ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାତୀୟ ରାଜପଥରୁ ଲୁଟ୍

ଜାତୀୟ ରାଜପଥରୁ ଲୁଟ୍

ବସ୍ତା ,୯।୧୨: ବସ୍ତା ଥାନା 60ନମ୍ବର ଜାତୀୟ ରାଜପଥର ଇନ୍ଦିରାଛକ ନିକଟରୁ ଶନିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ଦୁର୍ବୃତ୍ତ ମାନଙ୍କ ଲୁଟ୍ ର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ଏହି ଥାନା ଅଧୀନ ବରୁଣଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ଝିଞ୍ଜିପୁରା ଗ୍ରାମର ଅଶ୍ବିନୀ କୁମାର ବେହେରା ଆଜି ସନ୍ଧ୍ୟାରେ ଗାନ୍ଧିଛକରେ ଜୈନିକ ବ୍ୟକ୍ତିଙ୍କ ଠାରେ ଭଡ଼ା ଅନଲୋଡ଼ ସାରି ଇନ୍ଦିରାଛକ ଗଳାପୋଲ ଠାରେ ନିଜ ପିକଅପ୍ ଭ୍ୟାନକୁ ରଖି ପରିଶ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଆସି ଗାଡ଼ି ଭିତରେ ଏକ ବ୍ୟାଗରେ ଥିବା ନଗଦ ୭ ହଜାର ଟଙ୍କା ସହ ସିଟ୍ ରେ ଥିବା ମୋବାଇଲଟିକୁ ମଧ୍ୟ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ। ଆଖପାଖ ଦୋକାନୀଙ୍କ ସହାୟତାରେ ଏଣେତେଣେ ବହୁ ଖୋଜାଖୋଜି ସତ୍ତ୍ବେ ମଧ୍ୟ ଟଙ୍କା, ମୋବାଇଲ କିମ୍ବା ଦୁର୍ବୃତ୍ତଙ୍କର କୌଣସି ଟେର୍ ପାଇ ନଥିଲେ।ଫଳରେ ଅଶ୍ବିନୀ ଘଟଣା ସମ୍ପର୍କରେ ଅମର୍ଦ୍ଦାରୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରରେ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର କୁଜୁର ତଦନ୍ତ ଜାରି ରଖିଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବନ ବିଭାଗର ଚଢାଉ ଅଟୋ ସହିତ ଲକ୍ଷାଧିକ ଟଙ୍କା ଶାଗୁଆନ ପଟା ଜବତ୍, ୨ ଗିରଫ

Sunil Chandra Nayak

ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟର ମାଇଣ୍ଡ ପିଣ୍ଟୁ ଦାସ ଫୁଲବାଣୀ ଜେଲରେ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

Sunil Chandra Nayak

ଯୁବତୀଙ୍କୁ ଗଣଦୁଷ୍କମ ଘଟଣା ରେ ଫେରାର ୩ ଅଭିଯୁକ୍ତ ଗରିଫ 

masiha

Leave a Comment

error: Content is protected !!