ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ 

ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ 

ତେନ୍ତୁଳି ଖୁଣ୍ଟି ୧୩/୦୨/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ଓ  ଅଞ୍ଚଳ ଗୁମ୍ମା ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ନେଇ ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ଓ ଶିକ୍ଷା ପରିବେଶ ଅନୁକୂଳ କାର୍ଯ୍ଯକ୍ରମ ହୋଇଯାଇଛି। ଇଟିପିଏ ଫାଉଣ୍ଡେସନ ନିର୍ଦ୍ଦେଶିକା ବିଜୟା ବାଜପେୟୀ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୂଖ୍ୟଅତିଥି ଭାବେ ଆଶାୟୀ ଇଣ୍ଟେକ୍ ଲିମିଟେଡ କମ୍ପାନୀ ର ଟେକୋଓମି ଓସ୍ଵବା ଉପସ୍ଥିତି ରହି ବିଦ୍ୟାଳ ଗୁଡିକରେ 106ଛାତ୍ରୀଙ୍କୁ MHM କିଟ୍ ପ୍ରଦାନ କଲେ। ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକ ର 10 ଗୋଟି ଉଚ୍ଚ ବିଦ୍ୟାଳୟ କୁ ପ୍ରଦାନ କରିବା ଲକ୍ଷ୍ୟ ରଖା ଯାଇଥିବା ବାଜପେୟୀ କହିଛନ୍ତି। କାର୍ଯ୍ୟକ୍ରମ କୁ ଇଟିପିଏ କର୍ମଚାରୀ ବିନିତ୍ ଜୁଭେ, ସ୍ନେହଲତା ପୃଷ୍ଟି , କେ ନୈନା ପାତ୍ର, ସୁଲେଖା ସୁନା ପ୍ରମୁଖ ପରିଚାଳନା କରୁଥିଲେ। ଅଞ୍ଚଳ ଗୁମ୍ମା ବିଦ୍ୟାଳୟପ୍ରଧାନ ଶିକ୍ଷକ ଲଳିତ ବାଗ, ଶିକ୍ଷୟିତ୍ରୀ ସବିତା ତ୍ରିପାଠୀ , ଶିକ୍ଷକ ପରେମଶ୍ବର ମହାରଣା , ରାମପ୍ରସାଦ ନାୟକ, ଯୁଗଳ ହରିଜନ , ଦିଲ୍ଲୀପ ପ୍ରଧାନ, ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ପଟ୍ଟନାୟକ ସହ ଶିକ୍ଷକ ସିମାଞ୍ଚଳ ଖୁରା ,ପରିଚାଳନାରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ଶତୃଘ୍ନ କର ଅଧିକାରୀ ମାନଙ୍କୁ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ତାଲିମ ଦେଲେ 

Sunil Chandra Nayak

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

masiha

ଦେପୁରରେ ଜଙ୍ଗଲ ଅଧିକାର ନିୟମ ଲାଗୁପାଇଁ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!