ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ
ତେନ୍ତୁଳି ଖୁଣ୍ଟି ୧୩/୦୨/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଅଞ୍ଚଳ ଗୁମ୍ମା ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ନେଇ ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା ଓ ଶିକ୍ଷା ପରିବେଶ ଅନୁକୂଳ କାର୍ଯ୍ଯକ୍ରମ ହୋଇଯାଇଛି। ଇଟିପିଏ ଫାଉଣ୍ଡେସନ ନିର୍ଦ୍ଦେଶିକା ବିଜୟା ବାଜପେୟୀ ସଭାପତିତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୂଖ୍ୟଅତିଥି ଭାବେ ଆଶାୟୀ ଇଣ୍ଟେକ୍ ଲିମିଟେଡ କମ୍ପାନୀ ର ଟେକୋଓମି ଓସ୍ଵବା ଉପସ୍ଥିତି ରହି ବିଦ୍ୟାଳ ଗୁଡିକରେ 106ଛାତ୍ରୀଙ୍କୁ MHM କିଟ୍ ପ୍ରଦାନ କଲେ। ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକ ର 10 ଗୋଟି ଉଚ୍ଚ ବିଦ୍ୟାଳୟ କୁ ପ୍ରଦାନ କରିବା ଲକ୍ଷ୍ୟ ରଖା ଯାଇଥିବା ବାଜପେୟୀ କହିଛନ୍ତି। କାର୍ଯ୍ୟକ୍ରମ କୁ ଇଟିପିଏ କର୍ମଚାରୀ ବିନିତ୍ ଜୁଭେ, ସ୍ନେହଲତା ପୃଷ୍ଟି , କେ ନୈନା ପାତ୍ର, ସୁଲେଖା ସୁନା ପ୍ରମୁଖ ପରିଚାଳନା କରୁଥିଲେ। ଅଞ୍ଚଳ ଗୁମ୍ମା ବିଦ୍ୟାଳୟପ୍ରଧାନ ଶିକ୍ଷକ ଲଳିତ ବାଗ, ଶିକ୍ଷୟିତ୍ରୀ ସବିତା ତ୍ରିପାଠୀ , ଶିକ୍ଷକ ପରେମଶ୍ବର ମହାରଣା , ରାମପ୍ରସାଦ ନାୟକ, ଯୁଗଳ ହରିଜନ , ଦିଲ୍ଲୀପ ପ୍ରଧାନ, ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ପଟ୍ଟନାୟକ ସହ ଶିକ୍ଷକ ସିମାଞ୍ଚଳ ଖୁରା ,ପରିଚାଳନାରେ ସହଯୋଗ କରିଥିଲେ।