ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାନମାତୁରୁ ଠାରେ ଅଷ୍ଟପ୍ରହରି ନାମ ଯଜ୍ଞ ଅନୁଷ୍ଠିତ

ବନ୍ଧୁଗାଁ.୦୬।୦୨।୨୩,ମାଘ ପୁର୍ଣ୍ଣିମା ମେଳା ମହସ୍ଛୋବ ଅବସରରେ କୀର୍ତନ ମଣ୍ଡଳିର ସଭାପତି ସୁନ୍ଦାରାଓ ପୀଡ଼ିକା ଓ ସମ୍ଫାଦକ ଗୁମ୍ଫା ପୀଡ଼ିକା,ଙ୍କ ଜୋରିଆ ମଧ୍ୟରେ ମଣ୍ଡଳିର ଗୁରୁ ଶ୍ରୀ ପରମ ପୂଜର୍କ ହେଲେ ନକୁଳ ଲିସା,ପୂଜକ ଜାଗାନା ୱାଟାକା, ଓ ଆନ୍ୟାନ୍ୟ ପୂଜକ ମଧ୍ୟ ଯୋଗ ଦେଇଥିଲେ I ଅଖଣ୍ଡ ଅଷ୍ଟ ପ୍ରହରି ନାମ ଯଜ୍ଞ ବନ୍ଧୁଗାଁ ବ୍ଲକର କମ୍ବୁଗାଣ୍ଡା ପଞ୍ଚାୟତର ସାନମାତୁର ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି । ରବିବାର ଦିନ ଅଧିବାସ କାର୍ଯ୍ୟ ଆରମ୍ଭ କରାଜାଇ ସ୍ଥାନିୟ ମହିଳା ମାନଙ୍କ ଦ୍ଵାରା କଳଶରେ ପାଣି ଆଣି ଗ୍ରାମ ପରିକ୍ରମା ପରେ ରଖାଯାଇ କୋଳସ ପୂଜା କରିଥିଲେ । ରବିବାର ଦିନ ନାମ ଯଜ୍ଞ କାର୍ଯ୍ୟ ଆରମ୍ବ ହୋଇଥିଲା । ସକାଳୁ ସକାଳୁ ଝାଞ୍ଜ ମୃଦଙ୍ଗ ସବ୍ଦ ସହ ହରିନାମ ରାମ ନାମରେ ଗ୍ରାମ କମ୍ପି ଉଠିଥିଲା। ସୋମବାର ଦିନ ନଗର କିର୍ତନ କରାଜାଇ ନାମ ଯଜ୍ଞ ସମାପନ୍ନ ହେବ ବୋଲି ଗ୍ରାମ କମିଟି ତରଫରୁ ସୁଚନା ମିଳିଛି । ଏଥିରେ ସ୍ଥାନିୟ ବ୍ଲକର ରାମଜି ପୁଟ, ଚିନ୍ତାଗୁଡା,ଗରିଲିମା, କୋମ୍ବୁଗାଣ୍ଡା, ଘୁମୁରା, ବାରିଆଭାଟା,ଘୁଷୁରା ଗୁଡା ଓ ଅଣ୍ଟାମାଡା, କୁମ୍ଭାରୀ ପୁଟ, ଜାଗୁଡା,କୁଟ୍ରାବେଡା, ଘୁମୁରା,ଏପରି ୫୬ ଖଣ୍ଡ ଗ୍ରାମର ସଂକିର୍ତନ ମଣ୍ଡଳି ଦଳ ଯୋଗ ଦେଇଥିଲା ବେଳେ ସାରା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହୋଇଥିଲା ।ଏଥିରେ ରହିଥିଲେ ବନ୍ଧୁଗାଁ ବ୍ଲକର ଗ୍ରାମ ରୋଜଗାରି ସେବକ ସାରଥୀ ରାଜୁ ସହଯୋଗୀ ଭାବରେ ରହିଥିବା ବେଳେ ଅଷ୍ଟପ୍ରହରୀର ସଭାପତି ବିଶ୍ଵନାଥ ଜାକାକା, ଉଦିତ ନାରାୟଣ ରାଚମଲା,ମୋହେନ୍ଦ୍ରକୁମାର ବିଡ଼ିକା, ୱାଲଶା ପୀଡ଼ିକା, ଭାସ୍କର ନାଗ,ଦମ୍ଭୁରୁ ଧର ବିଡ଼ିକା, ସଞ୍ଜୟ ବିଡ଼ିକା,ହାରା଼କା, ଓ କାମେୟା ହାତାୱା ପ୍ରମୁଖଙ୍କ ଉପସ୍ଥିତିରେ ୨ ଦିନିଆ ଅଷ୍ଟପ୍ରହରି ହୋଇଅଛି I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମା ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା, ଜ୍ୱଳନ୍ତ ଅଙ୍ଗାରରେ ଚାଲିଲେ ଦେବାଦେବୀ ଓ କାଲିସି

Sunil Chandra Nayak

ଶେଷହେଲା ଭାଇଚାରାର ପର୍ବ ଚନ୍ଦନ ଯାତ୍ରା 

ମା’ ସ୍ବର୍ଗ ମାଉଳୀଙ୍କ ଡଙ୍ଗର ଯାତ୍ରା, ପାହାଡ଼ ଚଢି ପୂଜାର୍ଚ୍ଚନା କଲେ ଗ୍ରାମବାସୀ

masiha

Leave a Comment

error: Content is protected !!