ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରି ମାଷ୍ଟର ମାଇଣ୍ଡ ସହ ୫ ଜଣ ଚୋର ଗିରଫ। ୩୦ ଲକ୍ଷ ଟଙ୍କାର କମ୍ପୁଟର ସାମଗ୍ରୀ ଉଦ୍ଧାର କଲା ପୋଲିସ

କନ୍ଧମାଳ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ବହୁତ ବଡ଼ ଚୋରି ରାକେଟ ଧରିବା ସହ ୩୦ ଲକ୍ଷ ଟଙ୍କାର ଚୋରି କମ୍ପୁଟର ସାମଗ୍ରୀ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଛି। ୫ ମାସ ପୂର୍ବରୁ କନ୍ଧମାଳ ଜିଲ୍ଲା ର ସଦର ଥାନା, ଫିରିଙ୍ଗିଆ,ଖଜୁରିପଡା, ଗୋଛାପଡା, ସାରଙ୍ଗଡ଼, ଟିକାବାଲି ୬ ଗୋଟି ଥାନା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ,ଜନସେବା କେନ୍ଦ୍ର, ଦୋକାନ ମାନଙ୍କରୁ କମ୍ପୁଟର ସାମଗ୍ରୀ ଗୁଡ଼ିକ ଚୋରି ହୋଇଥିବା ନେଇ ଥାନା ମାନଙ୍କରେ ପଞ୍ଚାୟତ ସରପଞ୍ଚ,କାର୍ଯ୍ୟନିର୍ବାହୀ ଅଧିକାରୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଚୋରି ସମ୍ପର୍କରେ ଥାନା ଗୁଡ଼ିକ ରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କୁ ଭିତ୍ତିକରି ଥାନା ଗୁଡିକ ପକ୍ଷରୁ ପକ୍ଷରୁ ସମୁଦାୟ ୨୦ ଟି ମାମଲା ରୁଜୁ କରି ଚୋର ମାନଙ୍କୁ ଧରିବା ଓ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ତଦନ୍ତ ଜରି ରଖିଥିଲା। ଏହି ବହୁତ ବଡ଼ ଚୋର ରାକେଟ ସମ୍ପୃକ୍ତ ଆସାମୀ ମାନଙ୍କୁ ଧରିବା ଏବଂ ଚୋରି ସାମଗ୍ରୀ ଗୁଡିକୁ ଠାବ କରିବା ନିମନ୍ତେ ପୋଲିସ ପକ୍ଷରୁ ସଦର ଏସଡିପିଓ ସୁ ପ୍ରସନ୍ନ ମଲ୍ଲିକ ଙ୍କର ତତ୍ୱାବଧାନ ରେ ସଦର ଥାନା ଅଧିକାରୀ ସମୀର ରାଉତ ,ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ,ଖଜୁରିପଡା ଥାନା ଅଧିକାରୀ ଗେଲି କୁମାରି ସାହୁ, ସାରଙ୍ଗଡ଼ ଥାନା ଅଧିକାରୀ ବଧୂଲିକା ବିଶ୍ୱାଳ ,ଗୋଛାପଡା ଥାନା ଅଧିକାରୀ ରଞ୍ଜିତ ମୁନୀ,ଟିକାବାଲି ଥାନା ଅଧିକାରୀ କଲ୍ୟାଣି ମୟୀ ଷେଣ୍ଢ ପ୍ରମୁଖ ଥାନା ଅଧିକାରୀ ମାନଙ୍କୁ ନେଇ ଗୋଟିଏ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇଥିଲା। ଏହି ପୋଲିସ ଟିମ ତଦନ୍ତ କରି ୫ ଜଣ ଅଭିଯୁକ୍ତ କୁ ଗିରଫ କରି କରିଥିବା ବେଳେ ସାଲେପୁର ଅଞ୍ଚଳ ର ଚୋରି ମାଷ୍ଟର ମାଇଣ୍ଡ ସାଗର ବିଶ୍ୱାଳ ୩୦ ପିତା