରଞ୍ଜନ କୁମାର ବରାଡ ପ୍ରମୁଖ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନାୟକଙ୍କ ପରିବାରକୁ ଭେଟି ତାଙ୍କ ପ୍ରତି ଘଟିଥିବା ଘଟଣା ବାବଦରେ ପଚାରି ବୁଝିଥିଲେ। ପ୍ରଶାସନ ତୁମ ସାଥିରେ ଅଛି। ନଡରି ନିର୍ଭୟରେ ରୁହ ବୋଲି ପୀଡିତ ଙ୍କ ପରିବାରକୁ କହିଥିଲେ। ଏହା ପରେ ଉପଜିଲ୍ଲାପାଳ ଉମା ଶଙ୍କର ବେହେରା ବାବୁଲା ଓ ବୁଲୁଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଲେଖାଏଁ ମୋଟ ୨୦,୦୦୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ପ୍ରକାଶଯୋଗ୍ୟ ଏହି ଘଟଣାରେ ଧରାକୋଟ ପୁଲିସ 240/25 ପ୍ରକାରେ ଏକ ମାମଲା ରୁଜୁ କରି 8 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।ସେମାନେ ହେଲେ ବ୍ରହ୍ମପୁର ବଡ ବଜାର ରାଜା ସାହିର ଶିବ ଶଙ୍କର ମହାନ୍ତି, ବ୍ରହ୍ମପୁର ଗୋଇଲୁଣ୍ଡି କମାପଲି ର ସତ୍ୟ ସାହୁ, ବେଠୁଆର ର ବାଇନାଥ ବିଷୋୟୀ, ଗଡ ଦାମୋଦର ପଲି ର ଓମ ଗୌଡ଼, ଜାହାଡା ର ଗଣପତି ପଲାଇ, ଜାହାଡା ର ସନ୍ତୋଷ ଡାକୁଆ, ନନ୍ଦିଗୋର ର ନାରାୟଣ ଡା କୁଆ,ବ୍ରହ୍ମପୁର ମେଡ଼ିକାଲ କେମ୍ପସ ର ଶଙ୍କର ଦାସ ଓ ଏହା ସହ ଜଣେ ନାବାଳକ ରହିଛନ୍ତି । ଆଠ ଜଣଙ୍କୁ ବିଭିନ୍ନ ସଙ୍ଗୀନ ଦଫାରେ କର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଜଣକୁ ଛତ୍ରପୁର ବାଳ ସୁଧାର ଗୃହ କୁ ପଠା ଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜା ସାମଲ ସମେତ ଦୁଇରୁ ତିନି ଜଣ ଫେରାର ରହିଥିବା ଏହି ଘଟଣାର ତଦନ୍ତକାରି ଅଧିକାରି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ସୁଚନା ଦେଇଛନ୍ତି । ଆଜି ପୀଡିତ ଦୁଇ ଜଣ ବାବୁଲା ନାୟକ ଓ ବୁଲୁ ନାୟକ ଅଧିକ ଡାକ୍ତରୀ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ଯାଇଥିବା ପରିବାର ଲୋକେ ସୁଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଅମାନବୀୟ ଘଟଣା ପରେ ଆଜି କଂଗ୍ରେସ ଦଳର ଆଦିବାସୀ ଓ ହରିଜନ ସେଲ ର ଅଧ୍ୟକ୍ଷ ମାନସ ମଲିକ ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ଶର୍ମା, ଜୟନ୍ତ ଭୋଇ, ଆଇନଜିବୀ ଭୋକାଲି ସେଠୀ, ଆଇନଜିବୀ ରାଜ କିଶୋର ନାୟକ ପ୍ରମୁଖ ସିଙ୍ଗିପୁର ଗାଁ ରେ ପହଞ୍ଚି ପୀଡିତ ପରିବାରକୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୋହନ ସରକାର ଦଳିତ ଦୁଇ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ଜରିମାନା ଦେବାକୁ ଦାବୀ କରିଥିଲେ ଓ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧରାକୋଟ ଥାନରେ ଉପସ୍ଥିତ ଥିବା ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ନାୟକ ଙ୍କ ସହ ଆଲୋଚନା କରିଥିଲେ। ଆଜିର ଏହି ଘଟଣା ଧରାକୋଟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ନର୍ଲା ଉପର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ବେଦାନ୍ତ ଆଲୁମିନlରେ ନିଯୁକ୍ତି ପାଇଥିବା ଜିଲ୍ଲାର 30ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!