ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା , ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା , ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ  

କନ୍ଧମାଳ, ତା, ୧୩,/୦୨:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ରେ କେବଳ ଭିର୍ତ୍ତି ଭୂମି ନୁହେଁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ ,ପୋଷାକ ଓ ସେମାନଙ୍କୁ କିଭଳି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କ ରେ ଏକ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ନୂଆ ହଷ୍ଟେଲ ନିର୍ମାଣ , ହଷ୍ଟେଲ ର ପୁନଃ ନିର୍ମାଣ ,ପାନୀୟ ଜଳ ସମସ୍ୟା ଦୂର କରିବା ଭଳି ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋଚନା କରଯାଇଥିଲା । ସମୂନୀତ ଆଦିବାସୀ ଉନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ , ଉମେଶ ଚନ୍ଦ୍ର ପ୍ରଧାନ , ବିଭାଗୀୟ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ବେହେରା , ସହକାରୀ ଯନ୍ତ୍ରୀ କବିରାଜ ବେହେରା ,ପବିତ୍ର ସାହୁ ,ବୁଦ୍ଧି ରାମ ମୁର୍ମୁ ଙ୍କ ସମେତ ସମସ୍ତ ବ୍ଲକ ର ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା, ଦୀପକ କୁମାର ସିଂ, ଉର୍ମିଳା ପ୍ରଧାନ , ରୋଷାଳିନୀ ନାୟକ , ଆୟୁସୀ ପ୍ରଧାନ , ଦୀପକ କୁମାର କୁଆଁର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି ଯେ, ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକର ଭିର୍ତ୍ତିଭୂମି କୁ ସୁଦୃଢ କରିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ସହ ଖାଦ୍ୟ ପ୍ରଦାନ , ସ୍ଵଚ୍ଛତା ପରିବେଶ ,ପାଣି ସମସ୍ୟା ଦୂର , ସମେତ ଭିତ୍ତି ଭୂମି ଉପରେ ଗୁରୁତ୍ଵ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । 

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସମୟାନୁବର୍ତ୍ତିତା ସଫଳତାର ମୂଳମନ୍ତ୍ର

masiha

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

Leave a Comment

error: Content is protected !!