ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ନୀଲାବାଡ଼ି ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ଯାତ୍ରା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଲା । ଏଥିରେ ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ସମ୍ମାନିତ ଅତିଥି ଭାବେ ବନ୍ଧୁଗାଁ ବିଡ଼ିଓ ଆକାଶ କୁମାର ପଟ୍ଟନାୟକ ଯାତ୍ରା କମିଟି ସଭାପତି ଏବଂ ଅନ୍ୟ ସଦସ୍ୟ ମାନେ ଓ ଆଖପାଖ ଅଞ୍ଚଳର ବୁଦ୍ଧିଜୀବୀ ଭଦ୍ରବ୍ୟକ୍ତି ମାନେ ସମସ୍ତେ ଯୋଗ ଦେଇଥିବା ବେଳେ କମିଟି ସମ୍ପାଦକ ଜି. ରବି ପୂର୍ବ ବର୍ଷର ଆୟ ବ୍ୟୟ ଉପସ୍ଥାପନ କରିବା ସହ ହୁଣ୍ଡିରେ କେତେ ଟଙ୍କା ଆସିଥିଲା ଓ ଦାନ କେତେ କ’ଣ କ’ଣ କରିଥିଲେ ତାହା ଜଣାଇଥିଲେ। ଏବଂ ଚଳିତ ବର୍ଷ ମାଁ ଠାକୁରାଣୀ ଯାତ୍ରା କେବେ ଅଣାଯିବ କିପରି ପୂର୍ବ ପ୍ରସ୍ତୁତି କରିବାକୁ ପଡ଼ିବ ଆଇନ ଶୃଙ୍ଖଳା , ଟ୍ରାଫିକ ଏବଂ ପରିମଳ , ସୁରକ୍ଷା ଭକ୍ତ ମାନଙ୍କ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କିପରି କରାଯିବ ତା ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ୧୪ ତାରିଖ ଦିନ ପରବର୍ତ୍ତୀ ବୈଠକ ଅନୁଷ୍ଠିତ କରାଯିବ ବୋଲି ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରା ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିବା ନିମନ୍ତେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା ବୈଠକ ଦାବି କରିଛନ୍ତି।ଯାତ୍ରା ଆସନ୍ତା ମାର୍ଚ୍ଚ ୦୬ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ନିଷ୍ପତ୍ତି ନେଇଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

Sunil Chandra Nayak

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

Sunil Chandra Nayak

ଆଦର୍ଶ ଗୁରୁକୁଳ ଶିକ୍ଷା ନିକେତନ ର ପଞ୍ଚମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!