ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ

ନବରଙ୍ଗପୁର ଓୟୁଜେର ଦାବୀ ପତ୍ର ପ୍ରଦାନ

ତେନ୍ତୁଳିଖୁଣ୍ଟି -୧୩/୦୨/୨୫ : ରାଜ୍ୟର ସାମ୍ବାଦିକ ମାନଙ୍କର ସାମୁହିକ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ସାମ୍ବାଦିକ ୟୁନିୟନ ଆଉ ନୀରବଦ୍ରଷ୍ଟା ହୋଇ ବସି ନରହି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚରମ ନିଷ୍ପରି ଗ୍ରହଣ କରିଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାର ୮ମାସ ବିତିଯାଇଥିଲେ ମଧ୍ୟ ସାମ୍ବାଦିକମାନଙ୍କର ୩ଦଫା ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ବରଂ ତାହା ପ୍ରତିଶୃତିରେ ହିଁ ରହି ଯାଇଛି ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବା, ପେନସନ ଓ ଅଧିସ୍ଵୀକୃତି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଆଦି ୩ଦଫା ଦାବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଓୟୂଜେ ସଦାସର୍ବଦା ଦାବି ଉପସ୍ଥାପନ କରି ଚାଲିଛି । ଏହି ଦାବୀ ଗୁଡ଼ିକ ପୂରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧ ପୂରଣ ହୋଇନାହିଁ । ଇତିମଧ୍ୟରେ ଦେଶର ୧୮ଟି ରାଜ୍ୟରେ ସରକାର ସାମ୍ବାଦିକ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରି ସାରିଲେଣି । ଆମ ରାଜ୍ୟ ସରକାର ଏ ଦିଗରେ ବହୁ ପଛରେ ରହିଛନ୍ତି । ରାଜ୍ୟ ସଂଘର ସଭାପତି ପ୍ରସନ୍ନ କୁମାର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସାମ୍ବାଦିକ ୟୁନିୟନ ନବରଙ୍ଗପୁର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହ‌ନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ରଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ସୁଶାନ୍ତ କୁମାର ବେହେରା ସମେତ ସାଧାରଣ ସମ୍ପାଦକ ଚିଦାନନ୍ଦ ସାହୁ ,କୋଷାଧକ୍ଷ ଖଗେଶ୍ୱର ମହାଙ୍କୁଡ, ଫାଲ୍ଗୁନୀ ପାତ୍ର, ଚନ୍ଦ୍ରଶେଖର ଜେନା, ମହେଶ୍ୱର ବେହେରା, ମୁନ୍ନା ଦଳେଇ, ଶିବଶଙ୍କର ପାଢ଼ୀ, ଶିବପ୍ରଶାଦ ପଣ୍ଡା, ଗୌତମ ଅଗ୍ରୱାଲ, ସୀମାଦ୍ରି ପଟ୍ଟନାୟକ, ନନ୍ଦ କୁମାର ବିଶୋଇ ଙ୍କ ସମେତ ଓୟୁଜେ ସଂଘର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ସ୍ବସ୍ତି ସାହିତ୍ୟ ସଂସଦର ମାସିକିଆ ସାହିତ୍ୟ ଆସର

Sunil Chandra Nayak

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

Sunil Chandra Nayak

ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ କାରଗିଲ ବିଜୟ ଦିଵସ ପାଳିତ 

masiha

Leave a Comment

error: Content is protected !!