ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

ରାୟଗଡ଼ ପଞ୍ଚାୟତ ସମିତି ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

ରାୟଗଡା :- ରାୟଗଡା ବ୍ଲକ ର ବିଭିନ୍ନ ଗ୍ରାମର 452 ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଦଳ ଭିନ୍ନକ୍ଷମଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ 16 ଜଣ ଦୃଷ୍ଟିଶକ୍ତି ବାଧିତ,28 ଜଣ କର୍ଣ୍ଣ, ନାସା ଓ ଗଳ। ଶକ୍ତି ବାଧିତ, 66 ଜଣ ଶାରୀରିକ ବାଧିତ, 21 ଜଣ ମାନସିକ ଭିନ୍ନକ୍ଷମ, 16 ଜଣ ସିପି, ଓ 12 ଜଣ ରକ୍ତ ହୀନତା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଅବସରରେ 4 ଜଣଙ୍କୁ ଚକ ଲଗା ଚଉକି, 2 ଜଣଙ୍କୁ ସିପି ଚଉକି, 1 ଜଣଙ୍କୁ ଆଶା ବାଡି, 10 ଜଣଙ୍କୁ ତିନି ଚକିଆ ସାଇକେଲ ଓ 5 ଜଣଙ୍କୁ ଧଳା ବାଡି ପ୍ରଦାନ କରାଗଲା। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ଶ୍ରୀ. ହରପ୍ରସାଦ ହେପୃକା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲାକା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବୃନ୍ଦ, ଭାର ପ୍ରାପ୍ତ ଉପଜିଲ୍ଲାପାଳ ରାୟଗଡ଼ ସୁଶ୍ରୀ ପ୍ରଜ୍ଞା ପାରମିତା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପୁଷ୍ପଲତା ଦୀକ୍ଷିତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହି, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଞ୍ଜିତା ବେହେରା, ପି ଏ ଶ୍ରୀକାନ୍ତ ପେଦିନା, କନିଷ୍ଠ ସହାୟକ ସମୀର ପଦକା, ଅମରେନ୍ଦ୍ର ନାଥ ସମ୍ପାଦକ, ରାୟଗଡ଼ା ଭିନ୍ନକ୍ଷମ ମହାସଂଘ, ଜଳନ୍ଧର ବାଚେଲୀ ସମ୍ପାଦକ ଓଡ଼ିଶା ବିକଳାଙ୍ଗ ମଞ୍ଚ, ରାୟଗଡ଼ ଏବଂ ଅନ୍ୟାନ୍ୟ ବ୍ଲକ ଓ ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଭୁବନେଶ୍ବର ଜନତା ମଇଦାନରେ ଯୋଗ ଦେଇ ଓଡିଶାର ଜନସାଧାରଣଙ୍କୁ ଭର୍ଚୁଆଲ ମଧ୍ୟାମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭରେ କଲେ

masiha

ଆସନ୍ତା ସପ୍ତାହରେ ଦୀପାବଳି କିନ୍ତୁ ମାଟି ଦୀପ ବିକ୍ରି ନେଇ ଚିନ୍ତାରେ କୁମ୍ଭକାର

masiha

Leave a Comment

error: Content is protected !!