ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜ ରେ ବନବିଭାଗ ପକ୍ଷରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ପଚରାଉଚରା ଚଳାଇଛନ୍ତି 

ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜ ରେ ବନବିଭାଗ ପକ୍ଷରୁ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ପଚରାଉଚରା ଚଳାଇଛନ୍ତି 

ସୂଚନା ଅନୁଯାୟୀ ରାୟଗଡା ବନଖଣ୍ଡ ଅଧିକାରୀ ସଚିନ ଆନାସାହେବ ଓହଲ କୌଣସି ସୂତ୍ରରୁ ସୂଚନା ମିଳିବାରୁ ଗୁଡାରି ରେଞ୍ଜର ଦିଲୀପ ପଟ୍ଟନାୟକ, ରାୟଗଡା ରେଞ୍ଜର କାମେଶ ରାଓ ଆଚାରୀ, ସମେତ କଲ୍ୟାଣସିଂହପୁର ବନପାଳ ପ୍ରଦୀପ କୁମାର ଜେନା ପ୍ରମୁଖ ନାରାୟଣପୁର ପଞ୍ଚାୟତର ଶିବମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣମଣ୍ଡପ ଦୁଇଜଣ ସୁରେନ୍ଦ୍ର ନାହାକ, ଶଙ୍କର କଣ୍ଡାଗରୀ ହାତୀ ଦାନ୍ତ ରଖି ରୋଷେଇ କରୁଥିବା ବେଳେ ଚଢ଼ାଉ କରିଥିଲେ । ଦୁଇ ହାତୀ ଦାନ୍ତ ସହ ଦୁଇ ଲୋକଙ୍କୁ କଲ୍ୟାଣସିଂହପୁର ରେଞ୍ଜର ଶିକରପାଇ ସେକ୍ସନରେ ଅଟକ ରଖି ପଚରା ଉଚରା ଚଳାଛନ୍ତି ।

ସୁରେନ୍ଦ୍ର ନାହାକ କଲ୍ୟାଣସିଂହପୁର ଅଞ୍ଚଳରେ ରହି ମସଲା ବ୍ୟାପାର କରୁଥିବା ବେଳେ ସୁନାଖଣ୍ଡି ପଞ୍ଚାୟତର ମନେଇଗୁଡା ଗାଁ ଶଙ୍କର କଣ୍ଡାଗରୀ ସେ ବିଜୁଳି ବିଭାଗରେ ବିଷମ କଟକ ରେ କାର୍ଯ୍ୟରତ ରହିଥିଲେ । ଉକ୍ତ ଲୋକମାନେ ଗତ କିଛିଦିନ ହେବ ରାୟଗଡା ରେଞ୍ଜ କୋଲନରା ବ୍ଲକ ର ପାଲମା ଜଙ୍ଗଲରେ ବିଦ୍ୟୁତ ତାର ଲଗାଇ ହାତୀକୁ ହତ୍ୟା କରିବା ପରେ ଦାନ୍ତ ବାହାର କରି ହାତୀକୁ ପୋତିଥିବା ଜଣାପଡ଼ିଛି ।ଘଟଣା ଟି ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଚୋର ହାତୀ ଦାନ୍ତ ରାକେଟ କୁ ଠାବକରିଛି । ଜବତ ହୋଇଥିବା ହାତୀଦାନ୍ତ ଦୁଇଟି ର ଓଜନ ୫କେଜି ୨୯୦ଗ୍ରାମ ଥିବା ବେଳେ ଏହା ୧୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହୋଇପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଘଟଣାରେ ବହୁ ଲୋକ ସମ୍ପୃକ୍ତ ଥିବାରୁ ବନବିଭାଗ ବିଭିନ୍ନ ଗାଁରେ ଚଢ଼ାଉ ଜାରି ରଖିଛି ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଏମଭିଆଇ ଚଢ଼ାଉ, ବେଆଇନ ଭାବେ ଟୁରିଷ୍ଟ ପରମିଟରେ ଯାତ୍ରୀ ପରିବହନ ଅଭିଯୋଗରେ ୫ ବସ ଅଟକ

ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ପର୍ଦାଫାଶ ,  ଅଭିଯୁକ୍ତ ପୁତୁରା ହଉଛି ମୁଖ୍ୟ ହତ୍ୟାକାରୀ

masiha

ଧର୍ମଗଡ:ଭିଜିଲାନ୍ସ ଜାଲରେ ବୃନ୍ଦାବାହାଲ ସରପଞ୍ଚ। ୫.୪ ଲକ୍ଷ୍ୟ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ

masiha

Leave a Comment

error: Content is protected !!