ସନାତନ ବିଶ୍ବାଳ ଚୋରି ସାମଗ୍ରୀ ଗୁଡ଼ିକ ଏହି ସମସ୍ତ ଚୋର ମାନଙ୍କ ସହ ମିଶି ସମସ୍ତ ଚୋରି ଜିନିଷ ସାଲେପୁର ରେ ବିକ୍ରି କରିଥିବାରୁ ପୋଲିସ ସନ୍ଧାନ ପାଇ ସେଠାକୁ ଯାଇ ଅଭିଯୁକ୍ତ ସାଗର ବିଶ୍ୱାଳ ଙ୍କୁ ଗିରଫ ହେବା ସହ ସମସ୍ତ କମ୍ପୁଟର ସାମଗ୍ରୀ ଉଦ୍ଧାର କରିଥିବା ସମ୍ପର୍କରେ ଆଜି ଫୁଲବାଣୀ ସଦର ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ ପି ଶୁଭେନ୍ଦୁ ପାତ୍ର ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ପୋଲିସ ଗିରଫ କରିଥିବା ଚୋର ମାନଙ୍କର ମଧ୍ୟରେ ସଦର ଥାନା ଅନ୍ତର୍ଗତ ଗଞ୍ଜୁଗୁଡା ଗ୍ରାମ ର ଅଭିଯୁକ୍ତ ମଙ୍ଗୁଳୁ ପ୍ରଧାନ ୧୮,ପକନା ଗାଁ ଗ୍ରାମର ନିରଞ୍ଜନ କଁହର ୨୧, ମଜୁରିବିଡା ଗ୍ରାମର ଆଲୋକ ମୁନୀ ୨୩ , ଖଜୁରିପଡା ଥାନା ଅନ୍ତର୍ଗତ ଲାମ୍ବାବାଡି ଗ୍ରାମର ମହେଶ୍ୱର ବେହେରା ୨୧, ଙ୍କୁ ପୋଲିସ ଗିରଫ ଥିବା ବେଳେ। ଚୋରି ଉଦ୍ଧାର ସାମଗ୍ରୀ କମ୍ପ୍ୟୁଟର ମନିଟର ୭ ଟି, ସିପିୟୁ ୫ଟି, ୟୁଏସବି ୧ ଟି, କି ପେଡ ୩ ଟି,ପ୍ରିଣ୍ଟର ୮ ଟି, ଏଲ ଇ ଡି ଟିଭି ୬ ଟି, ଇନ୍ଭରଟର ବେଟେରୀ ୭ ଟି,ଇନ୍ଭରଟର ମେସିନ ୫ ଟି,ହୋଣ୍ଡା ଜେନେଟର ସେଟ ୧ ଟି, ଏଭଳି ୪୩ କମ୍ପଟର ସାମଗ୍ରୀ ପୋଲିସ ଜବତ କରିଛି। ପୋଲିସ ଜବତ କରିଥିବା ଏହି କମ୍ପ୍ୟୁଟର ସାମଗ୍ରୀ ର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ଏବଂ ୮୦ ରୁ ୯୦ ପ୍ରତିଶତ ସାମଗ୍ରୀ ପୋଲିସ ଉଦ୍ଧାର କରିଛି । ଚୋରି ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଏବଂ ଚୋରି ସାମଗ୍ରୀ ଖୁବ ଶୀଘ୍ର ଉଦ୍ଧାର କରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଏସ ପି କନ୍ଧମାଳ ଶ୍ରୀ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଅବକାରୀ ଚଢାଉ ,ମଦ ଜବତ ଓ ୨ ଗିରଫ

Sunil Chandra Nayak

ତିରିଂ ଥାନା ! ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ନେଇ ବରର ସଂପର୍କୀୟ ମାମୁଁର ମୃତ୍ୟୁ 

Sunil Chandra Nayak

Rayagada District Forces Successfully Neutralize 4 IEDs Planted by Maoists

masiha

Leave a Comment

error: Content is protected !!