ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨ ଟି ମୋଟର ସାଇକେଲ ଦୁର୍ଘଟଣା ୧ ମୃତ, ୩ ଆହତ

୨ ଟି ମୋଟର ସାଇକେଲ ଦୁର୍ଘଟଣା ୧ ମୃତ, ୩ ଆହତ 

ଡାବୁଗାଁ, ୧୩/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମ ଛକ ନିକଟ ରେ ଗୁରୁବାର ଅପରାହ୍ନ ପ୍ରାୟ ୪ ଘ. ସମୟରେ ୨ ଟି ମୋଟର ସାଇକେଲ ଦୁର୍ଘଟଣା ଘଟି ୧ ମୃତ, ୩ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ- ଉମରକୋଟ ରାଜ୍ୟ ରାଜପଥ-୩୯ ରାସ୍ତାରେ ଝରିଗାଁ ବ୍ଲକ ଅଧୀନ କାନାକୋଟ ଗ୍ରାମର ମାନସିଂ ହରିଜନ ଏବଂ ତାଙ୍କ ୨ ପୁଅ ମାହିର ହରିଜନ ଓ ଜଗର ହରିଜନ ସହିତ ନିଜ ମୋଟରସାଇକେଲ ନଂ ଓଡି ୨୪ ଏଚ ୩୮୬୨ ଯୋଗେ ବକଡାବେଢା ଗ୍ରାମରୁ ନିଜ ଘରକୁ ଫେରୁଥିବା ବେଳେ ଡାବୁଗାଁ- ଉମରକୋଟ ରାଜ୍ୟ ରାଜପଥ-୩୯ ରାସ୍ତାରେ ଚାଟିଗୁଡା ଗ୍ରାମ ଛକ ନିକଟ ରେ ଏକ ମୋଟରସାଇକେଲ ନଂ ସିଜି ୦୫ ଇ ୨୯୩୫ ଯୋଗେ ଜଣେ ଯୁବକ ଦୃତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା | ଫଳରେ ୨ ଟି ମୋଟରସାଇକେଲ ଆରୋହି ମାନେ ରାସ୍ତା କଡକୁ ଛିଟିକି ପଡିଥିଲେ | ଯାହାଦ୍ୱାରା ମାନସିଂ ହରିଜନ(୨୫) ଏବଂ ତାଙ୍କ ୨ ପୁଅ ମାହିର ହରିଜନ (୫) ଓ ଜଗର ହରିଜନ (୩) ଆହତ ହୋଇଥିଲେ | ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଆମ୍ବୁଲାନ୍ସ ରେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଘଟଣାସ୍ଥଳରେ ମୋଟରସାଇକେଲ ନଂ ସିଜି ୦୫ ଇ ୨୯୩୫ ଗାଡି ଆରୋହି ଯୁବକ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଗୋପାଳକୃଷ୍ଣ ହଲୱା ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ କୁ ଶବ ବାହକ ଗାଡିଦ୍ଵାରା ଉମରକୋଟ ଡାକ୍ତରଖାନାକୁ ପଠାଇଥିଲେ | ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିନାହିଁ | ପୋଲିସ ଦୁର୍ଘଟଣାଗ୍ରସ୍ତ ୨ ଟି ମୋଟରସାଇକେଲ କୁ ଜବତ କରି ଥାନାକୁ ଆଣିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଠାକୁରାଣୀ ବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

ନର୍ଲା ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା

masiha

Leave a Comment

error: Content is protected !!