ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶକ୍ତି ଭଵନରେ ଜଗଦମ୍ଵା ସରସ୍ଵତୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ     

ଶାନ୍ତି ଶକ୍ତି ଭଵନରେ ଜଗଦମ୍ଵା ସରସ୍ଵତୀଙ୍କ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ                         

ଆସିକା, ୨୪/୬/୨୫ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ, ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମାତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୦ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଯାଇଛି l  

ଅମୃତବେଳାରୁ ଆଧ୍ଯାତ୍ମିକ ପରିବେଶରେ ଯୋଗଯୁକ୍ତ ରହି ଶତାଧିକ ଭଉଣୀ ଭାଇ ରାଜଯୋଗ ମାଧ୍ୟମରେ ବିଶ୍ୱକୁ ଶାନ୍ତିର ସକାଶ ପ୍ରଦାନ କରିଥିଲେ l ଏହି ଅବସରରେ ଶାନ୍ତି ଶକ୍ତି ଭଵନର ସଭାଗୃହରେ ଏକ ଆଧ୍ଯାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅlୟୋଜିତ ହୋଇଥିଲା l 

କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭଵନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭlତୀ ମାତେଶ୍ୱରୀଙ୍କ ସ୍ମୃତିଚାରଣ କରିବା ଅବସରରେ ପ୍ରକାଶ କରିଥିଲେ ଯେ ସମଗ୍ର ବିଶ୍ୱରେ ପରମାତ୍ମା ପିତାଙ୍କ ସନ୍ଦେଶ ପହଞ୍ଚାଇବା ଉଦ୍ଦେଶ୍ଯରେ ଶିବ ପିତାଙ୍କ ଶିକ୍ଷାର ସାକାର ଉଦାହରଣ ସ୍ୱରୂପା ମାତେଶ୍ୱରୀ ସମଗ୍ର ବିଶ୍ଵ ସେବାରେ ସମର୍ପିତ ଭଉଣୀ ଭାଇଙ୍କ ପ୍ରେରଣାର ଉତ୍ସ ଭାବେ ଆଜି ମଧ୍ଯ ସୁକ୍ଷ୍ମ ଦିଗଦର୍ଶନ ଦେଉଛନ୍ତି l  

ମେକ୍ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ ଦାସ ହରିହର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ପାଢୀ ଓ କାଳସଣ୍ଡ୍ ପୂର ଉଚ୍ଚ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ ଅତିଥି ରୂପେ ଯୋଗଦେଇ ମାତେଶ୍ଵରୀଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେl  ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାରୀ ଭାଗ୍ୟଲତା,ସୁଜ୍ଞାନୀ ତଥା ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

masiha

କୃଷି ଭିତ୍ତିକ ଚାଷୀ ମାନଙ୍କ ତାଲିମ ଶିବିର

Sunil Chandra Nayak

ତୃତୀୟ ବସନ୍ତ ମଲ୍ଲିକ ମେମୋରିଆଲ ରିଭର ଟ୍ରେକିଂ ଏବଂ ଟ୍ରେନିଂ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!