ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସେକ୍ଟର ୭ ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ

ରାଉରକେଲା/ ଆଜି ସୋମବାର ଠାରୁ ଆସନ୍ତା ୩ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ରୁଦ୍ର ମହାଯଜ୍ଞ, ବିଗ୍ରହ ଓ ଅଟ୍ଟାଳିକା ପ୍ରତିଷ୍ଠା କାର୍ଯ୍ୟକ୍ରମ ସେକ୍ଟର ୭, ବି ବ୍ଳକ ସ୍ଥିତ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସହରର ପ୍ରତିଷ୍ଠିତ ୯ ଜଣ ବିଜ୍ଞ ପଣ୍ଡିତ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର ଅଙ୍କୁରାରୋପଣ, ମଙ୍ଗଳବାର ପ୍ରାତଃ ୮:୪୦ ସମୟରେ କଳସ ଯାତ୍ରା, ବୁଧବାର ଯଜ୍ଞଶାଳା ପରିକ୍ରମା, ଗୁରୁବାର ମନ୍ଦିର ଓ ଲିଙ୍ଗ ପ୍ରତିଷ୍ଠା, ଶୁକ୍ରବାର ପୂର୍ଣ୍ଣାହୁତି ସହିତ ସଂଧ୍ୟା ୭ ଘଟିକା ସମୟରେ ପ୍ରବାସୀ କ୍ଳବ୍ ପ୍ରାଙ୍ଗଣରେ ନାମ ସଂକୀର୍ତ୍ତନ,ଭଜନ ସଂଧ୍ୟା ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ଏହି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଦାଶିବଙ୍କ ଆଶିର୍ବାଦ ପ୍ରାପ୍ତ କରିବା ସହିତ କର୍ମକର୍ତ୍ତାମାନଙ୍କୁ ସାହାଯ୍ୟ ସହଯୋଗ ଓ ଉତ୍ସାହିତ କରିବା ପାଇଁ ମନ୍ଦିର କମିଟି ତରଫରୁ ସଭାପତି ବେଦ ପ୍ରକାଶ ତିୱରୀ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆଜି ପବିତ୍ର ଶ୍ରୀରାମ ନବମୀ , ଚଳଚଞ୍ଚଳ ଦେଶର ରାମ ମନ୍ଦିର

Sunil Chandra Nayak

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

Sunil Chandra Nayak

‘ ମା’ ଆସୁଛନ୍ତି ‘ ୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :

Sunil Chandra Nayak

Leave a Comment

error: Content is protected !!