ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ସହ ୯ କିଲୋଗ୍ରାମ ଗଞ୍ଜେଇ ଓ ୧ ବାଇକକୁ ଜବତ୍ କଲା ରାଉରକେଲା ପୋଲିସ୍

ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କ ସହ ୯ କିଲୋଗ୍ରାମ ଗଞ୍ଜେଇ ଓ ୧ ବାଇକକୁ ଜବତ୍ କଲା ରାଉରକେଲା ପୋଲିସ୍

ରାଉରକେଲା ୨୦/୬, ଆଜି ସକାଳେ ପୋଲିସ୍ ଏସ୍ଆଇ ଏସ୍. ବଳ ଥାନା ଷ୍ଟାଫ୍‌ଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଦିନ ପେଟ୍ରୋଲିଂ ଡ୍ୟୁଟି କରୁଥିବା ବେଳେ ବିଶ୍ୱସ୍ତ ସୂଚନା ପାଇ ରାଉରକେଲାର ଇଦଗାହ ମଇଦାନ ନିକଟସ୍ଥ ମହତାବ ରୋଡରେ ଗୋଟିଏ ଏନଡିପିଏସ୍ ମାମଲା ଚିହ୍ନଟ କରିଥିଲେ। ଅଭିଯୁକ୍ତ ଲକ୍ଷ୍ମଣ କୁମାର ଭୋଇ ଏବଂ ସରସ୍ୱତୀ ନାୟକ ବେଆଇନ ଭାବରେ ଏକ କଳା ରଙ୍ଗର HF ଡିଲକ୍ସ ମୋଟରସାଇକେଲରେ ୦୯ କିଲୋଗ୍ରାମ ଚୋରା ଗଞ୍ଜେଇ ପରିବହନ କରୁଥିଲେ, ଯେଉଁ ମୋଟରସାଇକେଲର ପଞ୍ଜିକରଣ ନମ୍ବର OD-11AD-0820 ଥିଲା। ବ୍ୟକ୍ତିଗତ ଲାଭ ପାଇଁ ସେମାନେ ସାଧାରଣ ଲୋକଙ୍କୁ ବିକ୍ରୟ କରିବା ପାଇଁ କୌଣସି ଲାଇସେନ୍ସ ନଥାଇ ଏହି ଗଞ୍ଜେଇ ପରିବହ କରୁଥିଲେ ବୋଲି ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ। 

     ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଜନତା ନିବାସ ଗଳିର ଲକ୍ଷ୍ମଣ କୁମାର ଭୋଇ (୪୮)ବର୍ଷ ଏବଂ ଜନତା ନିବାସ ଗଳିର ଲକ୍ଷ୍ମଣ ଭୋଇଙ୍କ ପତ୍ନୀ ସରସ୍ୱତୀ ନାୟକ (୪୫) ବର୍ଷ।

     ଦୁଇ ଅଭିଯୁକ୍ତଙ୍କ ନିକଟରୁ ମୋଟ ୦୯ କିଲୋଗ୍ରାମ ନିଷିଦ୍ଧ ଗଞ୍ଜେଇ, ଗୋଟିଏ HF ଡିଲକ୍ସ  OD-11AD-0820 ରେଜିଷ୍ଟ୍ରେସନ୍ ନମ୍ବର ବିଶିଷ୍ଟ ମୋଟରସାଇକେଲ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। 

   ଅଭିଯୁକ୍ତ ଲକ୍ଷ୍ମଣ କୁମାର ଭୋଇଙ୍କ ନାମରେ ପୂର୍ବରୁ ଜିଆରପି ରାଉରକେଲାରେ ମାମଲା ନଂ-୦୧/୨୦୧୫ ଏବଂ ରଘୁନାଥପାଲି ଥାନାରେ ମାମଲା ନଂ. ୫୩/୨୦୨୬ ରହିଛି।    ଦୁଇ ଅଭିଯୁକ୍ତଙ୍କୁ ପ୍ଲାଣ୍ଟସାଇଟ୍ ପିଏସ୍ କେସ୍ ନମ୍ବର-୬୩ଜି, ତାରିଖ ୨୦.୦୬.୨୦୨୬ ୟୁ/ଏସ୍-୨୦(ବି)(ଆଇଆଇ)(ବି)/୨୫ ଏନଡିପିଏସ୍ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଇକକୁ ପିଟିଲା ପିକଅପ ଭ୍ୟାନ : ୧ ମୃତ, ୧ ଗୁରୁତର

masiha

ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା ! ଜାତୀୟ ରାଜପଥ ୨୨୦ ନମ୍ବର ରେ ଗଡିଲା ମୁଣ୍ଡ! ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!